ଖାଦ୍ୟ ଲୁଣିଆ ହୋଇଯାଇଛି କି? ଏହି ସରଳ ଉପାୟରେ ଖାଦ୍ୟରୁ କାଢ଼ନ୍ତୁ ଲୁଣ!

Advertisment
ଖାଦ୍ୟ ଲୁଣିଆ ହୋଇଯାଇଛି କି? ଏହି ସରଳ ଉପାୟରେ ଖାଦ୍ୟରୁ କାଢ଼ନ୍ତୁ ଲୁଣ!

କ’ଣ ଆପଣ କେବେ ବି ବିନା ଲୁଣରେ ଖାଦ୍ୟର ସ୍ୱାଦ କଳ୍ପନା କରିପାରିବେ? ନାହିଁ ନା! କାରଣ ଲୁଣ ହିଁ ଖାଦ୍ୟକୁ ସ୍ୱାଦିଷ୍ଟ କରିଥାଏ। ତେବେଲୁଣ ଅଧିକ ହୋଇଗଲେ ସ୍ୱାଦ ନଷ୍ଟ ହୋଇଯାଏ। ଯଦି ଆପଣଙ୍କ ରନ୍ଧା ଖାଦ୍ୟରେ ଲୁଣ ଅଧିକ ହୋଇଯାଇଛି, ତେବେ ଚିନ୍ତା କରନ୍ତୁ ନାହିଁ; ଏହି ଉପାୟ ଆପଣାଇ କମାଇ ପାରିବେ ଲୁଣ।

ପାଣି: ଯଦି ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଖାଦ୍ୟ ଅତ୍ୟଧିକ ଲୁଣିଆ ହୋଇଥାଏ,ତେବେ ସେଥିରେ ପାଣି ମିଶାଇ ଗରମ କରିଦିଅନ୍ତୁ। କାରଣ ଏହା ଲୁଣିଆପଣକୁ କମାଇ ସନ୍ତୁଳନ କରିବ। ଖାଦ୍ୟରେ ପାଣି ମିଶାଇ ପୁଣି ଥରେ ରାନ୍ଧି ଦେବା ଏକ ସରଳ ଉପାୟ।

publive-image

ଭିନେଗାର୍‌ ଓ ଚିନି : ଏଥିସହିତ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ମାତ୍ରାଧିକ ଲୁଣକୁ ସନ୍ତୁଳିତ କରିବାକୁ ହେଲେ ଆପଣ ୧ ଚାମଚ ଭିନେଗାର ସହିତ ଏକ ଚାମଚ ଚିନିକୁ ମିଶାନ୍ତୁ। ତା’ପରେ ଭଲ ଭାବେ ଘାଣ୍ଟି ଦିଅନ୍ତୁ।

publive-image

ଟମାଟୋ : ମସଲାଯୁକ୍ତ ତରକାରୀ ଲୁଣିଆ ହୋଇଥିଲେ ଆପଣ ସେଥିରେ କଟା ଟମାଟୋ,ଟମାଟୋ ପ୍ୟୁରି କିମ୍ବା ସସ୍‌ ମିଶାଇ ରାନ୍ଧନ୍ତୁ। ଳୁଣି ଲାଗିବା ହାଲକା ହୋଇଯିବ।

publive-image

ଆଳୁର : କିଛି ମାତ୍ରାରେ ଆଳୁକୁ ଚିପ୍‌ସ ଆକୃତିର କାଟି ଆପଣ ମାତ୍ରାଧିକ ଲୁଣିଆ ହୋଇଥିବା ଡ଼ାଲି କିମ୍ବା ସୁପ୍‌ରେ ମିଶାଇ ଦିଅନ୍ତୁ। ଏହାପରେ ୨୦ ମିନିଟ୍‌ ଯାଏଁ। ଆପଣ ଏହାକୁ ରଖନ୍ତୁ। ତେବେ ଖାଦ୍ୟ ପରସିବା ସମୟରେ ଏଥିରୁ ଆଳୁକୁ କାଢ଼ିଦିଅନ୍ତୁ।

publive-image

ପିଆଜ : ତେବେ ତରକାରୀରୁ ଲୁଣର ମାତ୍ରାକୁ କମ୍‌ କରିବାକୁ ହେଲେ ଆପଣ ସେଥିରେ କଟାଯାଇଥିବା କଞ୍ଚା ପିଆଜକୁ ପକାଇ କିଛି ସମୟ ମଧ୍ୟରେ ଏଥିରୁ କାଢ଼ିଦିଅନ୍ତୁ। ଏହାଦ୍ୱାରା ତରକାରିରେ ଲୁଣର ମାତ୍ରା ସନ୍ତୁଳିତ ରହିଥାଏ।

publive-image

ନଡ଼ିଆ ରସ : ଲୁଣ ଅଧିକ ହୋଇଥିଲେ ଏହାକୁ କମାଇବା ଲାଗି ନଡିଆ ରସକୁ ଅଟା ସହିତ ଗୋଲାଇ ଖାଦ୍ୟରେ ସାମିଲ୍‌ କରନ୍ତୁ।

publive-image

ଅଟା : ପ୍ରସ୍ତୁତ ହୋଇଥିବା ବ୍ୟଞ୍ଜନରୁ ଲୁଣର ମାତ୍ରାକୁ କମାଇବାକୁ ହେଲେ ଆପଣ ସେଥିରେ ଅଟାର ଛୋଟ ଛୋଟ ଗୁଳା କରି ପକାଇ ତାହାକୁ ୧୦ ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଏହାପରେ ଏଥିରୁ ଆପଣ ଅଟାର ଗୁଳାକୁ କାଢ଼ିଦିଅନ୍ତୁ।ଲୁଣ ଭାଗ କମିଯିବ। ଏକ ଚାମଚ ଅଟା ଚୁନା ପକାଇ ଏହାକୁ ୬-୭ ମିନିଟ୍‌ ପର୍ଯ୍ୟନ୍ତ ରାନ୍ଧନ୍ତୁ। ଫଳରେ ଅଟାର ଏକ ସ୍ତର ଖାଦ୍ୟର ଉପରି ଭାଗରେ ଦେଖାଯିବ। ଯେଉଁଥିରେ କି ଅତିରିକ୍ତ ଲୁଣ ବାହାରି ଆସିବ।

publive-image

ଦହି ଏବଂ ମଲାଇ: ଖାଦ୍ୟରୁ ଅତିରିକ୍ତ ଲୁଣ ପ୍ରଭାବକୁ କମାଇବା ପାଇଁ ହେଲେ ଆପଣ ଅଧାଚାମଚ ଦହି ଓ ମଲାଇ ନେଇ ପ୍ରସ୍ତୁତ ହୋଇଥିବା ଖାଦ୍ୟରେ ମିଶାଇ ଦିଅନ୍ତୁ। ଯାହାକି ଅତିରିକ୍ତ ଲୁଣର ମାତ୍ରାକୁ ସନ୍ତୁଳିତ କରିଥାଏ।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe