କରନ୍ତୁ ନାହିଁ ଏହି ୪ଟି ଭୁଲ, ଖରାପ ହୋଇ ଯାଇପାରେ ଆପଣଙ୍କ କିଡନି!

Advertisment
କରନ୍ତୁ ନାହିଁ ଏହି ୪ଟି ଭୁଲ, ଖରାପ ହୋଇ ଯାଇପାରେ ଆପଣଙ୍କ କିଡନି!

governmentciomedia.com

କିଡନି ମଣିଷ ଶରୀରରେ ରକ୍ତକୁ ସଫା କରିବା ଏବଂ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରିଥାଏ। ଏହା ଶରୀରର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ହୋଇଥାଏ । ପ୍ରତି ମଣିଷର ଶରୀରରେ ଦୁଇଟି କିଡନି ଥିବା ବେଳେ ଆଜିକାଲିର ବ୍ୟସ୍ତବହୁଳ ଜୀବନ ପାଇଁ ଲୋକମାନେ ନିଜ ଶରୀର ପ୍ରତି ଧ୍ୟାନ ଦେଇ ପାରୁ ନାହାନ୍ତି । କିଛି ନ ଭାବି ସେମାନେ କିଛି ବି ଖାଉଥିବାରୁ ସେମାନଙ୍କ ଶରୀରରେ ବିଭିନ୍ନ ପ୍ରକାରର ରୋଗ ଦେଖା ଦେଉଛି । ସାରା ଦିନ ମଣିଷ କରୁଥିବା ଛୋଟ ଛୋଟ ଭୁଲ ପାଇଁ ଶରୀରର ଗୁରୁତ୍ତ୍ୱପୂର୍ଣ୍ଣ ଅଙ୍ଗ ପ୍ରଭାବିତ ହେଉଛି । ସ୍ୱାସ୍ଥ୍ୟକର ଜୀବନ ବଞ୍ଚିବା ପାଇଁ ଆମମାନଙ୍କୁ ପ୍ରତିଦିନର ଦିନଚର୍ଯ୍ୟାରେ ସୁଧାର ଆଣିବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ....

୧.ପାଣି ପିିିଇବା ଶରୀର ପାଇଁ ଲାଭଦାୟକ ହୋଇଥଏ। କିନ୍ତୁ ଦରକାରଠାରୁ ଅଧିକ କିମ୍ବା କମ ପାଣି ପିଇବା ଦ୍ୱାରା ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ। ଦିନକୁ ୮-୧୦ଗ୍ଲାସ ପାଣି ପିଇବା ଦରକାର। ଏହା ଠାରୁ ଅଧିକ ପାଣି ପିଇଲେ କିଡନିକୁ ଅଧିକ କାମ କରିବାକୁ ପଡ଼ିଥାଏ। ଯାହାଦ୍ୱାରା କିଡନୀ ଖୁବ୍‌ ଶୀଘ୍ର ଖରାପ ହେବାର ଆଶଙ୍କା ରହିଥାଏ ।

Related image advancedhairstudioindia.com

୨.ଅଧିକ ମାତ୍ରରେ ପେନ୍‌ କିଲର ଖାଇବା ଦ୍ୱାରା ଏହା କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ। ଶରୀରରେ ପେନ୍‌ କିଲରର ମାତ୍ରା ଅଧିକ ହେବା ଦ୍ୱାରା କିଡନିରେ ଥିବା କୋଷିକାଗୁଡ଼ିକ ନଷ୍ଟ ହୋଇଯାଇଥାଏ ।
୩.ଖାଇବା ପ୍ରସ୍ତୁତ ହେବା ପରେ ଯେଉଁ ଲୋକମାନେ ତା’ ଉପରେ ଲୁଣ ପକାଇ ଖାଇଥାନ୍ତି । ସେମାନଙ୍କୁ କିଡନି ସହ ଜଡ଼ିତ ସମସ୍ୟା ହେବାର ଆଶଙ୍କା ଅଧିକ ରହିଥାଏ । ଏହା ଦ୍ୱାରା ଶରୀରରୁ ସୋଡିୟମ ସହଜରେ ବାହାରି ନ ପାରି କିଡନି ଉପରେ ଖରାପ ପ୍ରଭାବ ପକାଇଥାଏ ।

publive-image shutterstock.com

୪. କିଛି ଲୋକଙ୍କୁ ପରିଶ୍ରା ଲାଗିଲେ ସେମାନେ ପରିଶ୍ରା ରୋକି ଦେଇଥାନ୍ତି । ଯାହାଦ୍ୱାରା କିଡନୀ ଷ୍ଟୋନ ହେବାର ସମସ୍ୟା ଦେଖା ଯାଇଥାଏ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe