‘କିସ୍‌ ଡେ’: ପ୍ରଥମେ ଏମିତି ଆରମ୍ଭ ହୋଇଛି ଚୁମ୍ବନ ପ୍ରଥା, ଚୁମ୍ବନ ଦେଲେ ମିଳେ ଏହି ସବୁ ଫାଇଦା

Advertisment
‘କିସ୍‌ ଡେ’: ପ୍ରଥମେ ଏମିତି ଆରମ୍ଭ ହୋଇଛି ଚୁମ୍ବନ ପ୍ରଥା, ଚୁମ୍ବନ ଦେଲେ ମିଳେ ଏହି ସବୁ ଫାଇଦା

Young couple in love outdoor

ଚୁମ୍ବନ ଭାବ ଅଭିବ୍ୟକ୍ତର ଏକ ମାଧ୍ୟମ। ଏହା ଏକ ଆଧୁନିକ ସଂସ୍କୃତି ପରି ମନେ ହେଉଥିଲେ ବି ଖୁବ୍‌ ପୁରାତନ କାଳରୁ ଏହା ସ୍ୱୀକୃତ। ସମୟକ୍ରମେ ଚୁମ୍ବନ ପ୍ରତି ଲୋକଙ୍କ ଧାରଣା ନକାରାତ୍ମକ ହୋଇ ଯାଇଥିଲେ ବି ବାସ୍ତବରେ ଏହା ଏକ ଶାଶ୍ୱତ କ୍ରିୟା। ମାଆ ଓ ପିଲାର ସଂପର୍କ ପରି ମଧୁର। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ଚୁମ୍ବନ ପ୍ରଥମେ ମାଆ ଓ ପିଲାର ସଂପର୍କରୁ ଜାତ। ଅନେକ ବର୍ଷ ତଳେ ‘କିସ୍‌ ଫିଡିଂ’ ଜରିଆରେ ମାଆ ନିଜର ପିଲାର ପେଟ ପୂରାଉଥିଲେ। ପ୍ରଥମେ ଇଟାଲିର କିଛି ମହିଳା ନିଜ ପାଟିରେ ପିଲାଙ୍କ ଖାଦ୍ୟ ରଖି କିସ୍‌ କରୁ କରୁ ପିଲାଙ୍କ ଅଜାଣତରେ ତାଙ୍କ ପାଟିରେ ଖାଦ୍ୟ ଦେଇ ସେମାନଙ୍କ ପେଟ ପୂରାଇବାରେ ଲାଗିଲେ। ଏହାକୁ ଇଟାଲିର ଚିକିତ୍ସକମାନେ ସମର୍ଥନ ଦେବାରୁ ଏହା ଆହୁରି ଦୃଢ଼ ହେବାକୁ ଲାଗିଲା। ଯଦି ଏହି ସଂସ୍କୃତିରୁ ଆହୁରି ପୁରୁଣାକୁ ଯାଇ ଦେଖିବା ତ ଏହି ଚୁମ୍ବନ ପ୍ରଥା ବେଦରୁ ଗୃହୀତ। ଗବେଷକମାନେ ପୁରୁଣା ଗ୍ରନ୍ଥ ଓ ବେଦବିଦ୍ୟା ଉପରେ ଗବେଷଣା କରି ଜାଣିବାକୁ ପାଇଛନ୍ତି ଯେ ଓଠ ଏବଂ ଜିଭ ଚୁମ୍ବନ ବହୁ ପୁରାତନ।

publive-image

ଚୁମ୍ବନ ବିଦେଶୀମାନଙ୍କ ପ୍ରଥା ବୋଲି ମନେ ହେଉଥିଲେ ବି ଆପଣଙ୍କ ସୂଚନା ପାଇଁ ଜଣାଇ ଦେଉଛୁ ଯେ ଓଠକୁ ଓଠ ଚୁମ୍ବନ ଦେବା ପ୍ରଥମେ ହିନ୍ଦୁ ଶାସ୍ତ୍ର ‘ମହାଭାରତ’ରୁ ଆସିଛି। ଧୀରେ ଧୀରେ ଏହା ବୃଦ୍ଧି ପାଇଛି। ଆଲେକ୍‌ଜାଣ୍ଡାର୍‌ ଦ ଗ୍ରେଟ୍‌ଙ୍କ ଶାସନ କାଳ ଭିତରେ ଏହା ଖୁବ୍‌ ବେଶି ଲୋକାଦୃତ ହୋଇଥିଲା। ରୋମାନ୍‌ମାନେ ଏହାକୁ ନେଇ ଗବେଷଣା କଲେ। ରୋମାନମାନେ ଭିନ୍ନ ଧରଣର ଚୁମ୍ବନ ବାହାର କରିଥିବାରୁ ଧୀରେ ଧୀରେ ଚୁମ୍ବନ କିମ୍ବା ପ୍ରେମ ଯଚାଇବାର କୌଣସି କ୍ରିୟାକୁ ‘ରୋମାନ୍ସ’ ନାମ ଦିଆଗଲା।

publive-image

ଅବଶ୍ୟ ଆପଣ ଏହା କହିପାରନ୍ତି ଚୁମ୍ବନ ପରି ଏକ ଶାଶ୍ୱତ କ୍ରିୟା ସମୟକ୍ରମେ କଳୁଷିତ ହୋଇଯାଇଛି। ଏହା ଲୋକ ନଜରର ଏକ ଘୃଣ୍ୟ ବ୍ୟାପାର ବୋଲି ପରିଚୟ ସୃଷ୍ଟି କରିଛି। ମାତ୍ର ମନେ ରଖନ୍ତୁ , ଗବେଷକମାନେ କହିଛନ୍ତି ଭାବପ୍ରବଣ ମିଶ୍ରିତ ଚୁମ୍ବନ ଦେବା ସମୟରେ ଶରୀରରୁ ଯେଉଁ ହରମୋନ୍‌ କ୍ଷରିତ ହୁଏ ତାହା ନାନା ରୋଗକୁ ଦୂରେଇ ଦେଇପାରେ। କେବଳ ସଂପର୍କ ମଜ୍‌ବୁତ୍‌ ନୁହେଁ, ଚୁମ୍ବନ ଉଭୟ ମାନସିକ ଓ ଶାରୀରିକ ଭାବେ ବ୍ୟକ୍ତିକୁ ସୁସ୍ଥ ରଖେ। ତେବେ ଚାଲନ୍ତୁ ଜାଣିବା ଚୁମ୍ବନ ଦେବା ଦ୍ୱାରା କ’ଣ ସବୁ ଲାଭ ମିଳିଥାଏ।

publive-image

:ରକ୍ତଚାପ ହ୍ରାସ କରାଏ
:ଶିରାପ୍ରଶିରାରେ ରକ୍ତ ସଞ୍ଚାଳନ କରାଏ
:ମୁଣ୍ଡବିନ୍ଧା ଦୂର କରେ
:ଖୁସି ରହିବା ଭଳି ହର୍‌ମୋନ୍‌ କ୍ଷରଣ କରାଏ।
:କ୍ୟାଲୋରି ହ୍ରାସ ଘଟାଏ
:ଆତ୍ମ ବିଶ୍ୱାସ ବୃଦ୍ଧି କରାଏ
:ମୁଖମଣ୍ଡଳ ଉଜ୍ୱଳ ଦିଶେ
:ସାଥୀ ଆପଣଙ୍କ ପ୍ରତି କେତେ ଉତ୍ସଗୀକୃତ ପ୍ରମାଣ ଦିଏ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe