ଷ୍ଟାମିନା ବଢ଼ାଇବାକୁ ଚାହୁଁଛନ୍ତି କି? ଏସବୁ ଅଭ୍ୟାସ କରନ୍ତୁ

ଷ୍ଟାମିନା ବଢ଼ାଇବାକୁ ଚାହୁଁଛନ୍ତି କି? ଏସବୁ ଅଭ୍ୟାସ କରନ୍ତୁ

www.jonasacevedo.com

ମାନସିକ କ୍ଷମତା ଏବଂ ଶାରୀରିକ କ୍ଷମତା ଆମ ପାଇଁ ବହୁତ ଆବଶ୍ୟକ। ପ୍ରତି କାମରେ ସଫଳତା ଏହା ଉପରେ ନିର୍ଭର କରିଥାଏ। ତେଣୁ ମାନସିକ ଓ ଶାରୀରିକ କ୍ଷମତା ବଢେଇବା ନିହାତି ଦରକାର । କ୍ଷମତା ଅର୍ଥାତ୍‌ ଷ୍ଟାମିନା ବଢେଇବା ପାଇଁ ଆମକୁ କେଉଁ କେଉଁ ଜିନିଷ ଉପରେ ଧ୍ୟାନ ଦେବାକୁ ପଡିବ, ଆସନ୍ତୁ ଜାଣିବା।

ଖାଦ୍ୟ ଆମକୁ ଶକ୍ତି ପ୍ରଦାନ କରିଥାଏ । ଶାରୀରିକ କ୍ଷମତା ଲାଗି ସନ୍ତୁଳିତ ଖାଦ୍ୟ ଖାଇବା ଆବଶ୍ୟକ । ସନ୍ତୁଳିତ ଖାଦ୍ୟରେ ଫଳ ଓ ପନିପରିବା ସାମିଲ ଥାଏ । ଏକାଥରେ ଅଧିକ ପରିମାଣରେ ଖାଇବା ଉଚିତ୍‌ ନୁହେଁ । କିଛି କିଛି ଘଣ୍ଟା ବ୍ୟବଧାନରେ ଅଳ୍ପ ଅଳ୍ପ ଖାଦ୍ୟ ଖାଇବା ଉଚିତ୍‌ ।

ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ପାଣିରେ ଗ୍ଲୁକୋଜ୍‌ ମିଶାଇ ମଧ୍ୟ ପିଅନ୍ତୁ । ପାଣି ପିଇବା ଦ୍ୱାରା ଡିହାଇଡ୍ରେସନ୍‌ ସମସ୍ୟା ଦୂର ହୋଇଥାଏ ।

ଶରୀରର କ୍ଷମତା ବିକଶିତ କରିବା ପାଇଁ ବ୍ୟାୟାମ ଅତି ଆବଶ୍ୟକ । ବ୍ୟାୟାମ କରିସାରିବା ପରେ କିଛି ସମୟ କ୍ଲାନ୍ତ ଅନୁଭବ ହୋଇଥାଏ । କିନ୍ତୁ ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ମନ ଶାନ୍ତି ରହିଥାଏ ।

ଷ୍ଟାମିନା ବଢେଇବା ପାଇଁ ଚାହୁଁଛନ୍ତି କି ? ତା’ହେଲେ ଆପଣ ମେଡିକାଲ ଟେଷ୍ଟ କରନ୍ତୁ । ଯେଉଁଥିରୁ ଆପଣ କେତେ ଫିଟ୍‌ ଅଛନ୍ତି ଜଣା ପଡ଼ିବ ।

ରାତିରେ ଆଠ ଘଣ୍ଟା ଶୋଇବା ଉଚିତ୍‌ । ରାତିରେ ଜଲଦି ଶୋଇ ସକାଳୁ ଜଲଦି ଉଠିଲେ ମନକୁ ଶାନ୍ତି ମିଳିଥାଏ । ମନ ସତେଜ ରହିଥାଏ ।

ସବୁବେଳେ ସକାରତ୍ମକ ବିଚାର ରଖନ୍ତୁ । ଏହା ଆପଣଙ୍କୁ ସଫଳତା ଦେବାରେ ସାହାଯ୍ୟ କରିବା । ସମସ୍ତଙ୍କ ପାଖରେ ଖରାପ ଏବଂ ଭଲ ଗୁଣ ରହିଥାଏ । ଧୂମପାନ କରିବା, ଅତ୍ୟଧିକ ମଦ ପିଇବା, ଜଙ୍କ ଫୁଡ୍‌ ଖାଇବା ଆଦି ଠାରୁ ଦୂରେଇ ରୁହନ୍ତୁ ଏବଂ ନିଜକୁ ଫିଟ୍‌ ରଖନ୍ତୁ।

publive-image

ନିଜ ମନପସନ୍ଦର ଖେଳ ଖେଳନ୍ତୁ । ଏହାଦ୍ୱାରା ଆପଣଙ୍କର ଏରୋବିକ୍‌ ଏକ୍ସରସାଇଜ୍‌ ମଧ୍ୟ ହୋଇଯିବ । ସାଇକେଲିଙ୍ଗ, ସୁଇମିଙ୍ଗ୍‌ ମଧ୍ୟ କରନ୍ତୁ ।
ସବୁଦିନ ଅଧା ଘଣ୍ଟା ଚାଲନ୍ତୁ ନ ହେଲେ ଦୌଡନ୍ତୁ ଆପଣ ଆପଣଙ୍କର ଷ୍ଟାମିନା ବଢେଇପାରିବେ ।

ଯଦି ଶରୀରରେ ସୋଡିୟମ୍‌ର ଅଭାବ ଥିବ, ତା’ହେଲେ ଷ୍ଟାମିନ୍‌ ମଧ୍ୟ କମ୍‌ ହୋଇଯିବ । ତେଣୁ ଏହାର ବିଶେଷ ଧ୍ୟାନ ରଖିବା ଜରୁରୀ । ଦିନର ଆରମ୍ଭ ସ୍ୱାସ୍ଥ୍ୟପ୍ରଦ ବ୍ରେକ୍‌ଫାଷ୍ଟରୁ ହିଁ କରନ୍ତୁ । ସକାଳୁ ଓଟସ୍‌ ଏବଂ ଜୁସ୍‌ ସେବନ କରନ୍ତୁ । ସକାଳୁ ସବୁବେଳେ ବ୍ରେକ୍‌ଫାଷ୍ଟ କରନ୍ତୁ, ଏହାକୁ ଭୁଲନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe