ଯଦି ଆପଣ ଚାହା ପିଇବାକୁ ପସନ୍ଦ କରନ୍ତି, ତା’ହେଲେ ଏହାକୁ ନିଶ୍ଚୟ ପଢନ୍ତୁ

ଯଦି ଆପଣ ଚାହା ପିଇବାକୁ ପସନ୍ଦ କରନ୍ତି, ତା’ହେଲେ ଏହାକୁ ନିଶ୍ଚୟ ପଢନ୍ତୁ

aajtak

ଚାହା ଦୁନିଆର ସବୁଠାରୁ ଲୋକପ୍ରିୟ ଗରମ ପାନୀୟ । ଅଧିକାଂଶ ଲୋକଙ୍କର ଦିନଚର୍ଯ୍ୟା ଚାହା କପରୁ ହିଁ ଆରମ୍ଭ ହୋଇଥାଏ । ସ୍ଥାନ ଏବଂ ଜଳବାୟୁ କାରଣରୁ ହୁଏତ ଚାହାର ପ୍ରକାର ଭେଦ ଦେଖାଦେଇଥାଏ ହେଲେ ଅଧିକାଂଶ ଲୋକ କ୍ଷୀର ଚାହା ପିଇବାକୁ ପସନ୍ଦ କରଥାନ୍ତି । ଚାହା ପିଇବା ଦ୍ବାରା ଶରୀରକୁ ସତେଜତା ମିଳିଥାଏ । ତେଣୁ ଅନେକେ ଏହା ଶରୀର ପାଇଁ ଲାଭକାରୀ ବୋଲି ବିବେଚନା କରିଥାନ୍ତି। ଚାହାରେ ଅନେକ ପ୍ରକାରର ଔଷଧୀୟ ଗୁଣ ରହିଥାଏ। ସେଥିଲାଗି ଚାଇନା ଓ ଜାପାନରେ ଚାହା ଗଛକୁ ଔଷଧୀୟ ଗୁଳ୍ମ ବୋଲି କହିଥାନ୍ତି । ଏହି କାରଣରୁ ଚାଇନା ଓ ଜାପାନରେ ଚାହାର ବହୁଳ ବ୍ୟବହାର କରାଯାଉଛି ।

ଅନ୍ୟପକ୍ଷରେ ଚାହା ଯେଉଁମାନେ ପିଉଛନ୍ତି ସେମାନେ ଚାହାର ଉପକାର ଓ ଅପକାର ବିଷୟରେ ଜାଣିବା ଦରକାର। ସବୁଦିନ ଚାହା ପିଉଥିବା ଅଧିକାଂଶ ଲୋକଙ୍କୁ ଚାହାର ଉପକାରିତା ସମ୍ବନ୍ଧରେ ଜଣା ନଥାଏ । କେବଳ ପାଟିକୁ ସ୍ବାଦ ଲାଗିବା ଓ ସତେଜତା ମିଳୁଥିବାରୁ ଏହାକୁ ପସନ୍ଦ କରି ପାନୀୟ ରୂପେ ବ୍ୟବହାର କରୁଥାନ୍ତି। ଏକ ଅଧ୍ୟୟନରୁ ଚାହାର ଉପକାରିତା ବିଷୟରେ ଜଣାପଡ଼ିଛି ଯେ, ଚାହାରେ ସାଧାରଣତଃ ପଲିହେନୋଲସ୍ ମିଳିଥାଏ ଯାହା ଶରୀର ପାଇଁ ଉପକାରୀ। ଚାହାରୁ ମିଳୁଥିବା କେଟୋଚିନ୍, ଥିୟାପ୍ଲେବିନ୍ସ ଏବଂ ଥେରୁବିଗିନସରେ ଅନେକ ଆଣ୍ଟି-ଡିପ୍ଲୋମେଟରୀ, କର୍କଟରୋଧକ, କାର୍ଡିଓପ୍ରୋଟେକ୍ଟିଭ ଗୁଣ ରହିଛି, ଯାହା ଶରୀରକୁ ବିଭିନ୍ନ ଉପାୟରେ ସାହାଯ୍ୟ କରେ। ନୂଆ ଏକ ଗବେଷଣାରୁ ଜଣାପଡ଼ିଛି ଯେ ଚାହା କର୍କଟ ଓ ହୃଦରୋଗ ବିରୁଦ୍ଧରେ ଲଢିବାରେ ସାହାଯ୍ୟ କରୁଛି।

ଏଥିରେ ମାନସିକ ରୋଗରୁ ମୁକ୍ତ କରିବାର ଶକ୍ତି ରହିଛି। ଚାହା ପତିରେ ପ୍ରଚୁର ମାତ୍ରାରେ ଆଣ୍ଟିବଡି ରହିଛି, ଯାହା ରକ୍ତରେ ଥିବା ଅଦରକାରୀ କରିବାକୁ ବାହାର କରିବାରେ ସହାୟକ ହୋଇପାରୁଛି। ଏହାସହ ଶରୀରରେ ହେଉଥିବା କଷ୍ଟକୁ ଦୂର କରିବାରେ ମଧ୍ୟ ସହାୟତା କରୁଛି।  ଗବେଷକ ଡ.ଟିଲର ଵାଲେସଙ୍କ କହିବା ଅନୁସାରେ ଚାହା ଏମିତି ଏକ ପାନୀୟ ଯାହାକୁ ଲୋକମାନେ ସହଜରେ ପିଇପାରିବେ । ଯଦି ଜଣେ ଏହାକୁ ଗ୍ରହଣ କରିବ ତାହାଲେ ସେ ଦୀର୍ଘଦିନ ପର୍ଯ୍ୟନ୍ତ ସୁସ୍ଥ ରହିବ । ଆମେରିକୀୟ ଚାହା ପରିଷଦର କହିବା କଥା ହେଲା କଳା, ସବୁଜ ଏବଂ ଔଷଧୀୟ ଚାହାରେ ଅନେକ ପରିମାଣର ଫ୍ଲାବୋନଏଡ୍ସ ମିଳିଥାଏ । ଏହା ଶରୀରର ରୋଗପ୍ରତିରୋଧ କ୍ଷମତାର ବୃଦ୍ଧି କରିଥାଏ । ଅଷ୍ଟ୍ରେଲୀୟଙ୍କ ସୂଚନାରୁ ଜଣାପଡିଛି ଯେ, ଯେଉଁ ବ୍ୟକ୍ତି ଦୈନିକ ୧ରୁ୫ କପ ଚାହା ପିଅନ୍ତି ସେମାନଙ୍କୁ ମାନସିକ ରୋଗ ହେବାର କମ ଦେଖାଦେଇଥାଏ । ଏହା ଚିନ୍ତାକୁ ହାଲୁକା କରିବା ସହ ସତେଜ ରଖିଥାଏ । ଗବେଷକ ଏହା ମଧ୍ୟ କହୁଛନ୍ତି ଏକ କପ କପ୍ପା ଚାହା ପାଇବା ଦ୍ବରା ଦୃଦଘାତ ଭଳି ସମସ୍ୟା ହୋଇନଥାଏ।

ଅଧିକ ଗରମ ଚାହା ପିଇବା କର୍କଟ ରୋଗର କାରଣ ହୋଇପାରେ

ଚାହାରୁ ମିଳୁଥିବା ଫ୍ଲାବୋନଏଡ୍ସ ଶଷ କର୍କଟ ରୋଗ ଭଳି ବିପଦକୁ କମ କରିବାରେ ସହାୟକ ହେଉଥିବା ବେଳେ ଆମେରିକାର ଗବେଷକ ଡ.ଜେଫିରି ବ୍ଲମ୍ବର୍ଜ କହିଛନ୍ତି ଏହା ମଣିଷକୁ ଅନେକ ଉପକାର ଦେଇଥାଏ । କିନ୍ତୁ ଅନ୍ୟ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ ଅଧିକ ଗରମ ଚାହା ପିଇବା ଦ୍ବାରା ଖାଦ୍ୟନଳୀରେ ଆଁସୋଫାଗଲ କର୍କଟ ହୋଇଥାଏ । ତେବେ ଏହା ୬୦ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଠାରେ ଦେଖାଯାଇଥାଏ। ଏଥିପାଇଁ ବରିଷ୍ଠ ବ୍ୟକ୍ତିମାନେ ସଚେତନ ହେବା ଜରୁରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe