ଘରୋଇ ଉପଚାର ଦ୍ୱାରା ଦୂର କରନ୍ତୁ ଆଖିତଳ କଳାଦାଗ

Advertisment
ଘରୋଇ ଉପଚାର ଦ୍ୱାରା ଦୂର କରନ୍ତୁ ଆଖିତଳ କଳାଦାଗ

bellatory.com

ଆଖିରୁ ଜଣେପଡ଼େ ବ୍ୟକ୍ତିତ୍ୱ । ଚେହେରାର ଆକର୍ଷଣର କେନ୍ଦ୍ରରେ ରହିଥାଏ ଆଖି । ତେବେ ଅନେକ କାରଣ, ଯେପରିକି ରାତି ଅନିଦ୍ରା, ଶରୀରରେ ଭିଟାମିନ୍ର ଅଭାବ କିମ୍ବା ଅଧିକ ସମୟ କମ୍ପୁଟର ଏବଂ ମୋବାଇଲର ବ୍ୟବହାର ଯୋଗୁଁ ଆଖିତଳେ କଳାଦାଗ ଦେଖାଯାଇଥାଏ। ଏଥିରୁ ରକ୍ଷା ପାଇବା ପାଇଁ ବଜାରରେ ଅନେକ ପ୍ରକାରର କ୍ରିମ ମିଳିଥିଲେ ମଧ୍ୟ ଘରୋଇ ଉପଚାର ହିଁ ସର୍ବଶ୍ରେଷ୍ଠ ।

ଆଖି ତଳ ହେଉବା ଶରୀରର ଯେକୌଣସି ସ୍ଥାନର କଳାଦାଗ ପାଇଁ ଆଳୁରସ ସବୁଠାରୁ ଭଲ । ଆପଣ ଆଳୁକୁ କାଟି ଏହାର ରସ ବାହାର କରି ଆଖିତଳେ ଲଗାଇ ପାରିବେ ।ଏହାଛଡ଼ା ରାତିରେ ଶୋଇବା ସମୟରେ ଟିକେ ବାଦାମ ତେଲକୁ ଉଷୁମ କରି ଆଖିତଳେ ଲଗାନ୍ତୁ । ସକାଳେ ଉଠିବା ପରେ ଏହାକୁ ଧୋଇଦିଅନ୍ତୁ । ଦେଖିବେ ଧୀରେ ଧୀରେ କଳାଦାଗ ଦୂର ହେବା ସହ ଆଖିର ଉଜ୍ୱଳତା ବଢ଼ିଯିବ । ଏହା ବ୍ୟତୀତ ଅଧା ଚାମଚ ଟମାଟୋ ରସ ସହ ଅଧା ଚାମଚ ଲେମ୍ବୁ ରସକୁ ମିଶାଇ ଆଖିତଳ କଳା ସ୍ଥାନରେ ଲଗାନ୍ତୁ ୧୫ ମିନିଟ ପରେ ଏହାକୁ ଧୋଇ ଦିଅନ୍ତୁ । ଏହି ଉପାୟ ଅବଲମ୍ବନ ଦ୍ୱାରା ଆରାମରେ ଆଖି ତଳ କଳା ଦୂର ହୋଇଯିବ ଏବଂ ମିଳିବ ଉଜ୍ୱଳ ଆଖି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe