କରନ୍ତୁ ଏହି ବ୍ୟାୟାମ୍‌, ବଢ଼ିବ ଦୃଷ୍ଟି ଶକ୍ତି

Advertisment
କରନ୍ତୁ ଏହି ବ୍ୟାୟାମ୍‌, ବଢ଼ିବ ଦୃଷ୍ଟି ଶକ୍ତି

NDTV Food

ଆପଣଙ୍କୁ ଯଦି କେହି ଜଣେ କହନ୍ତି, ସାଧାରଣ ବ୍ୟାୟାମ କିମ୍ବା ଯୋଗାସନ ଦ୍ୱାରା ଆପଣ ନିଜର ଦୃଷ୍ଟି ଶକ୍ତିକୁ ଶକ୍ତିଶାଳୀ କରିପାରିବେ, ତେବେ ଆପଣ ଏହାକୁ ବିଶ୍ୱାସ କରିବେ କି? କିନ୍ତୁ ଆମେରିକାର ଚକ୍ଷୁ ବିଶେଷଜ୍ଞ ଡକ୍ଟର ଡବ୍ଳୁ ଏଚ୍‌ ବେଟସ୍‌ ଏହା ସତ୍ୟ ବୋଲି ଦାବି କରିଛନ୍ତି । ସଧାରଣ ଯୋଗାସନ ଓ କିଛି ବ୍ୟାୟାମର ଅଭ୍ୟାସ ଦ୍ୱାରା ଚକ୍ଷୁର ମାଂସପେଶୀ ଓ ଆଖିଡୋଳା ଭଲ ଭାବେ କାର୍ଯ୍ୟ କରିଥାଏ ଓ ଏହାଦ୍ୱାରା ଦୃଷ୍ଟି ସମସ୍ୟା ଦୂର ହୋଇଥାଏ।

ଡକ୍ଟର ବେଟସ୍‌ ୪୦ ବର୍ଷ ଧରି ଗବେଷଣା କରିବା ପରେ ଏହି ନିଷ୍କର୍ଷରେ ପହଞ୍ଚିଛନ୍ତି। ବେଟସ୍‌ଙ୍କ କହିବା ଅନୁଯାୟୀ, ମନ ସ୍ଥିର ରହିବା ଦ୍ୱାରା ଦ୍‌ୃଷ୍ଟି ଶକ୍ତି ବଢିଥାଏ । କାରଣ ମସ୍ତିଷ୍କ ଦ୍ୱାରା ଚକ୍ଷୁ ପରିଚାଳିତ । ମନ ସ୍ଥିର ରହିବା ଦ୍ୱାରା ଦୃଷ୍ଟି ଶକ୍ତିରେ ବଡ଼ ଧରଣର ପରିବର୍ତ୍ତନ ଆସିଥାଏ । ଏହା ସତ ଯେ ଯଦି ଆପଣ ଡରିଯାଉଛନ୍ତି କିମ୍ବା ଆପଣ ମିଛ କହୁଛନ୍ତି, ତା’ହେଲେ ଆପଣଙ୍କ ଦେଖିବା ଶକ୍ତି କମ୍‌ ହୋଇଯାଇଥାଏ । ଦୃଷ୍ଟିଶକ୍ତି ବୃଦ୍ଧି ଲାଗି ଏହି ସବୁ ବ୍ୟାୟାମ୍‌ କରନ୍ତୁ।

୧. ଦୁଇ ପାପୁଲିକୁ ଯୋରେ ଘଷି ଦୁଇ ଆଖି ଉପରେ ୫ ମିନିଟ୍‌ ରଖନ୍ତୁ। ତା’ପରେ ଧୀରେ ଧୀରେ ଆଖିକୁ ଖୋଲନ୍ତୁ । ଏହିପରି ଦିନକୁ ଦୁଇ ଥର ଅଭ୍ୟାସ କରନ୍ତୁ ।

୨. ଆଖିକୁ ବାମ, ଡାହାଣ ଏବଂ ଉପର ଓ ତଳ ଦିଗରେ ବୁଲାନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ ଆଖିର ମାସଂପେଶୀ ସଠିକ୍‌ କାର୍ଯ୍ୟ କରିଥାଏ । ଏହା ଆପଣଙ୍କ ଦୃଷ୍ଟି ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ଯଦି ଆପଣଙ୍କୁ ଏହି ବ୍ୟାୟାମ କରିବାରେ ଅସୁବିଧା ହେଉଛି ତାହାଲେ ଆପଣ ହାତରେ ଏକ ବଲ୍‌ ଧରି କିମ୍ବା ନିଜ ଆଙ୍ଗୁଠିର ସାହାଯ୍ୟ ନେଇ ଏହା କରି ପାରିବେ । ଏହିପରି ଆପଣଙ୍କୁ ଦିନକୁ ୨୦ ଥର କରିବାକୁ ପଡିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe