ଶସ୍ତାରେ ରକ୍ତଚାପ ମାପିବ ଫୋନ୍ କ୍ଲିପ୍‌

Advertisment
ଶସ୍ତାରେ ରକ୍ତଚାପ ମାପିବ ଫୋନ୍ କ୍ଲିପ୍‌

Medical Xpress

ଆମେରିକାର ସାନ୍‌ ଡିଏଗୋ ସ୍ଥିତ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟର ଗବେଷକମାନେ ଏଭଳି ଏକ ଫୋନ୍‌ କ୍ଲିପ୍ ଉଦ୍ଭାବନ କରିଛନ୍ତି ଯାହା ସ୍ମାର୍ଟଫୋନ୍‌ର କ୍ୟାମେରା ଓ ଫ୍ଲାସ ସାହାଯ୍ୟରେ ରକ୍ତଚାପ ମାପି ପାରୁଛି। ଏହା ଏକ ୩-ଡି ପ୍ରିଣ୍ଟେଡ୍‌ ପ୍ଲାଷ୍ଟିକ୍‌ ଉପକରଣ ଯାହାକୁ ସ୍ମାର୍ଟଫୋନ୍‌ର କ୍ୟାମେରା ଓ ଫ୍ଲାସ ଉପରେ ଲଗାଯାଇଥାଏ। ଏହାକୁ ଆଙ୍ଗୁଠି ଟିପରେ ଚାପିଲେ ସ୍ମାର୍ଟଫୋନର ଫ୍ଲାସଲାଇଟ୍‌ ଜଳିଉଠିବ। ଉକ୍ତ ଆଲୋକରଶ୍ମି ଏକ ଲୋହିତ ବିନ୍ଦୁ ଆକାରରେ କ୍ୟାମେରା ଉପରେ ପଡ଼ିବ। ସ୍ମାର୍ଟଫୋନ୍‌ରେ ଥିବା ଆପ୍ଳିକେସନ୍‌ ଉକ୍ତ ବିନ୍ଦୁକୁ ଅନୁଧ୍ୟାନ କରି ରକ୍ତଚାପ କେତେ ତାହା ତୁରନ୍ତ ଜଣାଇଦେବ। ସବୁଠୁ ସୁବିଧାର କଥା ହେଲା, ପ୍ରଚଳିତ ରକ୍ତଚାପ ମପା ଯନ୍ତ୍ରଗୁଡ଼ିକରେ ଏକ ପବନଫୁଲା ଥଳି ବା କଫ୍‌କୁ ବାହୁରେ ବାନ୍ଧିବାକୁ ପଡୁଥିବା ବେଳେ ଏଥିରେ ସେଭଳି କୌଣସି ଝଞ୍ଜଟ ନାହିଁ।

ଏହି ଯନ୍ତ୍ରାଂଶଟିକୁ ତିଆରି କରିବାରେ ମାତ୍ର ୮୦ ସେଣ୍ଟ୍‌ ବା ୬୬ ଟଙ୍କା ଖର୍ଚ୍ଚ ହେଉଛି। ଏହାକୁ ବ୍ୟାବସାୟିକ ଭିତ୍ତିରେ ନିର୍ମାଣ କରାଗଲେ ତାହା ମାତ୍ର ୧୦ ସେଣ୍ଟ ବା ୮ ଟଙ୍କାରେ ଉପଲବ୍‌ଧ ହୋଇପାରିବ ବୋଲି ଗବେଷକମାନେ କହିଛନ୍ତି। ବିଶେଷ କରି ଅର୍ଥାଭାବରୁ କ୍ଲିନିକ୍‌କୁ ଯାଇପାରୁନଥିବା ଗରିବ ଲୋକଙ୍କ ପାଇଁ ନିୟମିତ ନିର୍ଭୁଲ୍‌ ରକ୍ତଚାପ ନିର୍ଣ୍ଣୟ କରିବାରେ ଏହା ନିଶ୍ଚିତ ଭାବରେ ସହଜଲବ୍‌ଧ ଓ ଉପାଦେୟ ହୋଇପାରିବ। ସେହିପରି ବୃଦ୍ଧ ବା ଗର୍ଭବତୀମାନଙ୍କ ପାଇଁ ଘରେ ବସି ନିଜର ରକ୍ତଚାପ ଅନୁଧ୍ୟାନ କରିବା ପାଇଁ ଏହା ଯଥେଷ୍ଟ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe