ଗୁଡ ଖାଇଲେ ମିଳେ ଏସବୁ ଲାଭ

ଗୁଡ ଖାଇଲେ ମିଳେ ଏସବୁ ଲାଭ

photo-femina.in

ଚିନି ଅପେକ୍ଷା ଗୁଡ ଶରୀର ପାଇଁ ଅଧିକ ହିତକର ବୋଲି ଡାକ୍ତରମାନେ କହନ୍ତି | ଗୁଡ ସ୍ବାଦିଷ୍ଟ ହେବା ସହିତ ଶରୀର ପାଇଁ ମଧ୍ୟ ହିତକର। କୁହାଯାଏ ନିୟମିତ ଗୁଡ ସେବନ କଲେ ଅନେକ ପ୍ରକାର ରୋଗରୁ ରକ୍ଷା ମିଳିଥାଏ। ତେବେ ଜାଣନ୍ତୁ ଗୁଡ ଖାଇବା ଦ୍ୱାରା ଶରୀରକୁ କଣ ଲାଭ ମିଳିଥାଏ | ଗୁଡ ନିୟମିତ ଖାଇବା ଦ୍ୱାରା ହାଡ ଶକ୍ତ ରହିଥାଏ |

ଗୁଡ଼ରେ ପ୍ରଚୁର ମାତ୍ରାରେ କ୍ୟାଲସିୟମ ଓ ଫସ୍‌ଫରସ୍‌ ରହିଛି। ଯାହାକି ହାଡ଼ ଶକ୍ତ କରିବାରେ ସହାୟତା କରେ। ସେହିପରି ଗୁଡରେ ପ୍ରଚୁର ଲୌହ ରହିଥାଏ | ଯଦି ଆପଣଙ୍କ ହିମୋଗ୍ଲୋବିନ୍‌ କମ୍‌ ରହିଛି, ତେବେ ପ୍ରତ୍ୟେକ ଦିନ ଗୁଡ ଖାଇବା ଦ୍ବାରା ଆପଣଙ୍କୁ ଅନେକ ଲାଭ ମିଳିବ। ତେଣୁ ଗର୍ଭବତୀ ମହିଳାଙ୍କୁ ଗୁଡ ଖାଇବା ଲାଗି ଡାକ୍ତର ପରାମର୍ଶ ଦିଅନ୍ତି।

ରକ୍ତହୀନତା ରୋଗୀଙ୍କ ପାଇଁ ଗୁଡ଼ ବହୁତ ଲାଭଦାୟକ। ଯଦି ଆପଣଙ୍କର କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଅମ୍ଳ ସମସ୍ୟା ରହିଛି ତେବେ ଗୁଡ ଖାଇବା ଭଲ। ସେହିପରି ଯଦି ଆପଣଙ୍କର ଉଚ୍ଚ ରକ୍ତଚାପ ସମସ୍ୟା ରହିଛି ତେବେ ଗୁଡ ଖାଇବା ଦ୍ୱାରା ଏହାର ନିରାକରଣ ହୋଇପାରିଥାଏ |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe