କର୍ମନାଶା ନଦୀ

Advertisment

ସମଗ୍ର ଭାରତରେ ନଦୀକୁ ମାତା ଭାବରେ ପୂଜନ କରାଯାଏ। ଏପରି କି ନଦୀର ଜଳକୁ ଅମୃତ ସହିତ ତୁଳନା କରାଯାଇଥାଏ। ପ୍ରାୟ ସମସ୍ତ ନଦୀତୀର ତୀର୍ଥସ୍ଥାନର ମାନ୍ୟତା ପାଇବା ଦେଖାଯାଏ।

ସମଗ୍ର ଭାରତରେ ନଦୀକୁ ମାତା ଭାବରେ ପୂଜନ କରାଯାଏ। ଏପରି କି ନଦୀର ଜଳକୁ ଅମୃତ ସହିତ ତୁଳନା କରାଯାଇଥାଏ। ପ୍ରାୟ ସମସ୍ତ ନଦୀତୀର ତୀର୍ଥସ୍ଥାନର ମାନ୍ୟତା ପାଇବା ଦେଖାଯାଏ।

jlljljgljlj

ସମଗ୍ର ଭାରତରେ ନଦୀକୁ ମାତା ଭାବରେ ପୂଜନ କରାଯାଏ। ଏପରି କି ନଦୀର ଜଳକୁ ଅମୃତ ସହିତ ତୁଳନା କରାଯାଇଥାଏ। ପ୍ରାୟ ସମସ୍ତ ନଦୀତୀର ତୀର୍ଥସ୍ଥାନର ମାନ୍ୟତା ପାଇବା ଦେଖାଯାଏ। କିନ୍ତୁ ଏହି ଭାରତରେ ଏପରି ଏକ ନଦୀ ରହିଛି, ଯାହାର ଜଳକୁ ପାନ କରିବା ତ ଦୂରର କଥା, ସେହି ନଦୀର ଜଳକୁ ସ୍ପର୍ଶ କଲେ ଧର୍ମକର୍ମ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ ରହିଛି। ଅଥଚ ସେହି ନଦୀ ପବିତ୍ର ଗଙ୍ଗା ନଦୀର ଏକ ଉପନଦୀ। ବିହାରର କୈମୁର ପର୍ବତ ଶୃଙ୍ଖଳାରୁ ବାହାରି ଉତ୍ତର ପ୍ରଦେଶର ଚୌଶାଠାରେ ଗଙ୍ଗାରେ ମିଶିଥିବା ଏହି ଅପବିତ୍ର ନଦୀର ନାମ କର୍ମନାଶା ନଦୀ। ଏହାର ଅପବିତ୍ର ଜଳକୁ ସ୍ପର୍ଶ କଲେ ମନୁଷ୍ୟର ସମସ୍ତ ଧର୍ମ କର୍ମ ନଷ୍ଟ ହୁଏ ବୋଲି ଏହି ନଦୀର ଏପରି ନାମ ହୋଇଛି। 

ଏକ ବହୁଚର୍ଚ୍ଚିତ ପୌରାଣିକ ଉପାଖ୍ୟାନରୁ ଏହାର ସୃଷ୍ଟି। ବାଲ୍ମୀକିକୃତ ରାମାୟଣରେ ବର୍ଣ୍ଣିତ ହୋଇଛି, ସତ୍ୟବ୍ରତ ନାମରେ ଜଣେ ସୂର୍ଯ୍ୟବଂଶୀ ରାଜା ଥିଲେ। ତିନୋଟି ପାପ କାର୍ଯ୍ୟ କରିଥିବାରୁ ସେ ତ୍ରିଶଙ୍କୁ ଭାବରେ ପରିଚିତ ଥିଲେ। ଏହି ରାଜାଙ୍କର କୁଳ ପୁରୋହିତ ଥିଲେ ବ୍ରହ୍ମର୍ଷି ବଶିଷ୍ଠ। ଏକଦା ତ୍ରିଶଙ୍କୁଙ୍କ ମନରେ ଏକ ବିଚାର ଆସିଲା ଯେ ସେ ଏପରି ଏକ ଯଜ୍ଞ କରିବେ, ଯାହାଦ୍ୱାରା ସେ ସ୍ୱଦେହରେ ସ୍ୱର୍ଗଯାତ୍ରା କରିପାରିବେ। ଏକଥା ସେ କୁଳଗୁରୁ ବଶିଷ୍ଠଙ୍କୁ ଜଣାଇଲେ। କିନ୍ତୁ ଏହା ପ୍ରକୃତିର ନିୟମ ନୁହେଁ ବହି ବଶିଷ୍ଠ ସେହି ଯଜ୍ଞ କରିବାକୁ ଅସ୍ୱୀକୃତ ହେଲେ। ଏହା ପରେ ଦୁର୍ମତି ତ୍ରିଶଙ୍କୁ ବଶିଷ୍ଠଙ୍କର ପୁତ୍ରମାନଙ୍କ ପାଖକୁ ଯାଇ ନିଜର ଇଚ୍ଛା ବ୍ୟକ୍ତ କଲେ। ଗୁରୁପୁତ୍ରମାନେ ଏଥିରେ ସମ୍ମତ ନ ହେବାରୁ ସେ କ୍ରୋଧିତ ହୋଇ ଅନ୍ୟ ଗୁରୁପୁତ୍ରମାନଙ୍କୁ ଉପେକ୍ଷା କଲେ। ଏଥିରେ କ୍ରୋଧିତ ହୋଇ ବଶିଷ୍ଠଙ୍କ ପୁତ୍ରମାନେ ତାଙ୍କୁ ଚଣ୍ଡାଳ ହେବାକୁ ଅଭିଶାପ ଦେଇଦେଲେ। ତତ୍‌କ୍ଷଣାତ୍ ତ୍ରିଶଙ୍କୁଙ୍କର ରାଜକୀୟ ଶରୀର ଏକ ଚଣ୍ଡାଳ ଶରୀରରେ ପରିଣତ ହୋଇଗଲା। 

ଏହା ଦେଖି ରାଜାଙ୍କର ପାତ୍ରମନ୍ତ୍ରୀମାନେ ତାଙ୍କୁ ପରିତ୍ୟାଗ କଲେ। କିନ୍ତୁ ତଥାପି ତ୍ରିଶଙ୍କୁଙ୍କର ଜିଦ୍ ଛାଡ଼ିଲା ନାହିଁ। ବଶିଷ୍ଠ ଓ ବିଶ୍ୱାମିତ୍ରଙ୍କ ମଧ୍ୟରେ ତିକ୍ତତା ଥିବା ଜାଣି, ସେ ବିଶ୍ୱାମିତ୍ରଙ୍କ ପାଖରେ ପହଞ୍ଚି ବଶିଷ୍ଠ କିପରି ତାଙ୍କୁ ନିରାଶ କଲେ ତାହା ଜଣାଇଲେ। ଏହା ଜାଣି ବିଶ୍ୱାମିତ୍ର ତାଙ୍କ ପାଇଁ ଯଜ୍ଞ କରିବାକୁ ସ୍ଥିର କଲେ। ଯଜ୍ଞ ହେଲା; ଅଥଚ ଯଜ୍ଞଭାଗ ଦେବତାମାନେ ଗ୍ରହଣ ନ କରିବାରୁ ଯଜ୍ଞ ବିଫଳ ହେଲା। ଏଥିରେ କ୍ରୋଧାନ୍ୱିତ ହୋଇ ବିଶ୍ୱାମିତ୍ର ନିଜ ତପଃବଳରେ ତ୍ରିଶଙ୍କୁଙ୍କୁ ସ୍ୱର୍ଗକୁ ପଠାଇଲେ। ଏଥିରେ ଦେବତାମାନେ ଅସନ୍ତୁଷ୍ଟ ହୋଇ ଇନ୍ଦ୍ରଙ୍କ ପାଖରେ ଗୁହାରି କଲେ।

ଏକ ଚଣ୍ଡାଳ ସ୍ୱର୍ଗରେ କିପରି ସ୍ଥାନ ପାଇବ ଭାବି ଇନ୍ଦ୍ର ଚଣ୍ଡାଳ ତ୍ରିଶଙ୍କୁଙ୍କୁ ସ୍ୱର୍ଗଦ୍ୱାରରୁ ତଳକୁ ଠେଲିଦେଲେ। ଫଳରେ ଗୋଡ଼ ଉପରକୁ ଓ ମୁଣ୍ଡ ତଳକୁ କରି ସେ ଖସିବାକୁ ଲାଗିଲେ। ସେ ତଳକୁ ଖସୁଥିବାର ଦେଖି ବିଶ୍ୱାମିତ୍ର ତାଙ୍କ ପାଇଁ ଅନ୍ୟ ଏକ ସ୍ୱର୍ଗରାଜ୍ୟ ନିର୍ମାଣ କରିବାପାଇଁ ସ୍ଥିର କରି ତ୍ରିଶଙ୍କୁଙ୍କୁ ଅଧା ବାଟରେ ଶୂନ୍ୟରେ ଲଟକାଇ ରଖିଲେ। ବିଶ୍ୱାସ କରାଯାଏ, ଏହିପରି ଲଟକି ରହିବା ଫଳରେ ତ୍ରିଶଙ୍କୁଙ୍କର ମୁଖରୁ ଯେଉଁ ଲାଳ ଗଡ଼ି ଭୂମି ଉପରେ ପଡ଼ିଲା, ସେଥିରୁ କର୍ମନାଶା ନଦୀର ସୃଷ୍ଟି ହେଲା। କର୍ମନାଶର ସଂକେତ ବହନ କରି ଏହା ସୃଷ୍ଟ ହୋଇଥିବାରୁ ଏହାକୁ ଅପବିତ୍ର ଓ ଅସ୍ପୃଶ୍ୟ ଭାବରେ ଗ୍ରହଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe