ନଡ଼ିଆରେ ରହିଛି ଏହି ସବୁ ଭଲ ଗୁଣ, ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ

Advertisment
ନଡ଼ିଆରେ ରହିଛି ଏହି ସବୁ ଭଲ ଗୁଣ, ଖାଆନ୍ତୁ ଆଉ ସୁସ୍ଥ ରୁହନ୍ତୁ

Healthline

ନଡ଼ିଆ ଏକ ଏପରି ଫଳ ଯାହାକୁ ଆପଣ ଖାଇପାରିବେ, ସେଥିରୁ ବାହାରୁଥିବା ପାଣିକୁ ପିଇପାରିବେ, ଏଥିରୁ ତେଲ ବି ମାରିପାରିବେ। ଗୋଟାଏ ଫଳ ହେଲେ ବିଭିନ୍ନ ପ୍ରକାରର ବ୍ୟବହାର କରିପାରିବେ ଆପଣ। ନଡ଼ିଆ କେବଳ ପାଟିକୁ ସୁଆଦ ଲାଗୁଥିବା ପରି ଏକ ଫଳ ନୁହେଁ ବରଂ ଏଥିରେ ଅନେକ ଭଲ ଗୁଣ ରହିିଛି, ଯାହାକି ଶରୀର ପାଇଁ ଖୁବ୍‌ ଉପକାରୀ।

ନଡ଼ିଆରେ ପ୍ରଚୁର ପରିମାଣର ପ୍ରୋଟିନ୍‌ ରହିଛି। ଭିଟାମିନ୍‌ ବି ମଧ୍ୟ କିଛି ପରିମାଣରେ ରହିଛି ନଡ଼ିଆରେ। କେତେକ ଗୁରୁତ୍ବପୂର୍ଣ୍ଣ ମିନେରାଲ୍‌ ଥିବା ଏହି ନଡ଼ିଆକୁ ଖାଇବା ଦ୍ବାରା ଶରୀର ଫୂର୍ତ୍ତି ହୋଇଥାଏ।

ଏଥିରେ ପ୍ରବଳ ମାତ୍ରାରେ ଗ୍ୟାଗ୍‌ନେସିୟମ୍‌ ରହିଛି, ଯାହାକି ହାଡ଼କୁ ଶକ୍ତ କରିବାରେ ସହାୟ ହେବ। ଏଥିରେ କପର୍‌ ଓ ଆଇରନ୍‌ ମଧ୍ୟ ରହିଛି। ଏଥିରେ ଥିବା ଆଣ୍ଟି ଅକ୍ସିଡାଣ୍ଟ୍‌ ଆମ ସେଲ୍‌କୁ ସୁରକ୍ଷା ଦେଇଥାଏ।

publive-image
New Food magazine

ଏକ ଗବେଷଣାରୁ ଜାଣିବାକୁ ମିଳିଛି ଯେ ହୃଦ୍‌ରୋଗୀମାନଙ୍କ ପାଇଁ ନଡ଼ିଆ ଖାଇବା ବହୁତ ଭଲ ହୋଇଥାଏ। ଏହାକୁ ଖାଇବା ଦ୍ବ‌ାରା ହୃଦ୍‌ଘାତର ସମ୍ଭାବନା କମ୍‌ ରହିଥାଏ।

ଏହା ପେଟରେ ଥିବା ଅତିରିକ୍ତ ଚର୍ବିକୁ କମ୍‌ କରିଥାଏ। ଶରୀରରେ ଜମିଥିବା ଅତିରିକ୍ତ ଚର୍ବି ମଧୁମେହ ଓ ହୃଦ୍‌ରୋଗର କାରଣ ହୋଇଥିବାରୁ ନଡ଼ିଆ ଖାଇବା ଦ୍ବାରା ଏହି ଦୁଇ ରୋଗକୁ ଦୂରେଇ ଦେଇ ହେବ।

ନଡ଼ିଆ ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ହଜମ ପ୍ରକ୍ରିୟାକୁ ମଧ୍ୟ ତ୍ବରାନ୍ବିତ କରିଥାଏ। ଦୈନିକ ଏହାକୁ ଖାଇଲେ ଅନେକ ରୋଗକୁ ଦୂରେଇ ଦେଇ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe