ଏହି ଖାଦ୍ୟ ଖାଇଲେ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଇପାରେ ନପୁଂସକତା

ଏହି ଖାଦ୍ୟ ଖାଇଲେ ପୁରୁଷଙ୍କ କ୍ଷେତ୍ରରେ ଦେଖାଯାଇପାରେ ନପୁଂସକତା

photo-youtube

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଦୈନନ୍ଦିନ ଜୀବନରେ ଆମେ ଏପରି କିଛି ଖାଦ୍ୟ ଗ୍ରହଣ କରିଥାଉ ଯାହା ଦ୍ୱାରା ପୁରୁଷଙ୍କ କ୍ଷେତ୍ରରେ ନପୁଂସକତା ଦେଖାଯାଇଥାଏ। ଏଣୁ କିଛି ଅସୁବିଧାର ସମ୍ମୁଖୀନ ହେବା ଆଗରୁ ଆସନ୍ତୁ ଜାଣିବା ସେହି ସମସ୍ତ ଖାଦ୍ୟ ବିଷୟରେ…।

ଅତ୍ୟଧିକ କଫି ପିଇବା ସ୍ୱାସ୍ଥ୍ୟ ପ୍ରତି ହାନିକାରକ ହୋଇଥାଏ। ତେବେ ଆପଣ କେବେ ମଧ୍ୟ ଭାବି ନଥିବେ ଅଧିକ କଫି ପିିଇବା ଦ୍ୱାରା କିମ୍ବା କଫି ଜାତୀୟ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କର ନପୁଂସକ ହେବାର ସମ୍ଭାବନା ଅଧିକ ବଢ଼ିଥାଏ। ଏଣୁ ପୁରୁଷ ମାନଙ୍କୁ ଯେତେ ସମ୍ଭବ କମ ମାତ୍ରାର କଫି ଜାତୀୟ ଦ୍ରବ୍ୟ ଗ୍ରହଣ କରିବା ଆବଶ୍ୟକ।

ଧୂମପାନ ସ୍ୱାସ୍ଥ୍ୟପ୍ରତି ହାନିକାରକ ବୋଲି ଏହାର ପ୍ୟାକେଟରେ ଲେଖାଯାଇଥିଲେ ମଧ୍ୟ ଲୋକ ଏହାକୁ ଛାଡ଼ି ନଥାନ୍ତି । ଏହା ଦ୍ୱାରା କେବଳ ଯେ କ୍ୟାନସର ଏବଂ କିଡ଼ନୀ ଖରାପ ହୋଇଥାଏ ତାହା ନୁହଁ ବରଂ ଏହା ଦ୍ୱାରା ଆପଣ ନପୁଂସକ ମଧ୍ୟ ହୋଇଯାଇ ପାରନ୍ତି । ଧୂମପାନ ଦ୍ୱାରା ଶରୀରରେ ରକ୍ତ ସଂଞ୍ଚାଳନ କମ ହୋଇଥାଏ, ଯାହା ଫଳରେ ଅପଣଙ୍କୁ ଥକାପଣ ଅନୁୁଭୁତ ହୋଇଥାଏ। ଏହା ନପୁଂସକତାର ସମ୍ଭାବନା ଅଧିକ ବଢ଼ିଯାଇଥାଏ।

publive-image photo- scoopwhoop.com

ଆଜିକାଲି ଲୋକମାନଙ୍କ ମଧ୍ୟରେ ଜଙ୍କଫୁଡ଼ ପ୍ରତି ଅଧିକ ଲାଳସା ଦେଖିବାକୁ ମିଳୁଛି। ଅତ୍ୟଧିକ ମାତ୍ରାରେ ଖଟା, ରାଗ ଏବଂ ମସଲାଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ପୁରୁଷଙ୍କର ସ୍ପର୍ମ କାଉଣ୍ଟ କମ ହୋଇଯାଇଥାଏ । ଫଳରେ ନପୁଂସକତାର ସମ୍ଭାବନା ଅଧିକ ହୋଇଥାଏ। ଅତ୍ୟଧିକ ମଦ୍ୟପାନ କରୁଥିବା ବ୍ୟକ୍ତିଙ୍କର ମଧ୍ୟ ନପୁଂସକ ହେବାର ଅଧିକ ସମ୍ଭାବନା ରହିଥାଏ।

ଏକ ଗବେଷଣାରୁ ଜଣାପଡ଼ିଛି କି , ଅତ୍ୟଧିକ ମାତ୍ରାରେ ହେଲଥ ସପ୍ଳିମେଣ୍ଟାରି ଗ୍ରହଣ କରୁଥିବା ପୁରୁଷଙ୍କ କ୍ଷେତ୍ରରେ ନପୁଂସକତାର ସମ୍ଭାବନା ଅଧିକ ରହିଥାଏ। ଏହା ଦ୍ୱାରା ପୁରୁଷମାନଙ୍କର ସେକ୍ସ ହରମୋନ ଏବଂ ପ୍ରଜଜନ କ୍ଷମତା ଉପରେ କୁପ୍ରଭାବ ପଡ଼ିଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe