ଆପଣଙ୍କ କେଶ ଝଡୁଛି କି? ଆପଣାନ୍ତୁ ‌ଏହି ସବୁ ସରଳ ଉପାୟ

Advertisment
ଆପଣଙ୍କ କେଶ ଝଡୁଛି କି? ଆପଣାନ୍ତୁ ‌ଏହି ସବୁ ସରଳ ଉପାୟ

The Better India

କେଶ ଝଡ଼ିବା ଏକ ସାଧାରଣ ସମସ୍ୟା ପାଲଟି ଗଲାଣି। ବାୟୁମଣ୍ଡଳ ପ୍ରଦୂଷଣ ଏହାର ଏକମାତ୍ର ପ୍ରମୁଖ କାରଣ। ଆଜିକାଲି ଅଧିକାଂଶ ପୁରୁଷ ଚନ୍ଦାପଣର ଶିକାର ହେଉଛନ୍ତି। ମହିଳାମାନଙ୍କ କ୍ଷେତ୍ରରେ ବି କେଶ ଝଡ଼ିବା ଏକ ବିରାଟ ମୁଣ୍ଡବିନ୍ଧାର କାରଣ ପାଲଟିଛି। ତେବେ, ଚାଲନ୍ତୁ ଜାଣିବା କିପରି ଏହି ସମସ୍ୟାକୁ କିଛି ମାତ୍ରାରେ ଦୂରେଇ ଦେଇପାରିବା।

: ତେଲ କେଶର ଖାଦ୍ୟ ସଦୃଶ। ଆଜିକାଲି ଯୁବପିଢ଼ି ପ୍ରାୟତଃ ତେଲ ଲଗାଇବାକୁ ପସନ୍ଦ କରୁନାହାନ୍ତି। ମାତ୍ର ମନେ ରଖନ୍ତୁ, ସପ୍ତାହ ମଧ୍ୟରେ ଅତି କମ୍‌ରେ ୨ ଥର କେଶରେ ତେଲ ଲଗାଇବା ପ୍ରୟ‌ୋଜନ।

: ନିୟମିତ ମୁଣ୍ଡ କୁଣ୍ଡାନ୍ତୁ। ଅଧିକାଂଶ ମହିଳା ଅବହେଳା ବଶତଃ ମଝିରେ ମଝିରେ ମୁଣ୍ଡ କୁଣ୍ଡାଇ ନଥାନ୍ତି। ଯାହା କେଶକୁ ଜଟ କରିବା ସହ ଝଡ଼ିବାର କାରଣ ହୋଇଥାଏ।

publive-image
Personiks

: ବାହାରକୁ ଯାଉଥିଲେ କେଶରେ କପଡ଼ା ବାନ୍ଧି ଯାଆନ୍ତୁ। କେଶ ଯେତେ ଧୂଳି ସଂସ୍ପର୍ଶରେ ଆସିବ ସେତେ ଖରାପ। ହେଲ୍‌ମେଟ୍‌ ପିନ୍ଧୁଥିଲେ ବି କପଡ଼ା ବାନ୍ଧି ତା’ ଉପରେ ହେଲ୍‌ମେଟ୍‌ ପିନ୍ଧନ୍ତୁ।

: ମୁଣ୍ଡରେ ସାମାନ୍ୟ ବି ମଳି ଜମିବାକୁ ଦିଅନ୍ତୁ ନାହିଁ। ସପ୍ତାହକୁ ଅତି କମ୍‌ରେ ୨ ଥର ମୁଣ୍ଡ ସଫା କରନ୍ତୁ। କଠିନ ପରିଶ୍ରମ କରି ମୁଣ୍ଡରୁ ଯଦି ଝାଳ ବାହାରି ଥାଏ ତେବେ ଧୋଇବାକୁ ଆଦୌ ବି ଭୁଲନ୍ତୁ ନାହିଁ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ପ୍ରଚୁର ପରିମାଣର ପାଣି ପିଅନ୍ତୁ। ପାଣି ନ ପିଇବା ମଧ୍ୟ କେଶ ଝଡ଼ିବାର ଅନ୍ୟତମ ମୁଖ୍ୟ କାରଣ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe