globalwomenconnected.com
ଆଜିକାଲି ସବୁ ଜିନିଷରେ ଅପମିଶ୍ରଣ ହେଉଛି । ଏ ସବୁ ଅପମିଶ୍ରିତ ପଦାର୍ଥ ଖାଇ ଲୋକ କେମିତି ସୁସ୍ଥ ରହିବେ ତାହା ସବୁଠାରୁ ଚିନ୍ତାର ବିଷୟ । କ୍ଷୀରରେ ଅପମିଶ୍ରଣ କରିବା ବେଶ୍ ପୁରୁଣା । ଆଗରୁ ଯେତେବେଳେ ଗଉଡ଼ କ୍ଷୀର ଘରେ ଦେଉଥିଲେ , ସେଥିରେ ପାଣି ମିଶାଇ ଦେଉଥିଲେ । ଏବେ ମିଶ୍ରଣ କରିବାର ଶୈଳୀ ବଦଳିଗଲାଣି। କ୍ଷୀରରୁ ପ୍ରସ୍ତୁତ ହେଉଥିବା ପଦାର୍ଥରେ ମଧ୍ୟ ଭୁଲ୍ ଉପାୟରେ ଅନ୍ୟ ପଦାର୍ଥ ମିଶ୍ରଣ କରାଯାଉଛି ।
କ୍ଷୀରରୁ ପ୍ରସ୍ତୁତ ହେଉଥିବା ମାଓ୍ଵା ମିଠାରେ ଲୁଗା ସଫା ସୋଡା ବା ଓ୍ଵାସିଂ ପାଉଡର୍ ବ୍ୟବହାର କରାଯାଉଛି ବୋଲି ଅଭିଯୋଗ ହୁଏ । ସିନ୍ଥେଟିକ୍ ମାଓ୍ଵା ପ୍ରସ୍ତୁତ କରିବା ସମୟରେ ଓ୍ଵାସିଂ ପାଉଡର୍ ବ୍ୟବହାର କରାଯାଏ ବୋଲି ଜାଣିବାକୁ ମିଳିଛି । ଏଥିଲାଗି ପ୍ରଥମେ କ୍ଷୀରରୁ କ୍ରିମ୍ ବାହାର କରାଯାଏ । ତା’ପରେ ୟୁରିଆ ବ୍ୟତୀତ ଡିଟରଜେଣ୍ଟ ପାଉଡର ଏବଂ ଶସ୍ତା ଘିଅ ମିଶାଯାଏ । ମାଓ୍ଵା ପ୍ରସ୍ତୁତି ସମୟରେ ଯେଉଁ ୟୁରିଆ ଆବଶ୍ୟକ ପଡ଼ିଥାଏ, ତାହାର ମୂଲ୍ୟ ଅଧିକ । ସେଥିପାଇଁ ବ୍ୟବସାୟୀମାନେ ଓ୍ଵାସିଙ୍ଗ୍ ପାଉଡର ବ୍ୟବହାର କରିଥାଆନ୍ତି ।
/sambad/media/post_attachments/wp-content/uploads/2017/11/muther-dairy-milk-300x205.jpg)
ଆସନ୍ତୁ ଜାଣିବା କେମିତି ଚିହ୍ନିବେ କ୍ଷୀର ଅସଲି କି ନକଲି । ସିନ୍ଥେଟିକ କ୍ଷୀର ଜାଣିବାକୁ ହେଲେ ତାକୁ ଶୁଙ୍ଘନ୍ତୁ । ଯଦି ବାସ୍ନା ସାବୁନ ପରି ହେଉଥାଏ ,ତା’ହେଲେ ଜାଣିବ ଯେ କ୍ଷୀରରେ ମିଶ୍ରଣ ହେଉଛି । ଅସଲି କ୍ଷୀରର ବାସ୍ନା ମିଠା ହୋଇଥାଏ । ନକଲି କ୍ଷୀର ଗରମ କରିଲେ ଏହାର ରଙ୍ଗ ହଳଦିଆ ହୋଇଯାଏ । କିନ୍ତୁ ଅସଲି କ୍ଷୀରକୁ ଗରମ କରିଲେ, ଏହାର ରଙ୍ଗ ପରିବର୍ତ୍ତନ ହୋଇନଥାଏ । କ୍ଷୀରରେ ପାଣି ମିଶ୍ରଣ ହୋଇଛି କି ନାହିଁ ଜାଣିବା ପାଇଁ ଅଳ୍ପ ପରିମାଣର କ୍ଷୀର ଏକ ଚିକ୍କଣ କାଠ କିମ୍ବା ପଥରରେ ପକାନ୍ତୁ, ଯଦି କ୍ଷୀରର ଧାର ତଳକୁ ଗଡ଼ିଯାଏ ଏବଂ ଧଳା ଦାଗ ହୋଇଥାଏ, ଜାଣିବେ ଯେ କ୍ଷୀର ଶୁଦ୍ଧ ଅଛି। କ୍ଷୀରକୁ ହାତରେ ଧରି ଘଷିବା ଦ୍ୱାରା ଯଦି ଏହା ଅଠାଳିଆ ଲାଗେ, ତେବେ ଜାଣିବେ ଯେ ଏହା ନକଲି କ୍ଷୀର ।
Follow Us