ଚିନି ନା ଗୁଡ: ଶରୀର ପାଇଁ କେଉଁଟା ହିତକର ?

jaggery

Photograph: (SAMBAD.IN)

() ସାଧାରଣତ ଆମେ ବିନା ଚିନିରେ କୌଣସି ଜିନିଷ ଖାଇବାକୁ ଇଚ୍ଛା କରୁନା । ଚା ହେଉ କି କ୍ଷୀରି, ଦହି ହେଉ କି ସରବତ ଅବା ପିଠା । ବିନା ମିଠାରେ କୌଣସି ଜିନିଷ ଖାଇବାକୁ ପ୍ରାୟତଃ କାହାକୁ ଭଲ ଲାଗେନି । ମିଠା ପଡିଗଲେ ସମସ୍ତଙ୍କୁ ମଜା ଲାଗେ । ସେ ଚିନି ହେଉ କି ଗୁଡ, ମିଠା ଟିକେ ଲାଗିବା ଦରକାର, ଖାଦ୍ୟଟା ମିଠା ହେବା ଦରକାର ।

ପିଲାବେଳେ ଅନେକ ପିଲା ମୁଠା ମୁଠା ଚିନି ଖାଇ ଦିଅନ୍ତି, ଗୁଡ ବି ଖଣ୍ଡ ଖଣ୍ଡ ଧରି ଚୋବାନ୍ତି । ବେଳେବେଳେ ମିଠା ଅଧିକ ଖାଇବା ଦ୍ବାରା ଦେହ ବି ଖରାପ ହୁଏ, ଡାକ୍ତର ଅତ୍ୟଧିକ ମିଠା ଖାଇବାକୁ ମନା ବି କରନ୍ତି । ମାତ୍ର ଆପଣ ଜାଣନ୍ତି କି, ଗୁଡ ନା ଚିନି, ଶରୀର ପାଇଁ କେଉଁଟା ହିତକାରକ । ତାହାଲେ ଜାଣନ୍ତୁ ଚିନି ଓ ଗୁଡ ଭିତରୁ ଆମ ଶରୀର ପାଇଁ କେଉଁଟା ଉପଯୋଗୀ ।

-ଆଖୁ ରସରୁ ପ୍ରସ୍ତୁତ ହୁଏ ଗୁଡ । ଏହା ଆମ ଶରୀରର ଶକ୍ତି ବଢାଏ, ଦେହକୁ ଗରମ ରଖେ । ଶରୀରରୁ ଟକ୍ସିନ ବାହାର କରିବାରେ ସହାୟ ହୁଏ । 

-ଶୀତଦିନେ ଆମେ ପ୍ରାୟତ ଘୋଡେଇ ହୋଇ ଶୋଇଥାଉ ତେଣୁ ପେଟ ଗରମ ହେବାର ଅନେକ ଆଶଙ୍କା ଥାଏ ଏବଂ ଏହା ପେଟକୁ ମଧ୍ୟ ଖରାପ କରେ । ଗୁଡ ଖାଇବା ଦ୍ବାରା ଏଥିରୁ ଉପଶମ ମିଳେ ।

-ସେହିପରି ଚିନି ମଧ୍ୟ ଆଖୁରସରୁ ପ୍ରସ୍ତୁତ ହୁଏ । ଏହା ମଧ୍ୟ ସଙ୍ଗେସଙ୍ଗେ ଶରୀରକୁ ଶକ୍ତି ଦିଏ । ମାତ୍ର ଚିନି ଅଧିକ ଖାଇବା ଦ୍ବାରା ମୋଟାପଣ ବଢେ, ଡାଇବେଟିସର ଆଶଂକା ବଢେ ତାସହ ହୃଦରୋଗର କାରଣ ବି ସାଜେ ।

-ଯଦି ଆମେ ଗୁଡ ଏବଂ ଚିନି ଭିତରେ ଫରକ ଦେଖାଇବା ତାହାଲେ ଗୁଡ ପ୍ରାକୃତିକ ପଦ୍ଧତିରେ ବାହାରୁଥିବାରୁ ସ୍ବାସ୍ଥ୍ୟକର ଅଟେ ଏବଂ ଚିନି ପ୍ରୋସେସ ହେଉଥିବାରୁ ଏହା ସାମାନ୍ୟ ହାନିକାରକ ହୋଇପାରେ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି ଯାହା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe