ଜୀବନଚର୍ଯ୍ୟା ବିଶେଷ ‘ଭାଲେନ୍ଟାଇନ୍ ଡେ’ରେ ଗର୍ଲ୍ଫ୍ରେଣ୍ଡ୍ ବନେଇବା ପାଇଁ ଏମିତି କରନ୍ତୁ ପ୍ରେମ ନିବେଦନ! 09 Feb 2018 13:06 IST Sambad Digital Follow Us ପ୍ରେମ କରିବାକୁ ସମସ୍ତେ ଭଲ ପାଆନ୍ତି- ଏକଥା ସତ; କିନ୍ତୁ ପ୍ରେମ ସମସ୍ତଙ୍କ ଭାଗ୍ୟରେ ନ ଥାଏ ବୋଲି ଶୁଣା ଯାଉଥିବା କଥାଟି ସତ ନୁହେଁ। ପ୍ରେମ କରିବାକୁ ସମସ୍ତେ ଯୋଗ୍ୟ। କିନ୍ତୁ, ସମସ୍ତଙ୍କ ପାଇଁ ପ୍ରେମ ନିବେଦନ କରିବା ସହଜ ବ୍ୟାପାର ହୋଇ ନ ଥାଏ। ପ୍ରତ୍ୟାଖ୍ୟାତ ହେବାର ଭୟ ସବୁବେଳେ ମନରେ ଥାଏ। ଆପଣ କାହାକୁ ପ୍ରେମ ନିବେଦନ କରିବାକୁ ଚାହୁଁଛନ୍ତି ଅଥଚ ତାଙ୍କ ମନ ଜିଣିବାର କୌଶଳ ଜାଣି ପାରୁ ନାହାନ୍ତି। ଏହି ୬ଟି ସୂତ୍ରରୁ ଜାଣନ୍ତୁ କେମିତି ନିଜ ମନର ଭାବନା ତାଙ୍କୁ ଜଣାଇବେ। ପୁରୁଷଙ୍କ ମଧ୍ୟରେ ଦୟାଶୀଳ ଭାବ ଥିଲେ ଝିଅମାନଙ୍କୁ ତାହା ଖୁବ୍ ଭଲ ଲାଗିଥାଏ। କୌଣସି ଝିଅକୁ ଆପଣଙ୍କ ପ୍ରତି ଆକୃଷ୍ଟ କରାଇବାକୁ ଚାହୁଁଥିଲେ ତାଙ୍କ ସାମ୍ନାରେ ଅନ୍ୟ ପ୍ରତି ଦୟାଭାବ ପ୍ରଦର୍ଶନ କରନ୍ତୁ। ପ୍ରେମ ନିବେଦନ କରୁଥିବା ସମୟରେ ସର୍ବଦା ସଫଳ ହେବାର ମନୋଭାବ ରଖନ୍ତୁ। ଆପଣଙ୍କ ମନର କଥା ପୂରା ବିଶ୍ୱାସର ସହ ଖୋଲି ସମ୍ପୂର୍ଣ୍ଣ ଭାବେ କୁହନ୍ତୁ। ଯଥାସମ୍ଭବ ସବୁବେଳେ ମଜାଦାରିଆ କଥା କୁହନ୍ତୁ, ଝିଅମାନଙ୍କୁ ଖୁବ୍ ଭଲ ଲାଗିଥାଏ କୌତୁକିଆ କଥା। ଯଦି ତାଙ୍କୁ ହସେଇ ପାରିବେ, ତା’ହେଲେ ଜାଣିନେବେ କି, ତାଙ୍କ ମନ ଜିଣିଗଲେ ବୋଲି। ଆପଣଙ୍କ ଗେଟ୍ଅପ୍ରେ ନିଶ୍ଚୟ ଗୁରୁତ୍ୱ ଦିଅନ୍ତୁ। କାରଣ ମନରୁ ଯେତେ ବି ଭଲ ହୁଅନ୍ତୁ ନା କାହିଁକି, ଆପଣଙ୍କ ପୋଷାକ ଓ ସଜବାଜ ପ୍ରଥମେ ଆପଣଙ୍କ ପରିଚୟ ପ୍ରଦାନ କରିଥାଏ। ଯେଉଁ ଝିଅକୁ ଭଲ ପାଉଛନ୍ତି ତାଙ୍କ ସୌନ୍ଦର୍ଯ୍ୟର ପ୍ରଶଂସା କରିବାକୁ ବିଲ୍କୁଲ୍ ଭୁଲନ୍ତୁ ନାହିଁ। ଯେତେ ଅଧିକ ସମ୍ଭବ କମ୍ପ୍ଲିମେଣ୍ଟ୍ ଦିଅନ୍ତୁ ଓ ତାଙ୍କୁ କେଉଁ ରଙ୍ଗର ଓ କେଉଁ ପୋଷାକ ଭଲ ଦିଶୁଛି ସେହିପରି ମତାମତ ମଧ୍ୟ ନିଶ୍ଚୟ ଦିଅନ୍ତୁ। ଯଦି ଆପଣଙ୍କୁ କେଉଁ ଝିଅ ଭଲ ଲାଗୁଛି ତେବେ ସେ ଥରେ ମନା କରିଦେବା ପରେ ଚୁପ୍ ହୋଇ ବସନ୍ତୁ ନାହିଁ। ବାରମ୍ବାର ପ୍ରେମ ନିବେଦନ କରନ୍ତୁ।