୧.୮୬କୋଟିରେ ପହଞ୍ଚିଲା ଭାରତ-ପାକ୍ ମ୍ୟାଚ୍ ଟିକେଟର ଦାମ୍ !

୧.୮୬କୋଟିରେ ପହଞ୍ଚିଲା ଭାରତ-ପାକ୍ ମ୍ୟାଚ୍ ଟିକେଟର ଦାମ୍ !

ନୂଆଦିଲ୍ଲୀ: ଚଳିତ ବର୍ଷ ଆଇସିସି ଟ୍ରଫି ଜିତିବା ପାଇଁ ଭାରତୀୟ ଦଳ ପାଖରେ ଏକ ସୁବର୍ଣ୍ଣ ସୁଯୋଗ ରହିଛି। ଚଳିତ ବର୍ଷ ଜୁନରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି -୨୦ ବିଶ୍ୱକପ୍ ଖେଳିବ ଭାରତ। ଜୁନ ୫ରେ ଭାରତ ପ୍ରଥମ ମ୍ୟାଚ୍ ଖେଳିବ ବୋଲି ଜଣାପଡ଼ିଛି। ଏହା ପରେ ଜୁନ୍ ୯ରେ ପାକିସ୍ତାନ ସହ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ ଭାରତ। ଏହି ଦିନଟି ପ୍ରତି ଭାରତୀୟଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ। ଅନ୍ୟ ମ୍ୟାଚ୍ ଅପେକ୍ଷା ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ କ୍ରିକେଟ ପ୍ରେମୀ ଉତ୍ସାହିତ ଥିବା ବେଳେ ଏବେ ଏହାର ପ୍ରଭାବ ଟିକେଟର ଦାମ୍ ଉପରେ ପଡ଼ିଥିବା ଜଣାପଡ଼ିଛି।

ଆଇସିସି ଫେବ୍ରୁଆରି ପ୍ରଥମ ସପ୍ତାହରେ ବିଶ୍ୱକପ୍ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ଆରମ୍ଭ କରିଥିଲା। ଭାରତ-ପାକିସ୍ତାନ ମ୍ୟାଚ୍ ସମେତ ଅନ୍ୟ ମ୍ୟାଚ୍ ପାଇଁ ଟିକେଟ ବିକ୍ରି ସରିଥିବା ବେଳେ ଏବେ ଖବର ଆସୁଛି ଯେ ସମସ୍ତ ମ୍ୟାଚର ଟିକେଟ୍ ୨ଟି ପ୍ଲାଟଫର୍ମରେ  ପୁଣି ଥରେ ବିକ୍ରି ହେବା ଆରମ୍ଭ ହୋଇଛି। ଏହି ଟିକେଟ୍ ଗୁଡିକ ଷ୍ଟବହବ ଏବଂ ସିଟଗିକ୍ ପ୍ଲାଟଫର୍ମରେ ଉପଲବ୍ଧ ଥିବା ଜଣାପଡ଼ିଛି। ତେବେ ଟିକେଟର ଦାମ ପୂର୍ବ ଅପେକ୍ଷା ଅଧିକ ରହିଥିବା ଦେଖାଯାଇଛି।

ଫେବ୍ରୁଆରି ପ୍ରଥମ ସପ୍ତାହରେ ଆଇସିସି ଟିକେଟ ବିକ୍ରି ଆରମ୍ଭ କରିଥିବା ବେଳେ ଏହାର ସର୍ବନିମ୍ନ ଦାମ୍ ୪୯୭ଟଙ୍କା ଥିବା ଓ ସର୍ବାଧିକ ଦାମ୍ ୩୩,୧୪୮ଟଙ୍କା ଥିଲା। ହେଲେ ଏବେ ରିସେଲ୍ ପ୍ଲାଟଫର୍ମରେ ଭିଆଇପି ଟିକେଟର ମୂଲ୍ୟ ୩୩.୧୫ଲକ୍ଷ ଟଙ୍କା ଥିବା ବେଳେ ପ୍ଲାଟଫର୍ମ ଫି’ ମିଶାଇଲେ ଏହାର ଦାମ୍ ୪୧ଲକ୍ଷ ପାର୍ କରୁଛି। ସେହିଭଳି ଷ୍ଟବ୍ ହବରେ ଭାରତ-ପାକିସ୍ତାନ ମ୍ୟାଚ୍ ପାଇଁ ସବୁଠାରୁ ଶସ୍ତା ଟିକେଟ୍ ମୂଲ୍ୟ ୧.୦୪ ଲକ୍ଷ ଟଙ୍କା ହୋଇଥିବାବେଳେ ସିଟଗିକରେ ସବୁଠାରୁ ମହଙ୍ଗା ଟିକେଟ୍ ମୂଲ୍ୟ ୧.୮୬ କୋଟି ଟଙ୍କା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe