ଏହି ଖାଦ୍ୟ ଖାଇଲେ ମଧୁମେହ ହେବାର ସମ୍ଭାବନା ରହିଛି

Advertisment
ଏହି ଖାଦ୍ୟ ଖାଇଲେ ମଧୁମେହ ହେବାର ସମ୍ଭାବନା ରହିଛି

ଲଣ୍ଡନ: ଆଜିକାଲି ଅଧାରୁ ଅଧିକାଂଶ ଲୋକେ ମଧୁମେହ ରୋଗର ଶିକାର ହେଉଛନ୍ତି। କେତେକ ବିଶ୍ୱାସ କରନ୍ତି ଯେ ମଧୁମେହ ହେଲେ ହିଁ ଖାଇବା କଟକଣା କରିବା ଉଚିତ ତ ପୁଣି କେତେକ ଏକଥା ଜାଣନ୍ତି ଯେ ଖାଇବା ପିଇବା ଏପଟ ସେପଟ ହେଲେ ଏହି ରୋଗ ଘାରିଥାଏ। ବାସ୍ତବରେ କେଉଁଟି ସତ? ତେବେ ଆସନ୍ତୁ ସେ ସଂପର୍କରେ ଆଲୋଚନା କରିବା। କ’ଣ ଖାଇବା ଦ୍ୱାରା ମଧୁମେହ ହୋଇଥାଏ ଚାଲନ୍ତୁ ସେ ଖାଦ୍ୟକୁ ଜାଣିବା।

publive-image

ସିଙ୍ଗାପୁରର ଡକ୍‌-ଏନ୍‌ୟୁଏସ୍‌ ମେଡିକାଲ ସ୍କୁଲ୍‌ ଗବେଷକମାନେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଅଧିକାଂଶ ରେଡ୍‌ ମିଟ୍‌ ଖାଉଥିବା ଲୋକେ ମଧୁମେହ ରୋଗର ଶିକାର ହୋଇଥାନ୍ତି। ମାଂସରେ ଥିବା ଆଇରନ୍‌ ମଧୁମେହର କାରଣ ହୋଇଥାଏ ବୋଲି ଗବେଷକମାନେ ସୂଚନା ଦେଇଛନ୍ତି। ସୂଚନାରୁ ଜାଣିବାକୁ ମିଳିଛି ଯେ ୨୩ ପ୍ରତିଶତ ମଧୁମେହ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ ପ୍ରତିଶତଙ୍କୁ କେବଳ ରେଡ୍‌ ମିଟ୍‌ ହେତୁ ମଧୁମେହ ହୋଇଛି। ବରିଷ୍ଠ ଲେଖକ କୋ ଉନ୍‌ ପୁଏ କହିଛନ୍ତି, ‘ପୂରାପୂରି ମାଂସ ଛାଡ଼ି ଦେବାର କୌଣସି ଆବଶ୍ୟକତା ନାହିଁ। ମାତ୍ରା କମ୍‌ କରିଦେବା ବି ଆମ ଶରୀର ପାଇଁ ଯଥେଷ୍ଟ। ଏହି ଗବେଷଣା କରିବା ପାଇଁ ଦଳ ପକ୍ଷରୁ ୪୫ ରୁ ୭୫ ବର୍ଷ ବୟସ୍କଙ୍କ ଭିତରେ ୬୩,୨୫୭ ଜଣଙ୍କୁ ନିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe