Early Warning Signs of Kidney Disease You Shouldn't Ignore (https://prime.horizonhospital.com)
ଯକୃତ ଖରାପ ରୋଗରେ ଆଜିକାଲି ଅନେକ ଲୋକ ଆକ୍ରାନ୍ତ ହେଉଛନ୍ତି। ହେଲେ ଏହାର ଏକ ଭଲ କଥା ହେଉଛି; ଯକୃତ ଖରାପ ହେବା ପୂର୍ବରୁ ଆମକୁ ଲକ୍ଷଣ ଜଣାପଡ଼ିଯାଏ। ଯାହାଫଳରେ ସଜାଗ ହେବାକୁ ଏକ ସୁଯୋଗଟିଏ ମିଳିଥାଏ। ସମୟ ପୂର୍ବରୁ ଚିକିତ୍ସା କଲେ ଭବିଷ୍ୟତରେ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ଏମିତି ଅନେକ ଲକ୍ଷଣ ଅଛି; ଯାହାକୁ ଲୋକ ନଜର ଅନ୍ଦାଜ କରିଥାନ୍ତି।
କେଉଁ ଲକ୍ଷଣ ଦେଖା ଦେଲେ ହେବେ ସଜାଗ
ଯଦି ରାତି ସମୟରେ ଆପଣଙ୍କୁ ବାରମ୍ବାର ପରିଶ୍ରା ଲାଗୁଛି; ତାହା ଏକ ସ୍ବାଭାବିକ ଶାରୀରିକ ପ୍ରକ୍ରିୟା ନୁହେଁ। ଏଭଳି ପରିସ୍ଥିତିରେ ଆପଣ ଡାକ୍ତରୀ ପରାମର୍ଶ ଗ୍ରହଣ କରିବା ଜରୁରୀ।
ବାରମ୍ବାର ପରିଶ୍ରା ଲାଗିବା ଯେପରି ସ୍ବାଭାବିକ ନୁହେଁ; ପରିଶ୍ରାର ରଂଗ ବଦଳିବା ବି ଚିନ୍ତାର ବିଷୟ। ଯଦି ହଠାତ୍ ଆପଣଙ୍କ ପରିଶ୍ରାର ରଂଗ ବଦଳିବାର ଆପଣ ଅନୁମାନ କରୁଛନ୍ତି ତେବେ ତୁରନ୍ତ ଡାକ୍ତର ଦେଖାନ୍ତୁ।
ତ୍ବଚା ମାତ୍ରାଧିକ କୁଣ୍ଡେଇ ହେବା ବି ଯକୃତ ଖରାପ ହେବାର ସଂକେତ। ଆମେ ଭାବନ୍ତି କୁଣ୍ଡେଇ ହେବା ଏକ ତ୍ବଚା ସଂକ୍ରମଣ। ମାତ୍ର ବେଳେ ବେଳେ ଏହା ଯକୃତ ସମସ୍ୟା ପାଇଁ ବି ହୋଇପାରେ।
ଯକୃତ ଖରାପ ହେଲେ ଆଖି ରୋଗ ବି ଆରମ୍ଭ ହୋଇଯାଏ। ଆଖି ତଳ କଳାପଡ଼ିବା, ଶୁଖିଲା ଦେଖାଯିବା ଆଦି ଅସୁସ୍ଥକର ଯକୃତର ଲକ୍ଷଣ।
ଆହୁରି ପଢ଼ନ୍ତୁ: ଯକୃତ୍ ରୋଗର ଲକ୍ଷଣ ଓ ପ୍ରତିଷେଧକ
ଯକୃତକୁ ସୁସ୍ଥ ରଖିବେ କିପରି
ଆପଣ ଯଦି ନିଜ ଯକୃତକୁ ସୁସ୍ଥ ରଖିବାକୁ ଚାହାନ୍ତି ତେବେ ପିଆଜ ଖାଆନ୍ତୁ। ପିଆଜ ଖାଇବା ଦ୍ବାରା ଯକୃତ ଭଲ କାମ କରିଥାଏ। ମାଛ ଖାଇବା ବି ଯକୃତ ପାଇଁ ଖୁବ୍ ଭଲ। ଆପଣ ଯେତେ ପାରୁଛନ୍ତି ଶାଗ ଓ ପତ୍ରଜାତୀୟ ଖାଦ୍ୟ ଖାଆନ୍ତୁ। ଏହାବି ଯକୃତ ପାଇଁ ଖୁବ୍ ଭଲ। ଶସ୍ୟଜାତୀୟ ଖାଦ୍ୟ ଖାଇବା ମଧ୍ୟ ଯକୃତ ସ୍ବାସ୍ଥ୍ୟ ପାଇଁ ଭାରି ଭଲ। ପାରୁଛନ୍ତି ଯଦି ପ୍ରତିଦିନ ଗୋଟାଏ ଲେଖାଏ ଅଣ୍ଡା ଖାଆନ୍ତୁ।
ଜଙ୍କ୍ ଫୁଡ୍ ଓ ଫାଷ୍ଟ୍ ଫୁଡ୍ ଆଦି ଆଦୌ ବି ଖାଆନ୍ତୁ ନାହିଁ। ଜଙ୍କ୍ ଫୁଡ୍ ସ୍ୱାସ୍ଥ୍ୟ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ। ବଜାରରୁ ମିଳୁଥିବା ବିଭିନ୍ନ ପ୍ରକାର ଜଙ୍କ୍ ଫୁଡ୍ ଆପଣଙ୍କ ଯକୃତକୁ ଖରାପ କରିବା ପାଇଁ ଯଥେଷ୍ଟ ।
ଆହୁରି ପଢ଼ନ୍ତୁ: ଯକୃତ ରୋଗ ପାଇଁ ଗୁଳୁଚୀ ବ୍ୟବହାରକୁ ବ୍ରିଟେନ୍ର ମାନ୍ୟତା
ଆଜିର ସମୟରେ ଲୋକମାନେ ମାଂସ ଖାଇବାକୁ ଖୁବ୍ ପସନ୍ଦ କରନ୍ତି । ଭାରତରେ ଶାକାହାରୀଙ୍କ ଠାରୁ ଅଧିକ ମାଂସାହାରୀ ଅଛନ୍ତି । କିନ୍ତୁ ଯଦି ଆପଣ ଆବଶ୍ୟକତାଠାରୁ ଅଧିକ ମାଂସ ସେବନ କରୁଛନ୍ତି ତେବେ ଏହା ଆପଣଙ୍କ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇପାରେ । ଏହା ମଧ୍ୟ ଯକୃତ ଖରାପର ଅନ୍ୟତମ କାରଣ।
ଅଧିକାଂଶ ଲୋକ ଧୂମପାନ କରିବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି । କିନ୍ତୁ ଧୂମପାନ ଶରୀର ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ ଯାହା ଯକୃତକୁ ଅକାମୀ କରିଦିଏ ।
ଆହୁରି ପଢ଼ନ୍ତୁ: ଯକୃତ ପ୍ରତିରୋପଣ: ପୂରା ନୁହେଁ, ଏକ ଅଂଶରୁ ସମ୍ଭବ
lifestyle
Follow Us