ଆଖିର ଯତ୍ନ ନେବେ କିପରି ଜାଣନ୍ତୁ

ଆଖିର ଯତ୍ନ ନେବେ କିପରି ଜାଣନ୍ତୁ

କାମ କରୁଥିବା ସମୟରେ ପ୍ରତି କୋଡ଼ିଏ ମିନିଟ୍‌ରେ ଥରେ ଦୁଇ ଆଖିକୁ ଦଶ, ପନ୍ଦର ସେକେଣ୍ଡ୍‌ ଯାଏ ଦବାଇରଖନ୍ତୁ। ଏହା ଦ୍ୱାରା ଆଖିର ମାଂସପେଶୀ ସୁସ୍ଥ ରହେ।

ଭିଟାମିନ୍‌ କ, ଖ, ଗ ଯୁକ୍ତ ଖାଦ୍ୟ ଅଧିକ ଖାଆନ୍ତୁ। ଖିର, ସବୁଜ ଓ ତଟକା ପନି-ପରିବା, ଫଳ-ମୂଳ ଆଖି ପାଇଁ ଭଲ।

ଘନ ଘନ ଆଖି ମୁଦିବା ଓ ଖୋଲିବା ଅଭ୍ୟାସ କରନ୍ତୁ। ଦୁଇ ଆଖିକୁ ଦଶ ଥର ଲେଖାଏଁ ଏ ପରି କରନ୍ତୁ। ଏହା ଦ୍ୱାରା ଆଖି ପତାର ଭିତର ଭାଗ ତରଳ ଓ ସୁସ୍ଥ ରହେ।

publive-image

ଆଖି ଡୋଳାକୁ ଘଣ୍ଟାର କଣ୍ଟା ଭଳି ବାମରୁ ଡାହାଣକୁ କ୍ଷୀପ୍ର ବେଗରେ ଘୂରାନ୍ତୁ। କିଛି ସମୟ ଆରାମ ପରେ, ଓଲଟା ଦିଗରେ ଘୂରାନ୍ତୁ। ଏହା ଦ୍ୱାରା ଆଖି ତଳେ କୁଞ୍ଚନ ରେଖା ପଡ଼େନାହିଁ।

ଅନିଦ୍ରା, ହାଲିଆ ଓ ଚିନ୍ତା ଆଦି ଦ୍ୱାରା ଆଖି ଚାରି ପାଖ କଳା ପଡ଼େ। ଚାହା ଗୁଣ୍ଡକୁ ଗରମ ପାଣିରେ ଫୁଟାଇ ତୁଳା ସାହାଯ୍ୟରେ ଆଖି ଉପରେ ରଖନ୍ତୁ। କଳା ଦାଗ ଦୂର ହେବ।

ଦର୍ପଣ ସମ୍ମୁଖରେ ଛିଡ଼ା ହୋଇ ନିଜ ପ୍ରତିବିମ୍ବକୁ ପାଞ୍ଚ ମିନିଟ୍‌ ପର୍ଯ୍ୟନ୍ତ ଏକ ଲୟରେ ଦେଖନ୍ତୁ। ଏହା ଦ୍ୱାରା ଆଖିକୁ ଆରାମ ଲାଗେ ଓ ଦୃଷ୍ଟିଶକ୍ତି ପ୍ରଖର ହୁଏ।

-ଡା. ଦୀନବନ୍ଧୁ ମହାରଣା,

ଫୋନ୍‌: ୯୪୩୭୦୪୩୧୦୩

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe