କାନରୁ ଗଇ କାଢ଼ିବା ବିପଜ୍ଜନକ, ଶ୍ରବଣଶକ୍ତି ହ୍ରାସର ଆଶଙ୍କା ବି ଥାଏ

କାନରୁ ଗଇ କାଢ଼ିବା ବିପଜ୍ଜନକ, ଶ୍ରବଣଶକ୍ତି ହ୍ରାସର ଆଶଙ୍କା ବି ଥାଏ

ବେଳେ ବେଳେ କାନ କୁଣ୍ଡାଇ ହେଲେ ଆମେ କାନ ଭିତରେ କଲମ, କାଠି ବା ତୁଳାକାଠି ପୂରାଇ ଥାଉ। ଆମର ଧାରଣା ଯେ କାନରେ ଗଇ ଥିବାରୁ ଏପରି ଲାଗେ, ତେଣୁ ଆମେ କୌଣସି ଉପାୟରେ ଗଇ କାଢ଼ିବାକୁ ଚେଷ୍ଟା କରୁ। ମାତ୍ର ଏହାଦ୍ବାରା ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ରହିଛି ବୋଲି ଭେଷଜ ବିଶେଷଜ୍ଞମାନେ ସତର୍କ କରାଇ ଦେଇଛନ୍ତି।

ଏପରି ଶହ ଶହ ଘଟଣା ଦେଖାଯାଇଛି, ଯେଉଁଠି ଉଦ୍ଦେଶ୍ୟହୀନ ଭାବେ କାନରେ କାଠି ଆଦି ପୂରାଇ ଲୋକମାନେ ନିଜ କାନର କ୍ଷତି ପହଞ୍ଚାଇଥା’ନ୍ତି। ପ୍ରକୃତରେ ମଣିଷର କାନ ସଫା ହେବାର ପ୍ରକ୍ରିୟା ଆପେ ଆପେ ହୋଇଥାଏ ବୋଲି ବିଶେଷଜ୍ଞ ଡାକ୍ତରମାନେ କହିଛନ୍ତି। ତେଣୁ ତାହାକୁ ନିୟମିତ ସଫା କରିବା ପାଇଁ ବାହ୍ୟ ପ୍ରୟାସର ଆବଶ୍ୟକତା ନାହିଁ।

ଅପରପକ୍ଷେ, କାନ ଭିତରେ ଥିବା ସୂକ୍ଷ୍ମ ଝିଲ୍ଲୀ ‘ଗଇ’ ଏକ ରକ୍ଷା କବଚ ଭାବେ ତାହାକୁ ଧୂଳି ଓ ଅନ୍ୟାନ୍ୟ ଅପରିଷ୍କାର ପଦାର୍ଥ ଦାଉରୁ ରକ୍ଷା କରିଥାଏ। ଏହା ସ୍ବୟଂ ବାହାରିବାର ଶାରୀରିକ ବ୍ୟବସ୍ଥା ଥିବା ସତ୍ତ୍ବେ ଯଦି ଆମେ ତାହାକୁ କୃତ୍ରିମ ଭାବେ ଖୋଳିବା, ତେବେ ଗଇର ସ୍ତର କାନର ଆଭ୍ୟନ୍ତର ଅଞ୍ଚଳକୁ ଠେଲି ହୋଇ ଚାଲିଯାଏ। ଫଳସ୍ବରୂପ କର୍ଣ୍ଣଗହ୍ବରରେ ଅଧିକ ଚାପ ସୃଷ୍ଟି ହୁଏ, ଶ୍ରବଣ କ୍ଷମତା ହ୍ରାସ ହେବା ସହ କାନରେ କଷ୍ଟ ହୋଇଥାଏ। ଏହା ଫଳରେ ସଂକ୍ରମଣ ମଧ୍ୟ ହୋଇପାରେ। ସେହିପରି କାନରେ ତେଲ ପକାଇବା ଅନାବଶ୍ୟକ। ଏହାଦ୍ବାରା କାନ ଭିତରେ ସଂକ୍ରମଣର ଆଶଙ୍କା ବଢ଼ିଥାଏ ବୋଲି ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe