ବାହାରକୁ ଯିବା ସମୟରେ ବ୍ୟାଗ୍‌ରେ ଏହି ୪ଟି ଜିନିଷକୁ ନିଶ୍ଚୟ ରଖନ୍ତୁ

Advertisment
ବାହାରକୁ ଯିବା ସମୟରେ ବ୍ୟାଗ୍‌ରେ ଏହି ୪ଟି ଜିନିଷକୁ  ନିଶ୍ଚୟ ରଖନ୍ତୁ

The Cut

ବାହାରକୁ ଯିବା ସମୟରେ ଆପଣଙ୍କୁ ଅନେକ ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିଥାଏ । ତ୍ୱଚାରୁ ଆରମ୍ଭ କରି ଶରୀରକୁ ଠିକ୍‌ ରଖିବା ପାଇଁ ଅନେକ ଜିନିଷ ପ୍ରତି ଆପଣ ସତର୍କ ରହିଥାନ୍ତି । ଖରାଦିନେ ଶରୀରରୁ ଜଳୀୟ ଅଂଶ କମିବାର ଡ଼ର ଅଧିକ ମାତ୍ରାରେ ରହିଥାଏ । ଏହା ସହ ଝାଳ ବୋହିଥାଏ, ଯାହା ଆପଣଙ୍କ ମୁହଁକୁ ଖରାପ କରି ଦେଇଥାଏ । ତେବେ ଖରାଦିନେ ବାହାରକୁ ଯିବା ପୂର୍ବରୁ ଏହି କିଛି ଜିନିଷ ନିଜ ବ୍ୟାଗ୍‌ରେ ନିହାତି ଭାବରେ ରଖନ୍ତୁ । ଆସନ୍ତୁ ଜାଣିବା ସେ ସବୁ କ’ଣ?...

୧. ହ୍ୟାଣ୍ଡ ସାନିଟାଇଜର: ଖରାଦିନେ ଅତି ସହଜରେ ଆପଣଙ୍କ ଶରୀରକୁ ଜୀବାଣୁମାନେ ପ୍ରବେଶ କରିଥାନ୍ତି । ଝାଳ ଅଧିକ ହେଉଥିବାରୁ ଜୀବାଣୁ ମଧ୍ୟ ଅଧିକ ହେବାର ଅଶଙ୍କା ରହିଥାଏ । ସେଥିପାଇଁ ଆପଣଙ୍କ ବ୍ୟାଗ୍‌ରେ ଏକ ହ୍ୟାଣ୍ଡ ସାନିଟାଇଜର ନିଶ୍ଚିତ ରଖନ୍ତୁ । ଯାହାକୁ ଆପଣ ବାହାରେ କିଛି ଖାଇବା ପୂର୍ବରୁ ହାତ ସଫା କରିବା ପାଇଁ ବ୍ୟବହାର କରି ପାରିବେ ।

publive-image Ultimate Health Guide

୨. ଖରାଦିନେ ଅଧିକ ତାପମାତ୍ରା ଯୋଗୁଁ ଝାଳ ଅଧିକ ବୋହିଥାଏ । ଯାହା ଫଳରେ ଶରୀରରୁ ଦୁର୍ଗନ୍ଧ ବାହାରିଥାଏ । ଖରାଦିନେ ଅଫିସରେ ପହଞ୍ଚିବା ବେଳକୁ ଆପଣଙ୍କ ଶରୀରରୁ ଦୁର୍ଗନ୍ଧ ବାହାରିବା ଆରମ୍ଭ ହୋଇ ଯାଇଥାଏ । ସେଥିପାଇଁ ସାଥିରେ ସବୁ ବେଳେ ଡ଼ିଓଡ଼୍ରାଣ୍ଟ ବା ସେଣ୍ଟ ନିହାତି ଭାବରେ ରଖନ୍ତୁ ।
୩. ଖରାଦିନେ ବାହାରକୁ ବାହାରିଲେ ସାଥିରେ ପାଣି ବୋତଲ ନିହାତି ଭାବରେ ରଖନ୍ତୁ । କାରଣ ଖରାଦିନେ ଅଧିକ ସମୟ ବାହାରେ ରହିଲେ ଶରୀରୁ ଜଳୀୟଅଂଶ କମିବାର ଆଶଙ୍କା ଅଧିକ ଥାଏ । ଯାହା ଦ୍ୱାରା ଆପଣ ଅସୁବିଧାରେ ପଡ଼ି ପାରନ୍ତି ।

publive-image listosaur.com

୪. ଖରାଦିନେ ସୂର୍ଯ୍ୟଙ୍କ କିରଣ ପ୍ରଖର ଥିବାରୁ ଶରୀରର ତ୍ୱଚା ଉପରେ ତାହାର ଖରାପ ପ୍ରଭାବ ପକାଇଥାଏ । ସୂର୍ଯ୍ୟ କିରଣରୁ ନିଜ ତ୍ୱଚାକୁ ରକ୍ଷା କରିବା ପାଇଁ ସାଥିରେ ସନ୍‌ସ୍କି୍ରନ୍‌ ଲୋସନ ନିହାତି ଭାବରେ ରଖନ୍ତୁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe