ଖୁବ୍‌ ଛିଙ୍କ ହେଉଛି କି? ଏହି ପ୍ରାକୃତିକ ଘରୋଇ ଉପଚାରରେ ଛିଙ୍କ ବନ୍ଦ କରନ୍ତୁ

Advertisment
ଖୁବ୍‌ ଛିଙ୍କ ହେଉଛି କି? ଏହି ପ୍ରାକୃତିକ ଘରୋଇ ଉପଚାରରେ ଛିଙ୍କ ବନ୍ଦ କରନ୍ତୁ

ବେଳେବେଳେ ଅଧିକ ଛିଙ୍କ ଆମକୁ ବିରକ୍ତ କରିଥାଏ ବା କଷ୍ଟ ଦେଇଥାଏ, ଖାସ୍‌ କରି ଯେତେବେଳେ ଏକ ମିନିଟ୍‌ରୁ ଅଧିକ ସମୟ ଧରି ଛିଙ୍କ ହୋଇଥାଏ। ଝିଙ୍କ ହେଲେ ଶରୀରର ଅନ୍ୟ ଅଙ୍ଗଗୁଡ଼ିକ ମଧ୍ୟ କାର୍ଯ୍ୟ କରିବାରେ ବାଧା ପାଇ ଥାଆନ୍ତି। ଅଧିକ ସମୟ ଧରି ଝିଙ୍କ ଲାଗି ରହିବା ଓ ଅଧିକ ସମୟ ଧରି ଛିଙ୍କିବା ହିଁ ଶରୀରକୁ ବାଧା ଦେଇଥାଏ ଓ ସ୍ୱାସ୍ଥ୍ୟ ମଧ୍ୟ ଖରାପ କରିଥାଏ। କିଛି ପ୍ରାକୃତିକ ଘରୋଇ ଉପଚାର ରହିଛି, ଯାହା ଦ୍ୱାରା ଆପଣଙ୍କ ଛିଙ୍କ ପୂରା ବନ୍ଦ ହୋଇଯିବ।

publive-image

publive-image

ବଡ଼ ଅଳେଇଚ
ଭାରତୀୟ ସୁଗନ୍ଧିତ ମସଲା, ବଡ଼ ଅଳେଇଚ ଛିଙ୍କକୁ ତୁରନ୍ତ ବନ୍ଦ କରିଥାଏ। ଦିନକୁ କେବଳ ୨-୩ଟି ଅଳେଇଚ ଚୋବାନ୍ତୁ ଛିଙ୍କ ବନ୍ଦ ହୋଇଯିିବ।
କେମିତି କାମ କରିଥାଏ: ଏହା ନାକ ଭିତରେ ସିଙ୍ଗାଣି ପ୍ରବାହକୁ ନିୟନ୍ତ୍ରଣ କରି ଛିଙ୍କ ବନ୍ଦ କରିଥାଏ।

publive-image

ଖଟା ଫଳ
ସ୍ୱାଦିଷ୍ଠ ଲାଗୁଥିବା ଖଟାଳିଆ ଫଳ –କାଗେଜି ଓ କମଳା ହେଉଛି ଖୁବ୍‌ ଶକ୍ତିଶାଳୀ ଆଣ୍ଟି-ଅକ୍‌ସିଡାଣ୍ଟ୍‌ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ତିଆରି କରେ ଓ ବଢ଼େଇ ଥାଏ। ଛିଙ୍କିବାର ଆଉ ଏକ ମୁଖ୍ୟ କାରଣ ହେଉଛି ଜୀବାଣୁ ଓ ଆଲାର୍ଜି।
କମଳା, କାଗେଜି, ମୌସୁମୀ ଆଦି ଫଳ ଜୀବାଣୁ ଓ ଆଲାର୍ଜିକୁ ପ୍ରତିରୋଧ କରିଥାଏ।

publive-image

ଅଦା
ଅଦାର ଆଣ୍ଟିବ୍ୟାକ୍ଟେରିଆଲ୍‌ ଗୁଣ ଆପଣଙ୍କୁ ଛିଙ୍କିବାର ସମସ୍ୟାରୁ ମୁକ୍ତି ଦେବା ପାଇଁ ସାହାଯ୍ୟ କରିଥାଏ। ଅଦାକୁ ଛୋଟ ଛୋଟ ଖଣ୍ଡ କରି ଚୋବାଇ ପାରିବେ କିମ୍ବା ଛେଚିକି ଏହା ସହ ମହୁ ମିଶାଇ ମଧ୍ୟ ଖାଇ ପାରିବେ।
ସୁଫଳ ପାଇଁ ପ୍ରତିଦିନ ରାତି ଶୋଇବା ସମୟରେ ଏହାକୁ ଖାଆନ୍ତୁ।

publive-image

ତୁଳସୀ
ପ୍ରାୟ ସମସ୍ତେ ଜାଣନ୍ତି ତୁଳସୀ ପତ୍ରର ଅନେକ ଉପକାରିତା ବିଷୟରେ। କିଛି ତଳସୀ ପତ୍ର ନେଇ ପାଣିରେ ଫୁଟାନ୍ତୁ ଓ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ, କିଛି ଦିନ ମଧ୍ୟରେ ଏହାର ସୁଫଳ ଜାଣିପାରିବେ।

publive-image

ଅଁଳା
ଅଁଳାରେ ବହୁତ ପରିମାଣରେ ଆଣ୍ଟିଅକ୍‌ସିଡାଣ୍ଟ୍‌ ଓ ଆଣ୍ଟି-ବ୍ୟାକ୍ଟେରିଲ୍‌ ଉପାଦାନ ଅଛି, ଯାହା ଆପଣଙ୍କ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଆପଣ ଚାହିଁଲେ ଅଁଳାକୁ ଖାଇ ପାରିବେ କିଂବା ଏହାର ବାହାର କରି ମଧ୍ୟ ପିଇ ପାରିବେ। ଏହା ଦ୍ୱାରା ଆପଣଙ୍କ ଛିଙ୍କ ବନ୍ଦ ହୋଇଯିବ। ସାଇନସ୍‌ ସମସ୍ୟା ଦୂର କରିବା ପାଇଁ ଅଁଳା ରସରେ ମହୁ ମିଶାଇ ମଧ୍ୟ ପିଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe