ଏହି କାରଣ ପାଇଁ ଶୀତ ଦିନେ ବଢ଼ିଥାଏ ଓଜନ, ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ...

Advertisment
ଏହି କାରଣ ପାଇଁ ଶୀତ ଦିନେ ବଢ଼ିଥାଏ ଓଜନ, ନିୟନ୍ତ୍ରଣରେ ରଖିବା ପାଇଁ ଆପଣାନ୍ତୁ ଏହି ଉପାୟ...

nari.punjabkesari.in

ଶୀତ ଦିନ ଆରମ୍ଭ ହେବା ମାତ୍ରେ ଶରୀରର ଓଜନ ଆପେ ଆପେ ବଢ଼ିବାରେ ଲାଗିଥାଏ । ଅଧିକାଂଶ ଲୋକ ଏହା ସେମାନେ ଖାଉଥିବା ଖାଦ୍ୟ ପାଇଁ ହେଉଥିବା ଭାବିଥାନ୍ତି । ଯାହା ଠିକ୍‌ ମଧ୍ୟ । କିନ୍ତୁ ବାସ୍ତବରେ ଏମିତି ଅନେକ କାରଣ ରହିଛି ଯାହା ଶୀତ ଦିନେ ଓଜନ ବଢ଼ାଇଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ ଓଜନ ବଢ଼ିବାର କାରଣ ଏବଂ ଏହାକୁ ରୋକିବାର ଉପାୟ ।

ଓଜନ ବଢ଼ିବାର କାରଣ

୧. ଶୀତ ଦିନେ ଅଧିକ ଥଣ୍ଡା ହେଉଥିବାରୁ ଲୋକମାନେ ବାହାରକୁ ବାହାରନ୍ତି ନାହିଁ । ସକାଳ ସମୟରେ ସେମାନେ କରୁଥିବା ବ୍ୟାୟାମ ବନ୍ଦ ହୋଇ ଯାଉଥିବାରୁ ଓଜନ ଧିରେ ଧିରେ ବଢ଼ିବାକୁ ଲାଗିଥାଏ ।

publive-image nari.punjabkesari.in

୨. ଶୀତ ଦିନେ ଦିନ ଛୋଟ ଏବଂ ରାତି ବଡ଼ ହୋଇଥାଏ । ଯାହାଦ୍ୱାରା ଲୋକମାନେ ଅଧିକ ସମୟ ପର୍ଯ୍ୟନ୍ତ ଶୋଇଥାନ୍ତି । ଯାହା ପାଇଁ ଓଜନ ବଢ଼ିଥାଏ ।
୩. ଖରା ଦିନ ଅପେକ୍ଷା ଶୀତ ଦିନେ ଲୋକମାନେ ଅଧିକ ମିଠା ଖାଇବାକୁ ପସନ୍ଦ କରିଥାନ୍ତି । ଯାହା ଦ୍ୱାରା ଓଜନ ବୃଦ୍ଧି ହେବା ଭଳି ସମସ୍ୟା ଦେଖାଯାଇଥାଏ ।

publive-image nari.punjabkesari.in

ଓଜନକୁ ନିୟନ୍ତ୍ରଣ କରିବାର ଉପାୟ

୧. ଶୀତ ଦିନେ ଅଧିକ ପ୍ରୋଟିନ୍‌ଯୁକ୍ତ ଖାଦ୍ୟ ଖାଆନ୍ତୁ ।
୨. ଓଜନକୁ ନିୟନ୍ତ୍ରଣ କରି ରଖିବା ପାଇଁ ଆପଣମାନେ କାର୍ଡ଼ିଓ ଏକ୍ସରସାଇଜ୍‌ କରିପାରିବେ ।
୩. ଓଜନ ନିୟନ୍ତ୍ରଣ କରି ରଖିବା ପାଇଁ ଫଳ ଏବଂ ସବୁଜ ପନିପରିବା ଖାଇବା ଆରମ୍ଭ କରନ୍ତୁ ।
୪. ଖାଇବା ସହ ଅଧିକରୁ ଅଧିକ ପାଣି ପିଅନ୍ତୁ । ଏହା ଦ୍ୱାରା ଶରୀରରେ ଜଳୀୟ ଅଂଶ ଠିକ୍‌ ରହିବା ସହ ଓଜନ ମଧ୍ୟ ନିୟନ୍ତ୍ରଣ ହୋଇ ରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe