ଶୀତଦିନେ ମାର୍କେଟରେ ବିଭିନ୍ନ ପ୍ରକାରର ଫଳ ମିଳେ। ଏହି ଋତୁରେ ଭିନ୍ନ ଭିନ୍ନ ପ୍ରକାରର ତାଜା ଫଳ ଓ ପନିପାରିବା ଖାଇବାର ସୁଯୋଗ ପାଆନ୍ତି ଲୋକେ। କିନ୍ତୁ କେତେକ ଫଳ ବିକ୍ରେତା ଫଳଗୁଡିକୁ ଅଧିକ ଦିନ ସତେଜ ତଥା ତାଜା ରଖିବା ପାଇଁ ଏଥିରେ ଫର୍ମାଲିନ ପରି କ୍ଷତିକାରକ ରାସାୟନିକ ସାମଗ୍ରୀ ମିଶାଇଥାଆନ୍ତି, ଯାହାକୁ ଆପଣ ଖାଇବା ଦ୍ବାରା ଏହା ଆପଣଙ୍କ ଶରୀରରେ ଅନେକ ରୋଗ ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଜାଣିବା କ’ଣ କରିବା ଦ୍ବାରା ଆମେ ଏହି କ୍ଷତିକାରକ ରାସାୟନିକ ସାମଗ୍ରୀରୁ ନିଜକୁ ରକ୍ଷା କରିପାରିବା । 

Advertisment

ଶରୀରକୁ ସୁସ୍ଥ ରଖିବା ସହ ଶରୀରକୁ ଆବଶ୍ୟକୀୟ ପୋଷଣ ଦେବା ପାଇଁ  ଆମେ ଫଳ ଖାଇଥାଉ। ବିଶେଷଜ୍ଞଙ୍କ ଅନୁସାରେ ପ୍ରତେକ ଦିନ ଫଳ ଖାଇବା ଦ୍ବାରା ଆମ ଶରୀରକୁ ଆବଶ୍ୟକ ପୋଷଣ ମିଳିଥାଏ। ହେଲେ ଆଜିକାଲି ମାର୍କେଟରେ ମିଳୁଥିବା ସବୁ ଜିନିଷକୁ ଅଧିକରୁ ଅଧିକ ବିକ୍ରି କରିବା ପାଇଁ ଦୋକାନୀମାନେ ବିଭିନ୍ନ ପ୍ରକାର କେମିକାଲ ବ୍ୟବହାର କରିଥାଆନ୍ତି। ଯାହା ଆମ ଆଖିକୁ ଦେଖିବା ଏବଂ ପାଟିକୁ ଖାଇବାକୁ ଭଲ ଲାଗିଲେ ବି ଆମ ଶରୀରକୁ ଯାଇ ଏହା ଅନେକ କ୍ଷତି ପହଞ୍ଚାଇଥାଏ। ସେହିପରି ଫଳକୁ ଦୀର୍ଘଦିନ ଯାଏଁ ସତେଜ ରଖିବା ପାଇଁ ଦୋକାନୀମାନେ ଫର୍ମାଲିନ ପରି କ୍ଷତିକାରକ କେମିକାଲର ବ୍ୟବହାର କରିଥାଆନ୍ତି, ଯାହାକୁ ଆମେ ଖାଇବା ଦ୍ବାରା ଆମକୁ ଅନେକ ରୋଗ ହୋଇଥାଏ। କେବଳ ଫର୍ମାଲିନ ନୁହେଁ ବାହାରେ ଉଡୁଥିବା ଧୂଳିକଣା ଏବଂ ଦୂଷିତ ପଦାର୍ଥ ଫଳରେ ଲାଗିରହିଥାଏ। ଯାହାଦ୍ବାରା ଆମେ ଫଳକୁ ନଧୋଇ ଖାଇବା ଦ୍ବାରା ଅନେକ ଶାରୀରିକ ସମସ୍ୟା ଦେଖାଯାଇଥାଏ।

ଏଭଳି ରାସାୟନିକ ସାମଗ୍ରୀ ମିଶ୍ରିତ ଫଳ ବା ପରିବା ଖାଇବା ଦ୍ବାରା ଅନେକ ଗମ୍ଭୀର ଶାରୀରିକ ସମସ୍ୟାର ହେବାର ଆଶଙ୍କା ବଢ଼ିଯାଏ। କିଛି ଲୋକଙ୍କଠାରେ ମୁଣ୍ଡବିନ୍ଧା, ଚର୍ମ କୁଣ୍ଡାଇ ହେବା ଭଳି ସମସ୍ୟା ଦେଖାଦିଏ। ଲଗାତାର ରାସାୟନିକ ସାମଗ୍ରୀ ମିଶ୍ରିତ ଫଳ ବା ପରିବା ଖାଇବା ଦ୍ବାରା ହରମୋନ ଅସନ୍ତୁଳନ, Neurological damage, ପ୍ରଜନନ ସମସ୍ୟା ଏବଂ କର୍କଟ ଭଳି ‌ରୋଗ ହେବାର ଆଶଙ୍କ ବଢ଼ିଯାଏ।

କିପରି ଫଳକୁ କରିବା ସଫା ? 

ମାର୍କେଟରୁ ଫଳ କିଣିଲା ପରେ ପ୍ରଥମେ ଏହାକୁ ପାଣିରେ ଭଲ ଭାବରେ ଧୋଇବା ଉଚିତ୍। ପାଣିରେ ଭଲଭାବରେ ଧୋଇବା ଦ୍ବାରା ଏଥିରେ ଲାଗିଥିବା ଦୂଷିତ ପଦାର୍ଥ ଏବଂ ଧୂଳିକଣା ସଫା ହୋଇଯାଇଥାଏ। କିନ୍ତୁ କ୍ଷତିକାରକ କେମିକାଲ ଛାଡିନଥାଏ। ଫଳକୁ କେମିକାଲ ମୁକ୍ତ କରିବା ପାଇଁ ହାଲକା ଗରମ ପାଣିରେ ଲୁଣ ବା ଭିନେଗାର ପକାଇ ୧୦ ମିନିଟ୍ ପାଇଁ ଫଳକୁ ବୁଡାଇ ରଖିଦିଅନ୍ତୁ । ୧୦ ମିନିଟ୍ ପରେ ଏହାକୁ କାଢି ଥଣ୍ଡା ପାଣିରେ ଆଉ ଥରେ ଧୋଇ ନିଅନ୍ତୁ ଏବଂ ଏହାର ସେବନ କରନ୍ତୁ। ଏପରି କରିବା ଦ୍ବାରା କ୍ଷତିକାରାକ ଫର୍ମାଲିନ ଫଳରୁ ସମ୍ପୂର୍ଣ୍ଣ ଭାବେ ଛାଡିଯାଇଥାଏ । 

ଆହୁରି ପଢ଼ନ୍ତୁ: Congress IT Cell : ବିଦେଶରୁ ଚାଲୁଛି କଂଗ୍ରେସର ସୋସିଆଲ ମିଡିଆ ଆକାଉଣ୍ଟ୍ : ବିଜେପି

କେବଳ ଫଳରେ ରହିଥାଏ କି ଫର୍ମୋଲିନ ?

ଦୋକନୀମାନେ କେବଳ ଫଳରେ ଫର୍ମାଲିନର ବ୍ୟବହାର କରନ୍ତି ନାହିଁ। ବରଂ ବଜାରରେ ମିଳୁଥିବା ମାଛରେ ମଧ୍ୟ ଏହି କେମିକାଲ ବ୍ୟବହାର କରାଯାଇଥାଏ। ମାଛକୁ ଦୀର୍ଘଦିନ ପାଇଁ ସତେଜ ରଖିବା ପାଇଁ ଏହି ଫର୍ମାଲିନ ବ୍ୟବହାର କରାଯାଇଥାଏ। ବିଶେଷଜ୍ଞଙ୍କ ମତରେ ମାଛକୁ ପାଣିରେ ଅଧଘଣ୍ଟା ପର୍ଯ୍ୟନ୍ତ ରଖିବା ଦ୍ବାରା ଏଥିରେ ରହିଥିବା ୬୦ ପ୍ରତିଶତ କେମିକାଲ କମ ହୋଇଥାଏ। ସେହିପରି ମାଛକୁ ୧ ଘଣ୍ଟା ଲୁଣପାଣିରେ ରଖିବା ଦ୍ବାରା ସେଥିରୁ ୧୦୦ ପ୍ରତିଶତ କେମିକାଲ ନଷ୍ଟ ହୋଇଥାଏ।

ଆହୁରି ପଢ଼ନ୍ତୁ: Odisha Assembly: ରାଜାଙ୍କୁ ଦେଖି ଅଟକିଗଲେ ରାଷ୍ଟ୍ରପତି: ସ୍ମୃତି ବଖାଣିଲେ ରାଜା ସ୍ବାଇଁ… କହିଲେ- ଆମର ଭାଇଭଉଣୀ ଭଳିଆ ସମ୍ପର୍କ ଥିଲା..