ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି କି, ଖାଦ୍ୟ ସହ କରନ୍ତୁ ଏସବୁ ଜିନିଷ

Advertisment
ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି କି, ଖାଦ୍ୟ ସହ କରନ୍ତୁ ଏସବୁ ଜିନିଷ

www.greetingsfrombeacons.com

ସମସ୍ତେ ନିଜ ଶରୀରକୁ ସତେଜ ରଖିବାକୁ ଚାହିଁ ଥାଆନ୍ତି। ଯଦି ଆପଣ ଆପଣଙ୍କ ବୟସ ତୁଳନାରେ ଶରୀରକୁ ଅଧିକ ସତେଜ ରଖିବା ପାଇଁ ଚାହୁଁଛନ୍ତି ତେବେ ମୁଖ୍ୟତଃ ନିମ୍ନରେ ଥିବା ଏହି ୫ଟି ଅଭ୍ୟାସକୁ ଖାଦ୍ୟରେ ସାମିଲ କରନ୍ତୁ। ଏହା ଦ୍ଵାରା ଆପଣ ଆପଣଙ୍କ ଶରୀରକୁ ସୁସ୍ଥ ଏବଂ ସେତଜ ରଖିପାରିବେ ବୋଲି ଗବେଷଣାରୁ ଜଣାପଡ଼ିଛି।

Image result for how to maintain yourself TheHealthSite.com

ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀର ସୁସ୍ଥ ଦେଖାଯିବା ପାଇଁ ଏବଂ ବୟସ ବଢିବା ସହ ଆପଣଙ୍କ ଚର୍ମ ଅଧିକ ଲୋଚାକୋଚା ନହେବ ତେବେ କିଛି ଓଜନଦାର ଜିନିଷ ଉଠାଇବା ଦୈନନ୍ଦିନ ଜୀବନରେ ସାମିଲ କରନ୍ତୁ । ଓଜନ ଉଠାଇବା ଦ୍ଵାରା ଶରୀରର ମାଂସପେଶୀ ସତେଜ ରହିଥାଏ । ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଧିକ ଓଜନ ଉଠାଇବାର ଆବଶ୍ୟକତା ନାହିଁ । ପ୍ରଥମେ କମ୍‌ ଓଜନର ଉଠାନ୍ତୁ । ଏହା ଅଭ୍ୟାସ ହୋଇଯିବା ପରେ ଅଧିକ ଓଜନ ଉଠାନ୍ତୁ । ଏହା କରିବା ସମୟରେ ପୂରା ଶରୀର ଉପରେ ଧ୍ୟାନ ଦିଅନ୍ତୁ ।

ଆପଣଙ୍କ ଖାଦ୍ୟରେ ଗ୍ରୀନ୍‌ ଟି ସାମିଲ କରନ୍ତୁ । ଗ୍ରୀନ୍‌ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଥାଏ। ଏହା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହା ଶରୀରର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ । ଏହା ବ୍ୟତୀତ ଡାଳିମ୍ବକୁ ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ। ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ।

ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ : କମ୍‌ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଇବା ଦ୍ଵାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ୫୦ବର୍ଷ ବୟସ ପରେ ଶରୀର ପୂର୍ବାପେକ୍ଷା ଅଧିକ ପ୍ରୋଟିନ୍‌ ଆବଶ୍ୟକ କରିଥାଏ । ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଦିନକୁ ତିନିଥର ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ । ଉଦାହରଣ ସ୍ୱରୂପ: ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍‌ ଯୁକ୍ତ ଖାଦ୍ୟ ଖାଆନ୍ତୁ ।

Image result for how to maintain yourself Brunet

ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍‌ ଶରୀର ପାଇଁ ବେଶ୍‌ ଉପଯୋଗୀ ହୋଇଥାଏ। ଯଦି ଆପଣଙ୍କ ଶରୀରରେ ଭିଟାମିନ୍‌-ଡି କମ୍‌ ମାତ୍ରାରେ ରହିଛି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣରେ ରୁହନ୍ତୁ କିମ୍ବା ଭିଟାମିନ୍‌-ଡି ବଟିକା ଖାଆନ୍ତୁ । ଏହା ଆପଣଙ୍କ ହାଡକୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe