କେଉଁ ଦୁଇ ଜଣ ତ୍ରିଭୂବନରେ ଭାଗ୍ୟବାନ୍‌? ଆପଣଙ୍କ ପାଖରେ ଯଦି ଏହି ଗୁଣ ଅଛି ବା ଏପରି କିଛି ପ୍ରାପ୍ତ ହେଉଛି ତେବେ ଆପଣ ସିଏ

Advertisment
କେଉଁ ଦୁଇ ଜଣ ତ୍ରିଭୂବନରେ ଭାଗ୍ୟବାନ୍‌? ଆପଣଙ୍କ ପାଖରେ ଯଦି ଏହି ଗୁଣ ଅଛି ବା ଏପରି କିଛି ପ୍ରାପ୍ତ ହେଉଛି ତେବେ ଆପଣ ସିଏ

ବହୁ ପ୍ରଚଳିତ ଓଡ଼ିଆ ଢଗ ‘କ୍ଷମା କଲେ ଝିଅ କ୍ଷମା ତ ମିଳଇ କ୍ଷମାର ତ ନାହିଁ ଅନ୍ତ, କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ ତ୍ରିଭୂବନେ ଭାଗ୍ୟବନ୍ତ’ଟିକୁ ଆପଣ ଶୁଣିଥିବେ ନିଶ୍ଚୟ। ଏହା ବୁଝିବାକୁ ଯେତିକି ସରଳ, ତାହାର ମର୍ମ ସେତିକି ଜଟିଳ। ଅତି ସାଧାରଣ ଶବ୍ଦ ପ୍ରାୟୋଗ କରାଯାଇଥିବା ଏହି ପଂକ୍ତିଟିକୁ ବୁଝିଗଲେ ଅନେକଗୁଡ଼ିଏ ସମସ୍ୟାର ସମାଧାନ ଆପଣାଛାଏଁ ହୋଇଯିବ।

publive-image

ପଲ୍ଳି କବି ନନ୍ଦକିଶୋର ବଳଙ୍କର ଶର୍ମିଷ୍ଟା କାବ୍ୟର ଏହି କବିତାଟି ‘କ୍ଷମା କଲେ ଝିଅ କ୍ଷମା ତ ମିଳଇ କ୍ଷମାର ତ ନାହିଁ ଅନ୍ତ, କ୍ଷମାର ଗ୍ରହୀତା କ୍ଷମା ଦାତା ଦୁହେଁ ତ୍ରିଭୂବନେ ଭାଗ୍ୟବନ୍ତ’ ପଂକ୍ତିଟିର ଅର୍ଥ ହେଉଛି ‘ଯିଏ କ୍ଷମା କରେ ତାକୁ କ୍ଷମା ନିଶ୍ଚୟ ମିଳେ। କ୍ଷମାର ଅନ୍ତ ନାହିଁ। ତାହା କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ସରିଯାଏନି। କ୍ଷମା ଅସରନ୍ତି। ଯିଏ କ୍ଷମା ଗ୍ରହଣ କରନ୍ତି। ମାନେ କି ଯିଏ କ୍ଷମା ପାଇଯାଆନ୍ତି ଓ ଯିଏ କ୍ଷମା ଦାତା ଅର୍ଥାତ ଯିଏ କ୍ଷମା ଦିଅନ୍ତି ସେ ଦୁହେଁ ତିନି ଭୂବନରେ ଭାଗ୍ୟବାନ ଅଟନ୍ତି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe