ଖରାଦିନେ ଏହି ୪ଟି ଟିପ୍ସ ଆପଣାଇ ତ୍ୱଚାକୁ ସୁସ୍ଥ ରଖିବା ସହ ତ୍ୱଚାରେ ଆଣନ୍ତୁ ଚମକ

ଖରାଦିନେ ଏହି ୪ଟି ଟିପ୍ସ ଆପଣାଇ ତ୍ୱଚାକୁ ସୁସ୍ଥ ରଖିବା ସହ ତ୍ୱଚାରେ ଆଣନ୍ତୁ ଚମକ

fithindi.thequint.com

ଖରାଦିନେ ତ୍ୱଚାର ଯତ୍ନ ଅଧିକ ନେବାକୁ ପଡ଼ିଥାଏ । କାରଣ ଖରା ସିଧା ସଳଖ ଭାବେ ତ୍ୱଚା ଉପରେ ପଡ଼ିବା ପରେ ଅନେକ ସମସ୍ୟା ଦେଖାଯିବାକୁ ଲାଗିଥାଏ । ଖାସ୍‌ କରି ଟ୍ୟାନିଂ ଏବଂ ଚର୍ମ ସିଝିଜିବା ଭଳି ସମସ୍ୟା ଦେଖା ଯାଇଥାଏ । ଏ ସବୁ ସମସ୍ୟାରୁ ନିଜକୁ ଦୂରରେ ରଖି ତ୍ୱଚାରେ ଚମକ ଆଣିବା ପାଇଁ ହେଲେ ଆପଣାନ୍ତୁ ଏହି ୪ଟି ଟିପ୍ସ.....

୧. ସାରା ଦିନ ଖରାରେ ବୁଲିବା ପରେ ଘରେ ପହଞ୍ଚି ମୁହଁରେ ଆଲୋଭେରା ଜେଲ ଲଗାନ୍ତୁ । ଏପରି କରିବା ଦ୍ୱାରା ତ୍ୱଚାକୁ ଆରାମ ମିଳିବା ସହ ତ୍ୱଚାରେ ଚମକ ଆସିବ ।

publive-image Indian Makeup and Beauty Blog

୨. ଖରାଦିନେ ଗୋଲାପ ଜଳ ବ୍ୟବହାର କରିବା ଭଲ । ଏହା ଆପଣଙ୍କ ତ୍ୱଚାକୁ ନରମ କରିବା ସହ ତ୍ୱଚାରେ ଥିବା ତୈଳ ଅଂଶକୁ ବାହାର କରିଥାଏ । ଗୋଟେ ପାତ୍ରରେ ଗୋଲାପ ଜଳ ନେଇ ଫ୍ରିଜ୍‌ରେ ରଖନ୍ତୁ । ଥଣ୍ଡା ହେବା ପରେ ଏହାକୁ ବ୍ୟବହାର କରନ୍ତୁ । ଖରାରେ ମୁହଁ ସିଝିବା ଭଳି ଅନୁଭବ ହେଉଥିଲେ ଗୋଲାପ ଜଳରେ ତରଭୂଜ ରସ ମିଶାଇ ଲଗାନ୍ତୁ । ଆରାମ ମିଳିବ ।

୩. ଖରାଦିନେ ତୈଳଯୁକ୍ତ ପ୍ରଡକ୍ଟ ବ୍ୟବହାର କରନ୍ତୁ ନାହିଁ । ଏଭଳି କରିବା ଦ୍ୱାରା ତ୍ୱଚା ଆହୁରି ଖରାପ ହୋଇଯିବ ।

publive-image Allure

୪. ଘରୁ ବାହାରକୁ ଯିବା ସମୟରେ ମୁହଁକୁ ଭଲ ଭାବରେ ଘୋଡ଼ାଇ ରଖିବା ସହ କଳା ଚଷମା ଲଗାନ୍ତୁ । ଏପରି କରିବା ଦ୍ୱାରା ଆପଣ ନିଜ ତ୍ୱଚାକୁ ଖରାର ପ୍ରଭାବରୁ ରକ୍ଷା କରି ପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe