୧୯ ବର୍ଷୀୟ ଯୁବକର ଓଜନ ୧୨୦ କିଲୋ, ନିଜ ପାଇଁ ଟିକେ ବି ଦୁଃଖ କରନ୍ତିନି ମଧୁସୂଦନ

Advertisment
୧୯ ବର୍ଷୀୟ ଯୁବକର ଓଜନ ୧୨୦ କିଲୋ, ନିଜ ପାଇଁ ଟିକେ ବି ଦୁଃଖ କରନ୍ତିନି ମଧୁସୂଦନ

www.aajtak.in

ଓଜନ ବୃଦ୍ଧି ଆଜାକାଲି ଏକ ସାଧାରଣ ସମସ୍ୟା। କିଛି ଲୋକ ନିଜର ଓଜନକୁ ନେଇ ଅନେକ ସମୟରେ ଚିନ୍ତାରେ ରହି ଅନେକ ଉପାୟ ଆପଣେଇଥାନ୍ତି। ମାତ୍ର ଆମେ ଆଜି ଜଣେ ଏମିତି ଯୁବକଙ୍କ ବିଷୟରେ କହିବୁ ଯାହାଙ୍କୁ ନିଜର ବୃଦ୍ଧି ପାଉଥିବା ଓଜନକୁ ନେଇ ଟିକେ ବି ଦୁଃଖ ନାହିଁ। ଆମେ କଥା ହେଉଛୁ ୧୯ ବର୍ଷୀୟ ଉକ୍ତ ଯୁବକଙ୍କ ବିଷୟରେ ଯାହାର ଓଜନ ୧୨୦ କିଲୋ। ସେ ହେଉଛନ୍ତି ଜଣେ ଇନ୍‌ଷ୍ଟାଗ୍ରାମ୍‌ ଇନ୍‌ଫ୍ଲୁଏନ୍ସର୍‌ ଓ ସେ କହିଛନ୍ତି ଯେ ନିଜର ଓଜନ ବୃଦ୍ଧି ନେଇ ସେ ଟିକେ ବି ଚିନ୍ତିତ ନୁହଁନ୍ତି।

ଏହି ଯୁବକଙ୍କ ନାମ ମଧୁସୂଚନ ଭାରତୀ। ସେ ହେଉଛନ୍ତି ମହାରା‌ଷ୍ଟ୍ରର ନାନ୍ଦେଡ଼ର ବାସିନ୍ଦା। ସେ ଜଣେ ଭିଡିଓ କ୍ରିଏଟର୍‌ ଓ ତାଙ୍କ ରିଲ୍ସ ଖୁବ୍‌ ଜୋର୍‌ ଭାଇରାଲ୍‌ ହୋଇଥାଏ। ଆଜ୍‌.ତକ୍‌ ସହ କଥା ହୋଇ ମଧୁସୂଦନ ଜଣାଇଛନ୍ତି ଯେ ‘ଆମ ପରିବାରରେ ୪ ଜଣ ଅଛନ୍ତି। ଭଉଣୀର ବିବାହ ହୋଇଯାଇଛି। ପରିବାରରେ ବାପାଙ୍କୁ ଛାଡ଼ିଦେଲେ ଆମ ସମସ୍ତଙ୍କ ଓଜନ ଅଧିକ। ବାପା ସାଇକେଲ୍‌ ରିପାୟରିଂ କାମ କରନ୍ତି। ମା ଘରେ ରୁହନ୍ତି। ଆମ ପରିବାର ବାପାଙ୍କ ରୋଜଗାରରେ ଚଳେ।’

ତାଙ୍କ ଓଜନ ବଢ଼ିବାକୁ ନେଇ ସେ କହନ୍ତି, ‘ଯେହେତୁ ପରିବାରର ସମସ୍ତଙ୍କ ଓଜନ ଟିକେ ଅଧିକ ତ ମୋତେ ସେପରି କେବେ ଖରାପ ଅନୁଭବ ହୋଇନାହିଁ। ମମି, ଦିଦି ଓ ମୋର ସମସ୍ତଙ୍କ ଓଜନ ପ୍ରାୟ ପାଖାପାଖ‌ି ରହିଥିଲା। ମୋ ଓଜନ ତ ଆରମ୍ଭରୁ ଏମିତି ଅଛି। ବୟସ ବଢ଼ିବା ସଙ୍ଗେ ସଙ୍ଗେ ମୋ ଓଜନ ବି ବଢ଼ି ବଢ଼ି ଚାଲିଛି। ଲୋକ ଭାବନ୍ତି ମୋତେ ଦୈନନ୍ଦିନ ଜୀବନରେ ଚଳିବାକୁ ବହୁତ କଷ୍ଟ ହେଉଥିବ। ମାତ୍ର ମୋତେ ସେପରି ବିଶେଷ ଅସୁବିଧା ହୁଏ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe