ଶାକାହାରୀ ଲୋକମାନେ ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଆବଶ୍ୟକ

Advertisment
ଶାକାହାରୀ ଲୋକମାନେ ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ପାଇଁ ଏହି ସବୁ ଖାଦ୍ୟ ଖାଇବା ଆବଶ୍ୟକ

Times of India

ସୁସ୍ଥ ରହିବା ପାଇଁ ଯେତିକି ଆବଶ୍ୟକତା ଭିଟାମିନ ଏବଂ କ୍ୟାଲ୍‌ସିୟମର ହୋଇଥାଏ ସେତିକି ଆବଶ୍ୟକତା ଆଇରନର ମଧ୍ୟ ରହିଥାଏ । ଶରୀରରେ ଆଇରନର ଅଭାବ ଦେଖାଗଲେ ଆନେମିଆ ଭଳି ରୋଗ ଦେଖା ଦେଇଥାଏ । ଶରୀରକୁ ଠିକ୍‌ ଭାବରେ ଚଳାଇବା ପାଇଁ ରକ୍ତର ଆବଶ୍ୟକତା ଅତ୍ୟନ୍ତ ଗୁରୁତ୍ୱପୁର୍ଣ୍ଣ । ଶରୀରରେ ରକ୍ତର ଅଭାବ ଦେଖାଗଲେ ଥକାପଣ,ନିଶ୍ୱାସ ନେବାରେ ଅସୁବିଧା,ମାଂସପେଶୀରେ କଷ୍ଟ ଅନୁଭବ ହେବା,ଚେହେରାର ରଙ୍ଗ ଫିକା ପଡ଼ିବା,ନଖ ଭାଙ୍ଗିବା,କେଶ ଝଡ଼ିବା ଭଳି ଲକ୍ଷଣ ଦେଖା ଦେଇଥାଏ । ଶରୀରରେ ଆଇରନର ଅଭାବକୁ ଦୂର କରିବା ପାଇଁ ମାଂସାହାରୀ ଲୋକ ମାଛ ମାଂସ ଖାଇ ଆଇରନର ଅଭାବ ଦୂର କରିବାକୁ ଚେଷ୍ଟା କରିଥାନ୍ତି । କିନ୍ତୁ ଶାକାହାରୀ ଲୋକ କ’ଣ ଖାଇଲେ ଆଇରନର ଅଭାବ ଦୂର କରି ପାରିବେ ସେ ନେଇ ଚିନ୍ତାରେ ପଡ଼ିଥାନ୍ତି । ତେବେ ଆଜି ଆମେ ଆପଣଙ୍କ ସେହି ଚିନ୍ତାକୁ ଦୂର କରିବୁ । ଶାକାହାରୀ ଲୋକ କ’ଣ ଖାଇ ନିଜ ଶରୀରରେ ଆଇରନର ପରିମାଣକୁ ଠିକ୍‌ ରଖି ପାରିବେ ଆସନ୍ତୁ ଜାଣିବା ।

୧.ଶାକାହାରୀ ଲୋକମାନଙ୍କ ପାଇଁ କିସ୍‌ମିସ୍‌ ହେଉଛି ଅତ୍ୟନ୍ତ ଲାଭଦାୟକ । ଯେଉଁ ଲୋକମାନେ ମାଛ-ମାଂସ ଖାଇବାରେ ଋଚି ରଖନ୍ତି ନାହିଁ ସେମାନେ ଏହାକୁ ଖାଇ ପାରିବେ । କିସ୍‌ମିସ୍‌ରେ ଆଇରନ ଏବଂ ଭିଟାମିନର ପରିମାଣ ଅଧିକ ମାତ୍ରାରେ ରହିଥାଏ । ଏହାକୁ ଖାଇ ଶାକାହାରୀ ଲୋକମାନେ ଶରୀରରେ ଆଇରନର ଅଭାବକୁ ଦୂର କରି ପାରିବେ ।

15 Amazing Health Benefits of eating Raisins /Kismis !!!My City Koupons My City Koupons

୨.କାଜୁ ସ୍ୱାଦିଷ୍ଟ ହେବା ସହ ସ୍ୱାସ୍ଥ୍ୟକର ମଧ୍ୟ । ଏଥିରେ ପୋଟାସିୟମ,ମ୍ୟାଗ୍ନେସିୟମ,ଫସ୍‌ଫରସ୍‌, ପ୍ରୋଟିନ,ଫାଇବର,ଭିଟାମିନ୍‌ ଇ ସହ ଆଇରନର ପରିମାଣ ମଧ୍ୟ ଅଧିକ ପରିମାଣରେ ଥାଏ । ୧୦ଗ୍ରାମ କାଜୁରେ ୦.୩ମିଲିଗ୍ରାମ ଆଇରନ ରହିଥାଏ । ଯାହା ଶରୀରରେ ଆଇରନର ଅଭାବକୁ ଦୂର କରିଥାଏ ।

୩.ପୋଇରେ କ୍ୟାଲ୍‌ସିୟମ,ଫାଇବର ଏବଂ ଆଇରନର ପରିମାଣ ଅଧିକ ପରିମାଣରେ ଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରୁ ଅନେକ ସମସ୍ୟା ଦୂର ହୋଇଥାଏ ।

5 Wonderful Benefits Of Spinach You Never Knew - NDTV Food NDTV Food

୪.ଶାକାହାରୀ ଲୋକମାନେ ଶରୀରରୁ ଆଇରନ ଅଭାବ ଦୂର କରିବା ପାଇଁ ଆପଣ ବ୍ରୋକଲୀର ସେବନ ମଧ୍ୟ କରି ପାରିବେ । ଏହା ଶରୀରରେ ଆଇରନର ପରିମାଣ ଠିକ୍‌ ରଖିବା ସହ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe