ନୂଆଦିଲ୍ଲୀ : ଆଜିକାଲିର ଯୁବପିଢ଼ିଙ୍କ ମଧ୍ୟରେ ଟାଟୁ କରିବା ଫ୍ୟାସନ ଟ୍ରେଣ୍ଡ ପାଲିଟିଛି। ନିଜକୁ ଷ୍ଟାଇଲିସ୍ ଏବଂ ସ୍ୱତନ୍ତ୍ର ଦେଖାଇବା ପାଇଁ ଏବେ ବହୁ ଯୁବକ-ଯୁବତୀ ଶରୀରର ବିଭିନ୍ନ ଅଂଶରେ ଟାଟୁ କରୁଛନ୍ତି । ପୂର୍ବରୁ କେବଳ କିଛି ବର୍ଗର ବ୍ୟକ୍ତି ଟାଟୁ କରିବାର ନିୟମ ରହିଥିବା ବେଳେ ବର୍ତ୍ତମାନ ସେଭଳି କିଛି ନିୟମ ନାହିଁ । ଯୁବପିଢ଼ିଙ୍କ ମଧ୍ୟରେ ଟାଟୁର ଚାହିଦା ବଢ଼ିବା ସହ ବଜାରରେ ଟାଟୁ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ଧୀରେ ଧୀରେ ବୃଦ୍ଧି ପାଉଛି। ତେବେ ଟାଟୁ ଦେଖିବା ପାଇଁ ଯେତିକି ଆର୍କଷଣୀୟ ହୋଇଥାଏ ଏହାକୁ ଶରୀରରେ କରିବା ପାଇଁ ସେତିକି କଷ୍ଟ ମଧ୍ୟ ହୋଇଥାଏ। ଯଦି ଆପଣ ମଧ୍ୟ ଟାଟୁ କରିବା ପାଇଁ ଯାଉଛନ୍ତି ତେବେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ ।
4k Wallpapers HD & 8k Images for Desktop and Mobileଟାଟୁ କିଛି ସମୟ ପାଇଁ ରହି ନ ଥାଏ, ଏହାକୁ କରିବା ପରେ ଏହା ଆପଣଙ୍କ ଶରୀରର ଏକ ଅଂଶ ହୋଇ ରହିଥାଏ । ଏଣୁ କେବେ ହେଲେ ତର ତର ହୋଇ ଟାଟୁ କରନ୍ତୁ ନାହିଁ । ସର୍ବଦା ଜଣେ ବିଶେଷଜ୍ଞ ତଥା ଟାଟୁ ଉପରେ ସଠିକ ଜ୍ଞାନ ଥିବା ବ୍ୟକ୍ତିଙ୍କ ଉପଦେଶ ନିଅନ୍ତୁ । ଯେଉଁଠାରେ ଟାଟୁ ପ୍ରସ୍ତୁତ କରିବା ପାଇଁ ଯାଉଛନ୍ତି ତାହାର ପୂର୍ବ କାର୍ଯ୍ୟ ବିଷୟରେ ଜାଣିବା ସହ କରିବା ଲୋକ ବିଷୟରେ ଅନୁସନ୍ଧାନ କରନ୍ତୁ ।
ଟାଟୁ କରିବା ସମୟରେ ସବୁଠାରୁ ଜରୁରୀ କଥା ହେଉଛି ଏହାକୁ କେଉଁ ସ୍ଥାନରେ କରିବେ । ଶରୀରରେ ଟାଟୁ କୌଣସି ନିର୍ଦ୍ଦିଷ୍ଟ ସମୟ ପାଇଁ ନୁହଁ ବରଂ ଆଜୀବନ ରହିଥାଏ ।ଏଣୁ ସର୍ବଦା ଟାଟୁକୁ ଶରୀରରେ ଏପରି ସ୍ଥାନରେ କରନ୍ତୁ ଯେଉଁଠାରେ ଭବିଷ୍ୟତରେ କୌଣସି ସଂକ୍ରମଣର ସମ୍ଭାବନା ନ ଥିବ ।
Good Tattoo Ideasଗର୍ଭବସ୍ଥା କିମ୍ବା କୌଣସି ରୋଗଗ୍ରସ୍ତ ଥିଲେ ଭୁଲରେ ମଧ୍ୟ ଟାଟୁ କରିବାକୁ ଚିନ୍ତା କରନ୍ତୁ ନାହିଁ । କାରଣ ଟାଟୁ କେବଳ ଶରୀରର ଉପରି ଅଂଶରେ ହୋଇ ନ ଥାଏ ବରଂ ଏହା ରକ୍ତ ସହ ଶରୀରର ଭିତର ଅଂଶରେ ପ୍ରଭାବ ପକାଇଥାଏ । ଏଣୁ ଏହା ଦ୍ୱାରା ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ । ଏହି ସମୟରେ ଟାଟୁ କରିବା ଦ୍ୱାରା ଆପଣଙ୍କ ଚର୍ମ ସହ ଟାଟୁ ମଧ୍ୟ ବହୁତ ଖରାପ ଦେଖାଯାଇଥାଏ ।
ଟାଟୁ କରିବା ପୂର୍ବରୁ ସବୁବେଳେ ତାହା କିଏ ଏବଂ କିପରି ପ୍ରସ୍ତୁତ କରିବା ପାଇଁ ଯାଉଛି ତାହା ଉପରେ ଧ୍ୟାନ ଦିଅନ୍ତୁ । କାରଣ ଯଦି ଟାଟୁ ପ୍ରସ୍ତୁତ ସମୟରେ ଏହାର ଛୁଞ୍ଚି ପରିବର୍ତ୍ତନ ହୋଇ ନଥାଏ ତେବେ ଆପଣଙ୍କୁ କର୍କଟ ତଥା ଏଚ୍ଆଇଭି ହେବାର ସମ୍ଭାବନା ମଧ୍ୟ ରହିଥାଏ ।
Follow Us