ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍‌!

ପ୍ରତ୍ୟେକ ଦିନ ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍‌!

PHOTO-informafrica.com

ସାଧାରଣତଃ ଲଗାତାର୍‌ ଅଫିସ୍‌ରେ ବସିକରି କାମ କରିବା କାରଣକୁ ନେଇ ବ୍ୟକ୍ତିର ପେଟଟି ବଢ଼ିବାକୁ ଲାଗେ। ତେବେ ବଢ଼ୁ୍‍ଥିବା ପେଟ ସମସ୍ୟା ନା ଯେ କେବଳ ଯୁବାବସ୍ଥାମାନଙ୍କ ମଧ୍ୟରେ ଘଟିଥାଏ ତାହା ନୁହେଁ ବରଂ ଏହା ବରିଷ୍ଠ ବ୍ୟକ୍ତିିଙ୍କ କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସମସ୍ୟା ହୋଇଗଲାଣି! ତେବେ ଆଜି ଆମେ ଆପଣଙ୍କୁ ଆପଣଙ୍କର ବଢ଼ୁଥିବା ପେଟ ସମସ୍ୟାରୁ ମୁକ୍ତି ପାଇବାର ଏପରି ଏକ ସରଳ ଉପାୟ ବିଷୟରେ କହିବୁ,ଯେଉଁ ଉପାୟର କି ଉପଯୋଗ କରି ଆପଣ ବହୁତ ମାତ୍ରାରେ ହିଁ ବଢ଼ୁଥିବା ଆପଣଙ୍କର ପେଟ ଜନିତ ସମସ୍ୟାରୁ ମୁକ୍ତି ପାଇପାରିବେ!ଆଉ ଏନେଇ ସବୁଠୁ ଲାଭପ୍ରଦ ଜିନିଷ ହେଉଛି କାକୁଡ଼ି ଏବଂ ଲେମ୍ବୁ ।ତେବେ କାକୁଡ଼ିର ପ୍ରୟୋଗ ଦ୍ୱାରା ଶରୀରରେ ଚର୍ବି ବଢ଼େ ନାହିଁ,କାହିଁକିନା କାକୁଡ଼ିରେ ୯୬ ପ୍ରତିଶତ ପୀନା ଏବଂ ଫାଇବର୍‌ ରହିଥାଏ। ଯେଉଁ କାରଣକୁ ନେଇ ଓଜନ ବଢ଼େନାହିଁ। ଏଥିସହିତ ଏହି କ୍ଷେତ୍ରରେ ଲେମ୍ବୁ ମଧ୍ୟ ବ୍ୟକ୍ତି ପେଟର ଚର୍ବି କମ୍‌ କରିବାରେ ସହାୟକ ହୋଇଥାଏ। ଆଉ ଯଦି ଆପଣ ଏହି କ୍ଷେତ୍ରରେ ଶୋଇବାର ପୂର୍ବରୁ ପ୍ରତ୍ୟେକ ଦିନ କାକୁଡ଼ି ଓ ଲେମ୍ବୁର ଜୁସ୍‌ ପିଅନ୍ତି ତ,ଏହା ଆପଣଙ୍କ ବୃଦ୍ଧି ପାଉଥିବା ପେଟକୁ ନିଜର ନିୟନ୍ତ୍ରଣରେ ରଖିଥାଏ।

publive-image PHOTO-AWESOMON20.COM

ତେବେ ଏବେ ଆସନ୍ତୁ ଜାଣିବା ଏହି ଜୁସ୍‌ ପ୍ରସ୍ତୁତ କରିବାର ଉପାୟ ବିଷୟରେ...
ଆବଶ୍ୟକୀୟ ସାମଗ୍ରୀ:
୧-୨ଟି କାକୁଡ଼ି
୨-ଦୁଇ ଚାମଚ ଲେମ୍ବୁର ରସ।
୩-ଅଦାର ଛୋଟିଆ ଖଣ୍ଡ ।
୪-ଏକ ଛୋଟ ଚାମଚ ଜିରା ପାଉଡ଼ର।
୫-ତିନିରୁ ଚାରୋଟି ପୋଦିନା ପତ୍ର
୬- ସୈନ୍ଧବ ଲୁଣ ଏବଂ ସାଧାରଣ ଲୁଣ ସ୍ୱାଦ ଅନୁସାରେ।
ପ୍ରସ୍ତୁତି: ପ୍ରଥମତଃ ଆପଣ କାକୁଡ଼ିକୁ ଛୋଟ ଛୋଟ କରି କାଟି ଦେଇ ତାହାକୁ ଜୁସର୍‌ରେ ପକାନ୍ତୁ।ଏହାପରେ ଏଥିରେ ଅଦା,ପୋଦିନା ପତ୍ରକୁ ପକାଇ ଦେଇ ଏହାର ଜୁସ୍‌ ପ୍ରସ୍ତୁତ କରନ୍ତୁ।ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ଜୁସ୍‌ରେ ଚିନି,ଲେମ୍ବୁ ରସ,ଜିରା ପାଉଡ଼ର ଏବଂ ସୈନ୍ଧବ ଲୁଣ ଏବଂ ସାଧାରଣ ଲୁଣ ସ୍ୱାଦ ଅନୁସାରେ ମିଶ୍ରଣ କରନ୍ତୁ । ତେବେ ଏବେ ଆପଣଙ୍କର ଜୁସ୍‌ ପ୍ରସ୍ତୁତ ହୋଇଗଲା,ଯାହାକି ଆପଣ ଚାହିଁଲେ ଫ୍ରିଜ୍‌ରେ ରଖି ମଧ୍ୟ ପିଇ ପାରନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe