ଜଏଣ୍ଟ ପେନ୍‌କୁ ସପ୍ତାହେ ମଧ୍ୟରେ ଦୂର କରିବା ପାଇଁ ଚାହୁଁଛନ୍ତି କି? ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

Advertisment
ଜଏଣ୍ଟ ପେନ୍‌କୁ ସପ୍ତାହେ ମଧ୍ୟରେ ଦୂର କରିବା ପାଇଁ ଚାହୁଁଛନ୍ତି କି? ପ୍ରତିଦିନ ଖାଆନ୍ତୁ ଏହି ୪ଟି ଜିନିଷ

SKAS Naturals

ଜଏଣ୍ଟ ପେନ୍‌ ଏକ ଏମିତି ସମସ୍ୟା ଯାହା ସବୁ ବର୍ଷର ଲୋକମାନଙ୍କୁ ହୋଇଥାଏ। ଆଗରୁ ଏଭଳି ରୋଗ କେବଳ ବୟସ୍କ ଲୋକମାନଙ୍କୁ ହେଉଥିବା ବେଳେ ଏବେ କମ ବୟସ୍କ ଲୋକମାନଙ୍କ ମଧ୍ୟରେ ଏହି ରୋଗ ଦେଖା ଦେଉଛି। ଏହି ରୋଗ ହେବାର ମୁଖ୍ୟ କାରଣ ହେଉଛି ଶରୀରରେ ୟୁରିକ୍‌ ଏସିଡ୍ ବଢ଼ିବା। ଶରୀରରେ ଏହାର ମାତ୍ରା ବଢ଼ିବା ଦ୍ୱାରା ଆଣ୍ଠୁ ଗଣ୍ଠିର ସମସ୍ୟା ଦେଖାଯିବା ସହ ଲୋକମାନଙ୍କୁ ଚାଲିବାରେ ଅସୁବିଧା ଅନୁଭବ ହୋଇଥାଏ। ଏଭଳି ପରିସ୍ଥିତିରେ ଏହି ସବୁ ଜିନିଷକୁ ନିଜର ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ। ସପ୍ତାହେ ମଧ୍ୟରେ ହିଁ ପରିବର୍ତ୍ତନ ଦେଖିପାରିବେ। ଆସନ୍ତୁ ଜାଣିବା ସେ ବିଷୟରେ..
୧.ବ୍ରୋକ୍‌ଲିରେ ପ୍ରୋଟିନ୍‌,କ୍ୟାଲ୍‌ସିୟମ,କାର୍ବୋହାଇଡ଼୍ରେଟ୍‌,ଆଇରନ୍‌,କ୍ରୋମିୟମ୍‌ ଏବଂ ଭିଟାମିନ୍‌ ଏ ଏବଂ ସି ରହିଥାଏ ଯାହା ଶରୀରକୁ ସୁସ୍ଥ ରଖିଥାଏ। ଏଥିରେ ମିନେରାଲର ପରିମାଣ ଅଧିକ ଥିବାରୁ ଏହା ଶରୀରର ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ । ବ୍ରୋକ୍‌ଲିରେ ଥିବା ପୋଷକ ଗୁଡ଼ିକ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ। ଯାହା ଜଏଣ୍ଟ ପେନ୍‌ ଭଳି ସମସ୍ୟାକୁ ଦୂର କରିଥାଏ ।

Image result for joint-pain OnHealth

୨.ଓମେଗା-୩ ଫ୍ୟାଟି ଏସିଡର ସେବନ କରିବା ଦ୍ୱାରା କିଛି ଦିନ ମଧ୍ୟରେ ଜଏଣ୍ଟ ପେନ୍‌ ଭଳି ସମସ୍ୟାରୁ ଆରାମ ମିଳିଥାଏ । ଜଏଣ୍ଟ ପେନ୍‌ ଭଳି ସମସ୍ୟାରୁ ନିଜକୁ ଦୂରରେ ରଖିବା ପାଇଁ ପ୍ରତିଦିନର ଖାଦ୍ୟରେ ସାମିଲ କରନ୍ତୁ ଫିସ୍‌ ଅଏଲ, ଆଲ୍ଗି ଅଏଲ୍‌ ଏବଂ ସେଲେମୋନ ମାଛ ଖାଇବା ଆରମ୍ଭ କରନ୍ତୁ ।
୩.ରସୁଣ ଖାଇଲେ ଶରୀର ଗରମ ହେଉଥିବାରୁ ଖରାଦିନେ ଏହାକୁ ଖାଇବା ପାଇଁ ମନା କରାଯାଇଥାଏ । କିନ୍ତୁ ପ୍ରତିଦିନ ଦୁଇଟି ପାଖୁଡ଼ା ରସୁଣ ଖାଇବା ଦ୍ୱାରା ଆଣ୍ଠୁ ଗଣ୍ଠିର ସମସ୍ୟା ଦୂର ହୋଇଥାଏ । ଏଥିରେ ଥିବା ଆଣ୍ଟିବାୟୋଟିକ୍‌, ଆଣ୍ଟିବ୍ୟକ୍ଟେରିଆଲ ଏବଂ ଅଣ୍ଟିଫଙ୍ଗଲ ଗୁଣ ଆଣ୍ଠୁ ଗଣ୍ଠିର ସମସ୍ୟାରୁ ମୁକ୍ତି ଦେଇଥାଏ ।

Image result for joint-pain Mirror

୪. ଆଣ୍ଠୁ ଗଣ୍ଠିର ସମସ୍ୟା ଥିବା ଲୋକମାନଙ୍କୁ ପ୍ରତିଦିନ ସବୁଜ ପନିପରିବା ଖାଇବା ଦରକାର। ପ୍ରତିଦିନ ଫଳ ଏବଂ ସବୁଜ ପନିପରିବା ଖାଇବା ଦ୍ୱାରା ଶରୀରରେ ଥିବା ଆଣ୍ଠୁ ଗଣ୍ଠିର ସମସ୍ୟା ଦୂର ହୋଇଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe