ଆପଣ ଆପଣଙ୍କ ଶରୀରର ଓଜନ ବୃଦ୍ଧି କରାଇବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

Advertisment
ଆପଣ ଆପଣଙ୍କ ଶରୀରର ଓଜନ ବୃଦ୍ଧି କରାଇବାକୁ ଚାହାନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

Healthline

ଅଧିକାଂଶ ଲୋକ ଓଜନ ହ୍ରାସ କରିବାକୁ ବିଭିନ୍ନ ପ୍ରକାରର ଉପାୟ ଅବଲମ୍ବନ କରୁଥିବା ଆପଣ ଦେଖିଥିବେ ନିଶ୍ଚୟ। ମାତ୍ର ଓଜନ ବୃଦ୍ଧି କରିବା ପାଇଁ କ’ଣ ସବୁ କରାଯାଇପାରେ ଏ ବିଷୟରେ ଆପଣଙ୍କ କିଛି ଧାରଣା ଅଛି କି? ଅନେକ ଲୋକ ଅଛନ୍ତି ଯିଏକି ଅତ୍ୟଧିକ ପତଳା। ଓଜନ ବୃଦ୍ଧି କରିବା ସେମାନଙ୍କ ଶରୀର ପକ୍ଷେ ଅତ୍ୟାବଶ୍ୟକୀୟ ହୋଇପଡ଼େ। ମାତ୍ର ଯେତେ ଚେଷ୍ଟା କଲେ ବି ଓଜନ ବୃଦ୍ଧି ହେଉନଥାଏ। ଏପରି ପରିସ୍ଥିତିରେ ଆପଣଙ୍କୁ ନିମ୍ନରେ ଦିଆଯାଇଥିବା କେତୋଟି କଥାକୁ ମାନିବାକୁ ପଡ଼ିବ। ତାହାଲେ ଯାଇ ଆପଣଙ୍କ ଶରୀରର ଓଜନ ବୃଦ୍ଧି ପାଇବ।

: ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ ଖାଇବା ପୂର୍ବରୁ କେବେ ପାଣି ପିଅନ୍ତୁ ନାହିଁ। ଖାଇବା ପୂର୍ବରୁ ପାଣି ପିଇ‌ଲେ ଖାଦ୍ୟ ଖାଇବାର କ୍ଷମତା କମି ଯାଇଥାଏ। କମ୍‌ ଖାଦ୍ୟ ଖାଇଲେ ଓଜନ ବୃଦ୍ଧି ହେବା ଯେ ଅସମ୍ଭବ ଏହା ଆପଣ ଜାଣନ୍ତି ନିଶ୍ଚୟ।

publive-image
Medical News Today

: ପ୍ରତିଦିନ ଖିର ପିଅନ୍ତୁ। ଏଥିରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ଅଛି। ଏହା ଶରୀର ପାଇଁ ଖୁବ୍‌ ଭଲ ହେବା ସହ ଓଜନ ବୃଦ୍ଧିରେ ବି ସହାୟକ ହୋଇଥାଏ।

: ନିଜ କଫିରେ କ୍ରିମ୍‌ ମିଶ୍ରଣ କରି ପିଅନ୍ତୁ। କ୍ରିମ୍‌ ମିଶ୍ରିତ କଫି ପିଇଲେ ସହଜରେ ଓଜନ ବୃଦ୍ଧି ହୋଇଥାଏ।

: ଓଜନ ବୃଦ୍ଧି କରିବାକୁ ଚାହୁଁଥିଲେ ଦୈନିକ କଦଳୀ ମିଶ୍ରିତ ଖିର ପିଅନ୍ତୁ। ଏହା ମଧ୍ୟ ଓଜନ ବୃଦ୍ଧିରେ ବିଶେଷ ସହାୟକ ହୋଇଥାଏ।

: ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଆବଶ୍ୟକୀୟ ପରିମାଣର ଶୁଅନ୍ତୁ। ଶୋଇବା କମ୍‌ ହେଲେ ଓଜନ ବୃଦ୍ଧି ଠିକ୍‌ ଭାବେ ‌ହୋଇପାରେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe