ଯଦି ଏହି ଗୁଣ ଭିତରୁ ଆପଣଙ୍କ ପାଖରେ ଗୋଟାଏ ବି ଅଛି ତେବେ ଆପଣ ଜଣେ ବିଚାରଶୀଳ ବ୍ୟକ୍ତି

Advertisment
ଯଦି ଏହି ଗୁଣ ଭିତରୁ ଆପଣଙ୍କ ପାଖରେ ଗୋଟାଏ ବି ଅଛି ତେବେ ଆପଣ ଜଣେ ବିଚାରଶୀଳ ବ୍ୟକ୍ତି

ମଣିଷ ଜନ୍ମ ପାଇଥିବା ସମସ୍ତେ ମଣିଷ ପଦବାଚ୍ୟ ନୁହଁନ୍ତି। କେତେକ ମଣିଷଙ୍କ ଭିତରେ ବି ପଶୁଟିଏ ରହିଥିବାର ଦେଖିବାକୁ ମିଳେ। ଏହା ନିର୍ଭର କରେ ବ୍ୟକ୍ତିର ବିଚାରଧାର ଉପରେ। ଯାହାର ବିଚାରଧାରା ଯେତେ ଉନ୍ନତ ସେ ବ୍ୟକ୍ତି ସେତେ ଉନ୍ନତ। ଉତ୍ତମ ବ୍ୟକ୍ତି ବୋଲି ଆମେ ଯାହାଙ୍କୁ କହିଥାନ୍ତି ତାଙ୍କର ବିଚାରଧାରା ନିଶ୍ଚୟ ଉତ୍କଷ୍ଟ ଧରଣର ହୋଇଥାଏ। ତେବେ, ଚାଲନ୍ତୁ ଜାଣିବା ବ୍ୟକ୍ତି ନିକଟରେ କେଉଁ ସବୁ ଗୁଣ ଥିଲେ ଆମେ ତାହାଙ୍କୁ ଜଣେ ବିଚାରଶୀଳ ବ୍ୟକ୍ତି ବୋଲି ଭାବିଥାଉ।

ଅନ୍ତର୍ମୁଖି: ସରଳ ଭାଷାରେ କହିଲେ ଭିତରୁ ଚିନ୍ତା କରୁଥିବା ବ୍ୟକ୍ତି। କୌଣସି କଥାକୁ ଉପର ଠାଉରିଆ ଭାବେ ନ ନେଇ ଭିତରୁ ଭଲ କରି ଚିନ୍ତା କରି ନିଷ୍ପତ୍ତି ନେଉଥିବା ବା ମୁହଁରେ ପ୍ରକାଶ କରୁଥିବା ବ୍ୟକ୍ତି ବିଚାରଶୀଳ ହୋଇଥାନ୍ତି।

publive-image

ଅବଲୋକନ କରୁଥିବା ବ୍ୟକ୍ତି: ପ୍ରତ୍ୟେକ କଥାକୁ ଅବଲୋକନ କରିବା ଅର୍ଥାତ କଥାର ଗୁରୁତ୍ୱକୁ ବୁଝିବା ପାଇଁ କଥାର ମୂଳକୁ ଯିବା ହେଉଛି ଜଣେ ବିଚାରଶୀଳ ବ୍ୟକ୍ତିର କାର୍ଯ୍ୟ।

ଜିଜ୍ଞାସୁ: ପ୍ରତ୍ୟେକ କଥାକୁ ଜାଣିବାର ଇଚ୍ଛା ରଖିଥିବା ବ୍ୟକ୍ତିଙ୍କୁ ଆମେ ଜିଜ୍ଞାସୁ ବୋଲି କହିପାରିବା। ଅର୍ଥାତ ଟିକେ ସରଳ ଭାବରେ କହିଲେ ଉତ୍ସୁକ। ଏହି ଧରଣର ବ୍ୟକ୍ତି ମଧ୍ୟ ବିଚାରଶୀଳ ପଦବାଚ୍ୟ।

publive-image

ସମାଧାନର ବାଟ ବତାଉଥିବା ଲୋକ: ଅସୁବିଧା ସମସ୍ତଙ୍କର ରହିଛି। ମାତ୍ର ସବୁ ସମସ୍ୟାର ସମାଧାନ ସମସ୍ତଙ୍କ ପାଖରେ ନଥାଏ। ମାତ୍ର ଏମିତି ଖୁବ୍‌ କମ୍‌ ଲୋକ ଥାଆନ୍ତି ଯେଉଁମାନେ କି ନିଜର ସମସ୍ୟା ପରି ଅନ୍ୟର ସମାସ୍ୟାର ମଧ୍ୟ ଉପାୟ କାଢ଼ିପାରନ୍ତି। ସେମାନେ ନିଶ୍ଚୟ ବିଚାରଶୀଳ ବୋଲି ଆପଣ କହିପାରନ୍ତି।

ପ୍ରତ୍ୟେକ କଥାରେ ମଜ୍ଜା କାଢୁଥିବା ବ୍ୟକ୍ତି: ଏମିତି ମଜାକିଆ ସ୍ୱଭାବର ବ୍ୟକ୍ତି ତ ବହୁତ ଥାଆନ୍ତି। ମାତ୍ର ପ୍ରତ୍ୟେକ କଥାକୁ ମଜାଳିଆ ଢଙ୍ଗରେ ନେଇପାରୁଥିବା ବ୍ୟକ୍ତିଙ୍କ ସଂଖ୍ୟା ବହୁତ କମ୍‌। ସେମାନେ ସହଜରେ ଦୁଃଖ ଦୂର କରିଥାନ୍ତି। ସେ ଧରଣର ବ୍ୟକ୍ତିଙ୍କୁ ବି ବିଚାରଶୀଳ କହିପାରିବା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe