କିରଣ ବଖାଣିଲେ ଗର୍ଭନଷ୍ଟର ଅବ୍ୟକ୍ତ କଷ୍ଟ

କିରଣ ବଖାଣିଲେ ଗର୍ଭନଷ୍ଟର ଅବ୍ୟକ୍ତ କଷ୍ଟ

ଭାରତରେ ପ୍ରାୟ ୭% ପିଲା ଜନ୍ମ ହେବା ପୂର୍ବରୁ ଗର୍ଭ ନଷ୍ଟ ହୋଇଯାଇଥାଏ। ଜନ୍ମ ପୂର୍ବରୁ ସନ୍ତାନର ମୃତ୍ୟୁ ମାତାପିତାଙ୍କୁ ଗଭୀର ଭାବେ ମର୍ମାହତ କରିଥାଏ। ଏହା ସତ୍ତ୍ବେ ଗର୍ଭନଷ୍ଟ ସମ୍ପର୍କରେ ଆମ ଦେଶରେ ଖୋଲା ଆଲୋଚନା ହୋଇପାରେ ନାହିଁ। ବିଶେଷକରି ମହିଳାମାନେ ନିଜ ଯନ୍ତ୍ରଣାକୁ ମନରେ ଚାପି ରଖନ୍ତି।
ଏ ସମ୍ପର୍କରେ ଏବେ ମହିଳାମାନେ ଅଧିକ ମୁଖର ହେବାର ଦେଖାଯାଉଛି, ଯାହା ଏକ ଭଲ ଉଦାହରଣ ସୃଷ୍ଟି କରୁଛି। ସେହି କ୍ରମରେ ସିନେନିର୍ମାତା କିରଣ ରାଓ ନିକଟରେ ତାଙ୍କ ପୂର୍ବତନ ସ୍ବାମୀ ତଥା ଅଭିନେତା ଆମିର ଖାଁଙ୍କ ସହିତ ସନ୍ତାନଲାଭର ବେଦନାଦାୟକ ସଂଘର୍ଷକୁ ପ୍ରକାଶ କରିଛନ୍ତି।

ଏକ ସାକ୍ଷାତ୍‌କାରରେ କିରଣ କହିଛନ୍ତି ଯେ ତାଙ୍କର ପ୍ରଥମ ନିର୍ଦେଶିତ ସିେନମା ‘ଧୋବି ଘାଟ’ ନିର୍ମିତ ହେବା ବର୍ଷ ତାଙ୍କର ପୁତ୍ର ସନ୍ତାନ ଆଜାଦ ଜନ୍ମଲାଭ କରିଥିଲା। ଏହା ପୂର୍ବରୁ ପାଞ୍ଚ ବର୍ଷ ଧରି ସେ ମାତୃତ୍ବଲାଭ ପାଇଁ ଉଦ୍ୟମ କରିଆସୁଥିଲେ। ଏ ଭିତରେ ଅନେକ ଥର ତାଙ୍କର ଗର୍ଭ ନଷ୍ଟ ହୋଇଯାଇଥିଲା। ଏସବୁ ତାଙ୍କ ମାନସିକ ସ୍ଥିତିକୁ ଖୁବ୍ ପ୍ରଭାବିତ କରିଥିଲା। ୨୦୦୯ରେ ଆମିର ନିଜ ବ୍ଲଗ୍‌ରେ ଏକ ଗର୍ଭ ନଷ୍ଟ ହୋଇଯାଇଥିବାର ହୃଦୟବିଦାରକ ସୂଚନା ପ୍ରକାଶ କରିଥିଲେ। ଆଇଭିଏଫ୍‌ ଚିକିତ୍ସା ଦ୍ବାରା ୨୦୧୧ରେ ସେ ଆଜାଦକୁ ଜନ୍ମ ଦେଇଥିଲେ। କିରଣଙ୍କ ଭାଷାରେ ଗର୍ଭ ନଷ୍ଟର ଅନ୍ଧକାରମୟ ଅତୀତକୁ ଭୁଲାଇବା ପାଇଁ ଆଜାଦ ଏକ ଆଶାର କିରଣ ଭଳି ତାଙ୍କ ଜୀବନକୁ ଆସିଥିଲେ। ପୁଅର ଯତ୍ନ ନେବା ପାଇଁ ସେ ସିନେମା ଜଗତ୍‌ରୁ ଦୀର୍ଘ ଏକ ଦଶନ୍ଧି ଦୂରେଇ ରହିଥିଲେ। ଏ ଭିତରେ ସିନେମା ନିର୍ମାଣ ନ କରିପାରିବା ନେଇ ତାଙ୍କର କୌଣସି ଅବସୋସ ନାହିଁ ବୋଲି କିରଣ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe