ବାସ୍‌ ଏହି ଗୋଟାଏ ପାନୀୟ! ଦୂର କରିପାରେ ଅନେକ ସମସ୍ୟା

Advertisment
ବାସ୍‌ ଏହି ଗୋଟାଏ ପାନୀୟ! ଦୂର କରିପାରେ ଅନେକ ସମସ୍ୟା

ଖିର ସହ ହଳଦୀ ମିଶ୍ରଣ କରି କେବେ ପିଇଛନ୍ତି? କାହାକୁ ଏହା ଭଲ ଲାଗେ ତ କାହାକୁ ଲାଗେନି। ତାହା ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ଏହାର ସ୍ୱାଦ କିପରି। ମାତ୍ର ଏହାକୁ ପିଇବା ଦ୍ୱାରା ଅନେକ ଫାଇଦା ହୋଇଥାଏ ଏଥିରେ ସନ୍ଦେହ ନାହିଁ।

ରାତିରେ ଶୋଇବା ପୂର୍ବରୁ ଗରମ ଖିରରେ ସାମାନ୍ୟ ହଳଦୀ ମିଶାଇ ପିଅନ୍ତୁ। ଯଦି ଆପଣଙ୍କର ଥଣ୍ଡା ଦେହ ତେବେ ଥଣ୍ଡା କାଟିବା ପାଇଁ ଏହା ଅବ୍ୟର୍ଥ ଔଷଧ।

publive-image

ଗରମ ଖିରେ ହଳଦୀ ମିଶାଇ ପିଇଲେ କଫ ମଧ୍ୟ ହୋଇନଥାଏ। ଶ୍ୱାସ ରୋଗୀମାନେ ଏହାକୁ ଦୈନିକ ପିଇବା ଉଚିତ।

ଅନେକ ସମୟରେ ଦିନରେ କରିଥିବା ଶାରୀରିକ ପରିଶ୍ରମ ହେତୁ ଦେହହାତ ଘୋଳାବିନ୍ଧା ହୋଇଥାଏ। ସେହି ଘୋଳାବିନ୍ଧା କାଠିବା ପାଇଁ ରାତିରେ ଗରମ ଖିରରେ ଟିକେ ହଳଦୀ ମିଶାଇ ପିଅନ୍ତୁ।

ଗରମ ଖିର ଓ ହଳଦୀ ପିଇବା ଦ୍ୱାରା ତ୍ୱଚାର ରଂଗ ବି ଉଜ୍ୱଳ ହୋଇଥାଏ। ଚର୍ମ ଚିକ୍କଣ ହେବା ସହ ମୁଖର ଔଜଲ୍ୟ ଦ୍ୱିଗୁଣିତ ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe