photo-youtube
କଥାରେ ଅଛି ଖାଇ ବସିଲେ ବଢ଼ଇ ପେଟ। ସାଧାରଣତଃ ଖାଇସାରି ଅଫିସ୍ରେ ବସିକରି କାମ କରିବା ଫଳରେ ଆମର ପେଟ ବଢ଼ିବାକୁ ଲାଗେ। ତେବେ ଏହି ସମସ୍ୟା ନା ଯେ କେବଳ ଯୁବକଙ୍କ କ୍ଷେତ୍ରରେ ଘଟିଥାଏ ତାହା ନୁହେଁ , ବରଂ ଏହା ବରିଷ୍ଠ ବ୍ୟକ୍ତିିଙ୍କ କ୍ଷେତ୍ରରେ ମଧ୍ୟ ଏକ ସାଧାରଣ ସମସ୍ୟା ହୋଇଗଲାଣି! ତେବେ ଆପଣଙ୍କର ବଢ଼ୁଥିବା ପେଟ ସମସ୍ୟାରୁ ମୁକ୍ତି ପାଇବାର ଏପରି ଏକ ସରଳ ଉପାୟ ଜାଣି ରଖନ୍ତୁ। ଏଥିପାଇଁ ଲାଭପ୍ରଦ ଜିନିଷ ହେଉଛି କାକୁଡ଼ି ଏବଂ ଲେମ୍ବୁ । ତେବେ କାକୁଡ଼ିର ପ୍ରୟୋଗ ଦ୍ୱାରା ଶରୀରରେ ଚର୍ବି ବଢ଼େ ନାହିଁ,କାହିଁକିନା କାକୁଡ଼ିରେ ୯୬ ପ୍ରତିଶତ ଫାଇବର୍ ରହିଥାଏ। ଏଣୁ ଓଜନ ବଢ଼େନାହିଁ। ଏଥିସହିତ ଏହି କ୍ଷେତ୍ରରେ ଲେମ୍ବୁ ମଧ୍ୟ ପେଟର ଚର୍ବି କମ୍ କରିବାରେ ସହାୟକ ହୋଇଥାଏ। ଆଉ ଯଦି ଆପଣ ଏହି କ୍ଷେତ୍ରରେ ଶୋଇବାର ପୂର୍ବରୁ ପ୍ରତ୍ୟେକ ଦିନ କାକୁଡ଼ି ଓ ଲେମ୍ବୁର ଜୁସ୍ ପିଅନ୍ତି ,ଏହା ଆପଣଙ୍କ ବୃଦ୍ଧି ପାଉଥିବା ପେଟକୁ ନିଜର ନିୟନ୍ତ୍ରଣରେ ରଖିଥାଏ।
ତେବେ ଏବେ ଆସନ୍ତୁ ଜାଣିବା ଏହି ଜୁସ୍ ପ୍ରସ୍ତୁତ କରିବାର ଉପାୟ ବିଷୟରେ...
ଆବଶ୍ୟକୀୟ ସାମଗ୍ରୀ:୨ଟି କାକୁଡ଼ି,ଦୁଇ ଚାମଚ ଲେମ୍ବୁର ରସ।,ଅଦାର ଛୋଟିଆ ଖଣ୍ଡ ,ଏକ ଛୋଟ ଚାମଚ ଜିରାଗୁଣ୍ଡ ,ତିନିରୁ ଚାରିଟିି ପୋଦିନା ପତ୍ର ,ସୈନ୍ଧବ ଲୁଣ ଏବଂ ସାଧାରଣ ଲୁଣ ସ୍ୱାଦ ଅନୁସାରେ।
photo-youtubeପ୍ରସ୍ତୁତି: ପ୍ରଥମତଃ ଆପଣ କାକୁଡ଼ିକୁ ଛୋଟ ଛୋଟ କରି କାଟି ଦେଇ ତାହାକୁ ଜୁସର୍ରେ ପକାନ୍ତୁ।ଏହାପରେ ଏଥିରେ ଅଦା,ପୋଦିନା ପତ୍ରକୁ ପକାଇ ଦେଇ ଏହାର ଜୁସ୍ ପ୍ରସ୍ତୁତ କରନ୍ତୁ।ଏହାପରେ ଆପଣ ପ୍ରସ୍ତୁତ ହୋଇଥିବା ଉକ୍ତ ଜୁସ୍ରେ ଚିନି,ଲେମ୍ବୁ ରସ, ଜିରାଗୁଣ୍ଡ ଏବଂ ସୈନ୍ଧବ ଲୁଣ ଏବଂ ସାଧାରଣ ଲୁଣ ସ୍ୱାଦ ଅନୁସାରେ ମିଶ୍ରଣ କରନ୍ତୁ । ତେବେ ଏବେ ଆପଣଙ୍କର ଜୁସ୍ ପ୍ରସ୍ତୁତ ହୋଇଗଲା,ଯାହାକି ଆପଣ ଚାହିଁଲେ ଫ୍ରିଜ୍ରେ ରଖି ମଧ୍ୟ ପିଇ ପାରନ୍ତି।
Follow Us