ବିନା ବ୍ୟାୟାମରେ ବି ଓଜନ କମେ, ଜାଣନ୍ତୁ  କ’ଣ କହେ ଗବେଷଣା

Advertisment
ବିନା ବ୍ୟାୟାମରେ ବି ଓଜନ କମେ, ଜାଣନ୍ତୁ  କ’ଣ କହେ ଗବେଷଣା

TIO

ନୂଆଦିଲ୍ଲୀ: ଓଜନ କମାଇବା ପାଇଁ ଆଜିକାଲି ଲୋକେ କ’ଣ ବା କରୁନାହାନ୍ତି? କିଏ ବ୍ୟାୟାମ କରିବାରେ ବ୍ୟସ୍ତ ତ କିଏ ଖାଇବା କମାଇବାରେ ବ୍ୟସ୍ତ। କିଏ ଜିମ୍‌ ଗଲେଣି ତ କିଏ ସକାଳୁ ଉଠି ପାର୍କ କଲେଣି। ମାତ୍ର ଯେଉଁ ଭଳି ଭାବେ ଆମେ ଚେଷ୍ଟା କରିଥାନ୍ତି, କ’ଣ ସେତେ ଜଲ୍‌ଦି ଓଜନ କମିଥାଏ? ନା, କମିନଥାଏ। ଯଦି ବାସ୍ତବରେ ଓଜନ କମାଇବାକୁ ଚାହାଁନ୍ତି ତେବେ ଦିନକୁ ୬ ଘଣ୍ଟା ଛିଡ଼ା ହୋଇ ରହନ୍ତୁ।

publive-image

ଆମେରିକା ଏବ ସ୍ପେନ୍‌ର ଗ୍ରେଗରିଓ ମାରାନନ ୟୁନିଭରସିଟି ହସ୍ପିଟାଲ୍‌ର ବଡ଼ ବଡ଼ ଡାକ୍ତରମାନେ ଗବେଷଣା କରି ସୂଚନା ଦେଇଛନ୍ତି ଯେ ଅଧିକାଂଶ ସମୟ ବସିବା ଦ୍ୱାରା ଶରୀରରେ ମେଦ ବୃଦ୍ଧି ପାଇଥାଏ। ଡାକ୍ତରମାନେ  ମେଟା ବିଶ୍ଳେଷଣ ଆଧାରରେ ସମୁଦାୟ ୪୬ ପ୍ରକାର ଅଧ୍ୟୟନ କରି ଜାଣିବାକୁ ପାଇଛନ୍ତି ଯେ ଶରୀରର ଅତିରିକ୍ତ ମାଂସପେଶୀ ବସିବା ଏବଂ ଛିଡ଼ା ହୋଇ ରହିବା ଭିତରର ପାର୍ଥକ୍ୟ। ସେମାନେ ଜାଣିବାକୁ ପାଇଛନ୍ତି ଯେ ଛିଡ଼ା ହେବା ଦ୍ୱାରା ମିନିଟ୍‌ ପିଛି ୦.୫ କିଲୋ କ୍ୟାଲୋରି ହ୍ରାସ ପାଇଥାଏ। ଖାଦ୍ୟ ସହ ଏହାର କୌଣସି ସଂପର୍କ ନାହିଁ। ଛିଡ଼ା ହେବା ଦ୍ୱାରା ବର୍ଷକୁ ୨.୫ କିଲେ ଏବଂ ବର୍ଷକୁ ୧୦ କିଲେ ଓଜନ ହ୍ରାସ ପାଏ ବୋଲି ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe