ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ଜୀବନଚରିତ ‘ଜଗନ୍ନାଥାମୃତ ଗୀତା’

ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ଜୀବନଚରିତ ‘ଜଗନ୍ନାଥାମୃତ ଗୀତା’

ନବାକ୍ଷରୀ ଓଡ଼ିଆ ଭାଗବତର ରଚୟିତା ଜଗନ୍ନାଥ ଦାସଙ୍କ ଜୀବନଚରିତ ହେଉଛି ‘ଜଗନ୍ନାଥାମୃତ ଗୀତା’। ଏହା ‘ଶ୍ରୀଜଗନ୍ନାଥ ଚରିତାମୃତ’ ନାମରେ ପ୍ରସିଦ୍ଧ। ଏହାର ରଚୟିତା ବିପ୍ର ଦିବାକର ଦାଶ।

ଭାଦ୍ରବ ଶୁକ୍ଳ ଅଷ୍ଟମୀ ବା ରାଧାଷ୍ଟମୀ ଅତିବଡ଼ ଜଗନ୍ନାଥ ଦାସଙ୍କ ଆବିର୍ଭାବ ଦିବସ। ‘ଜଗନ୍ନାଥାମୃତ ଗୀତା’ର ପ୍ରଥମ ଅଧ୍ୟାୟରେ କବି ଦିବାକର ଦାଶ କହିଛନ୍ତି- “ଶ୍ରୀ ଅତିବଡ଼ ଯେ ଗୋସେଇଁ।/ ରାଧାଙ୍କ ଅଂଶେ ଜାତ ସେହି।” ତାହା ଅନୁସାରେ, ଶ୍ରୀରାଧାଙ୍କ ଲଳିତ ହାସରୁ ଅତିବଡ଼ ଜଗନ୍ନାଥ ଏବଂ ଶ୍ରୀକୃଷ୍ଣଙ୍କ ମଧୁର ଅମୃତ ହାସରୁ ଶ୍ରୀଚୈତନ୍ୟ ଜାତ ହୋଇଥିଲେ। ରାଧା ଓ କୃଷ୍ଣଙ୍କର ଭାବ ଏକ। ନିତ୍ୟଧାମରେ କୃଷ୍ଣଙ୍କୁ ଚାହିଁ ରାଧା ଯେଉଁ ହସ ହସିଲେ, ଅତିବଡ଼ ଜଗନ୍ନାଥ ଦାସ ତହିଁରୁ ଜନ୍ମ ନେଲେ। ସେତେବେଳେ, ଶ୍ରୀଚୈତନ୍ୟଙ୍କୁ ନଦୀୟା ନଗ୍ରରେ ଜନ୍ମ ନେବାକୁ ଶ୍ରୀକୃଷ୍ଣ କହିଥିଲେ। ଜଗନ୍ନାଥ ଦାସଙ୍କୁ ସେ କହିଥିଲେ ଓଡ଼ିଶା ରାଜ୍ୟରେ ଜନ୍ମଗ୍ରହଣ କରିବାପାଇଁ।

‘ଜଗନ୍ନାଥାମୃତ ଗୀତା’ର ଉଲ୍ଲେଖମତେ,
କପିଳେଶ୍ୱରପୁର ଶାସନରେ, ପୁରାଣପଣ୍ଡା ଭଗବାନ ଓ ତାଙ୍କ ପତ୍ନୀ ପଦ୍ମାଙ୍କର ପୁତ୍ରରୂପେ, ଭାଦ୍ରବ ମାସ ଶୁକ୍ଳ ଅଷ୍ଟମୀ ମଧ୍ୟାହ୍ନରେ ଜଗନ୍ନାଥ ଦାସ ଜନ୍ମଗ୍ରହଣ କରିଥିଲେ। ବାଳକରୂପେ କ୍ରୀଡ଼ାରତ ଥିବାବେଳେ ମଧ୍ୟ, ସେ ‘ହରେ ରାମ କୃଷ୍ଣ’ ଜପୁଥିଲେ। ସମୟକ୍ରମେ ତାଙ୍କର ବ୍ରତୋପନୟନ ହେଲା। ଦ୍ୱାଦଶବର୍ଷରେ ପିତା ତାଙ୍କର ବିବାହ କରାଇବାକୁ ଚାହିଁଥିଲେ; ମାତ୍ର ସେ ବିବାହ ନିମନ୍ତେ ରାଜି ନ ହୋଇ, ବିଦ୍ୟାର୍ଜନରେ ପ୍ରବୃତ୍ତ ହେଲେ। ଯଜୁର୍ବେଦ ଓ ସାମବେଦ ତାଙ୍କର କଣ୍ଠସ୍ଥ ହୋଇଥିଲା। ସମସ୍ତ ଶାସ୍ତ୍ରରେ ପୂର୍ଣ୍ଣ ହେବା ସହିତ, ସେ ସମଗ୍ର ମହାଭାରତ ଓ ରାମାୟଣ ଅଧ୍ୟୟନ କରିଥିଲେ। ସଂସ୍କୃତ ‘ଶ୍ରୀମଦ୍‌ଭାଗବତ’ର ସମସ୍ତ ଦ୍ୱାଦଶସ୍କନ୍ଧକୁ ଟୀକା ଟିପ୍‌ପଣୀ ସହିତ ସେ ଅଧ୍ୟୟନ କରିଥିଲେ। ଏହିପରି ଭାବରେ ୧୮ ବର୍ଷ ବୟସ ବିତିଯିବା ପରେ, ସେ ଶ୍ରୀମନ୍ଦିରର ବଟ ଗଣେଶଙ୍କ ନିକଟରେ, ନିୟମିତ ଭାବରେ ଓ ଆନନ୍ଦରେ ସଂସ୍କୃତ ଭାଗବତର ବ୍ୟାଖ୍ୟା କରିଥିଲେ। ତାହାର ଅମୃତଫଳ ନବାକ୍ଷରୀ ଓଡ଼ିଆ ଭାଗବତ।

‘ଜୀବନମନ୍ତ୍ର’ ସଂପର୍କରେ ଆପଣଙ୍କ ମତାମତ ଏହି ଠିକଣାରେ ମେଲ୍ କରନ୍ତୁ :- jibanmantra@sambad.in

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe