ଏହି ୭ଟି ଗୁଣ ଥିବା ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ

Advertisment
ଏହି ୭ଟି ଗୁଣ ଥିବା ମହିଳାମାନଙ୍କୁ କେବେ ନିଜଠାରୁ ଅଲଗା କରନ୍ତୁ ନାହିଁ

eHarmony

ପ୍ରତି ପୁରୁଷକୁ ନିଜ ଜୀବନକୁ ଆଗକୁ ବଢ଼ାଇବା ପାଇଁ ଜଣେ ଭଲ ଜୀବନସାଥୀ ନିହାତି ଭାବରେ ଆବଶ୍ୟକ କରିଥାଏ । କାରଣ ଆପଣଙ୍କ ସାଥୀଙ୍କ ଭଲପାଇବା ପ୍ରେରଣା ଦେବା ସହ ଏକ ଓଷଧ ଭଳି କାମ କରେ । ବିପଦ ବେଳେ ସମସ୍ତଙ୍କୁ ସାହାରା ଦରକାର ହୋଇଥାଏ, ଆଉ ସେହି ସାହାରା ଜଣେ ପୁରୁଷକୁ ତାଙ୍କ ମହିଳା ସାଥୀ ଭଲ ଭାବରେ ଦେଇ ପାରିଥାଆନ୍ତି । ବେଳେ ବେଳେ ନିଜର ଭୁଲ ନିଷ୍ପତ୍ତିି ପାଇଁ ଜୀବନ ପଥଭ୍ରଷ୍ଟ ହୋଇଥାଏ, ଏ କ୍ଷେତ୍ରରେ ସାଥୀ ପଥପ୍ରଦର୍ଶକ ଭୂମିକା ତୁଲାନ୍ତି। ଯେଉଁ ମହିଳାମାନଙ୍କ ମଧ୍ୟରେ ଏହି ୭ଟି ଗୁଣ ଦେଖିବାକୁ ମିଳେ ସେ ହୋଇପାରିବେ ପ୍ରକୃଷ୍ଟ ସାଥୀ ଓ ଜୀବନସାଥୀ।

୧. ଯଦି ଆପଣ ସାଥୀ/ଜୀବନସାଥୀ ଖୋଜୁଛନ୍ତି, ତେବେ ମହିଳା ଜଣକ ଆପଣଙ୍କଠାରୁ ବୁଦ୍ଧିମାନ ବା କୌଶଳୀ କି ନାହିଁ ତାହା ଦେଖନ୍ତୁ । କାରଣ ଜଣେ ବୁଦ୍ଧିମାନ ମହିଳା ଆପଣଙ୍କୁ ଆଗାମୀ ଜୀବନରେ ଆସିବାକୁ ଥିବା ଅସୁବିଧାକୁ ସାମ୍ନା କରିବାରେ ସାହାଯ୍ୟ କରି ପାରିବେ ।

publive-image Health Magazine

୨.ଯେହେତୁ ଆପଣ ତାଙ୍କ ସହ ଦୀର୍ଘ ସମୟ ପାଇଁ ରହିବାକୁ ଯାଉଛନ୍ତି ତେବେ ସେ ସଚ୍ଚୋଟ କି ନାହିଁ ଦେଖନ୍ତୁ । ସଚ୍ଚୋଟ ମହିଳାମାନେ ଆପଣଙ୍କୁ ଜୀବନରେ ଖୁସି ଦେବା ସହ ଅଧିକ ଭଲ ପାଇବା ମଧ୍ୟ ଦେବେ ।

publive-image Blossom of the Soul

୩.ନାକାରାତ୍ମକ ଚିନ୍ତାଧାରା ରଖୁଥିବା ଲୋକମାନଙ୍କୁ ସମ୍ଭାଳିବା ନିହାତି କଷ୍ଟ । ଯଦି ଆପଣ ଜୀବନସାଥୀ ଖୋଜୁଛନ୍ତି ତେବେ ସେମାନଙ୍କ ଚିନ୍ତାଧାରା ସକାରାତ୍ମକ କି ନାହିଁ ଦେଖନ୍ତୁ । ସକାରାତ୍ମକ ଚିନ୍ତାଧାରା ରଖୁଥିବା ମହିଳାମାନେ ଜୀବନର ବଞ୍ଚିବାର ଶୈଳୀକୁ ହିଁ ପରିବର୍ତ୍ତନ କରି ଦେଇଥାନ୍ତି ।

publive-image familyshare.com

୪.ସମ୍ପର୍କରେ ମତାନ୍ତର ହେବା ଏକ ସାଧାରଣ କଥା । କିନ୍ତୁ ମତାନ୍ତର ପରେ ଯଦି ଆପଣ ଦୁଇ ଜଣ ପରସ୍ପରର ଭୁଲକୁ ବୁଝି ନିଜେ ନିଜେ ହିଁ ତାର ସମାଧାନ କରି ପାରୁଛନ୍ତି ତେବେ ଯାଇ ସମ୍ପର୍କ ସୁଦୃଢ଼ ହୋଇ ପାରିବ । ଯଦି ଜଣେ ମହିଳା ଆପଣଙ୍କ ଅସୁବିଧାକୁ ବୁଝିବା ସହ ମତାନ୍ତର ଆଗକୁ ନ ନେଇ ତାର ସମାଧାନ କରିବାର କ୍ଷମତା ରଖୁଛି ତେବେ ସେଭଳି ମହିଳାଙ୍କୁ ନିଜ ଠାରୁ ଅଲଗା କରନ୍ତୁ ନାହିଁ ।

publive-image Daily Mail

୫.ଆପଣ କରୁଥିବା କାମକୁ ବୁଝି ତାକୁ ସମର୍ଥନ ଦେବା ସହ ନିଜ କାମକୁ ମଧ୍ୟ ପ୍ରଧାନ୍ୟ ଦେଉଥିବା ମହିଳାମାନଙ୍କୁ ବାଛିବା ହେଉଛି ବୁଦ୍ଧିମାନର କାମ । ଗୁରୁଜନମାନଙ୍କ ପ୍ରତି ତାଙ୍କର ବ୍ୟବହାର କିପରି ତାହା ମଧ୍ୟ ଦେଖିବା ଦରକାର ।

୬. ସମ୍ପର୍କ ମଧ୍ୟରେ ଝଗଡ଼ା କେବେ ହେବ ତାହା କେହି ଜାଣି ନାହାନ୍ତି । କିନ୍ତୁ ଆପଣଙ୍କୁ ଏମିତି ଝିଅ ବାଛିବା ଦରକାର ଯିଏ ଝଗଡ଼ା ସମୟରେ ଶାନ୍ତ ରହିବା ସହ ଆପଣକୁ ମଧ୍ୟ ଶାନ୍ତ କରାଇ ପାରୁଥିବ।

publive-image Times of India

୭. ଆପଣ ଯେମିତି ସେ ଆପଣଙ୍କୁ ସେଭଳି ଆପଣେଇ ପାରୁଥିବା ଦରକାର ।

publive-image Scribol.com

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe