ଫୁଡ୍‌ ପଏଜନିଙ୍ଗ୍‌ ହେଉଛି କି ? ଆପଣାନ୍ତୁ ଏହି ସରଳ ଉପାୟ

ଫୁଡ୍‌ ପଏଜନିଙ୍ଗ୍‌ ହେଉଛି କି ? ଆପଣାନ୍ତୁ ଏହି ସରଳ ଉପାୟ

momjunction.com

କେବେ କେବେ ଏମିତି ବି ହୋଇଥାଏ କି କିଛି ଭୁଲ୍‌ ଖାଦ୍ୟ ଖାଇଦେବା କାରଣକୁ ନେଇ ହେଉ କିମ୍ବା ଅତ୍ୟଧିକ ଖାଦ୍ୟ ଖାଇବା ଯୋଗୁଁ ବ୍ୟକ୍ତି ଫୁଡ଼୍‍ ପଏଜନିଙ୍ଗ୍‌ର ଶିକାର ହୋଇଥାଏ। ଯେଉଁ କାରଣକୁ ନେଇ ଏହି ସ୍ଥିତି ବହୁତ ଗମ୍ଭୀର ହୋଇଯାଏ। ତେଣୁ ସମୟ ମଧ୍ୟରେ ଏହାର ଚିକିତ୍ସା କରାଯିବା ଆବଶ୍ୟକ ଅଟେ। ତେବେ ଆଜି ଆମେ ଆପଣଙ୍କୁ ଏଥିରୁ ମୁକୁଳିବା ଲାଗି ଏପରି କିଛି ସରଳ ଉପାୟ ବିଷୟରେ କହିବୁ,ଯାହାର ପ୍ରୟୋଗ କରି ଆପଣ ଫୁଡ଼୍‍ ପଏଜେନିଙ୍ଗ୍‌ ସମସ୍ୟାରୁ ମୁକ୍ତି ପାଇପାରିବେ।

୧- ଦହିର ପ୍ରୟୋଗ: ଫୁଡ଼୍‍ ପଏଜେନିଙ୍ଗ୍‌ ଲାଗି ଦହି ବହୁତ ଉପକାରୀ ବୋଲି କୁହା ଯାଇଥାଏ। ତେଣୁ ଆପଣ ଦହି ମଧ୍ୟରେ କିଛି ମାତ୍ରାରେ ପାଣି ଓ ଚିନି ମିଶାଇ ଲସି ପ୍ରସ୍ତୁତ କରନ୍ତୁ। ଆଉ ଯଦି ଆପଣଙ୍କୁ ମିଠା ଦହି ପସନ୍ଦ ନଥାଏ ତ,ତେବେ ଆପଣ ଏଥିରେ କିଛି ମାତ୍ରାରେ କଳା ଲୁଣକୁ ମିଶ୍ରଣ କରି ମଧ୍ୟ ପିଇପାରନ୍ତି।

publive-image xvatit.com

୨-ସେଓର ସିର୍‌କା: ତେବେ ସେଓର ସିର୍‌କା ମଧ୍ୟ ଫୁଡ଼୍‍ ପଏଜନିଙ୍ଗ୍‌ ଲାଗି ରାମବାଣ ସଦୃଶ କାର୍ଯ୍ୟ କରିଥାଏ। ତେଣୁ ଏହାକୁ ପ୍ରସ୍ତୁତ କରିବା ପାଇଁ ହେଲେ ଆପଣ ଦୁଇ ଚାମଚ ସେଓର ସିର୍‌କେକୁ ଏକ କପ୍‌ ଗରମ ପାଣିରେ ମିଶ୍ରଣ କରି ଭୋଜନ ପୂର୍ବରୁ ଏହାର ସେବନ କରନ୍ତୁ।

୩-ଲେମ୍ବୁର ପ୍ରୟୋଗ: ସାଧାରଣତଃ ଲେମ୍ବୁରେ ଆଣ୍ଟି-ଭାଇରାଲ୍‌ ଗୁଣ ନିହିତ ରହିଥାଏ, ଯାହାକି ଫୁଡ଼୍‍ ପଏଜେନିଙ୍ଗ୍‌ର ବ୍ୟାକ୍ଟେରିଆକୁ ଦୂର କରି ଆପଣଙ୍କୁ ମୁକ୍ତି ଦେଇଥାଏ। ଆପଣ ଏକ କପ୍‌ ଗରମ ପାଣି ନେଇ ସେଥିରେ କିଛି ମାତ୍ରାରେ ଲେମ୍ବୁର ରସ ଓ ମହୁକୁ ମିଶ୍ରଣ କରି ଖାଲିପେଟରେ ପିଇଦିଅନ୍ତୁ। ଆଉ ଯଦି ଆପଣ ଚାହଁନ୍ତି ବି ପାଣିରେ ଲେମ୍ବୁ କିମ୍ବା ଚିନି ମିଶ୍ରଣ କରି ପିଇପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe