ଆଖି ଡୋଳାର ରଙ୍ଗରୁ ଜାଣିହେବ ବନ୍ଧୁଙ୍କର ସ୍ୱଭାବ କିପରି

Advertisment
ଆଖି ଡୋଳାର ରଙ୍ଗରୁ ଜାଣିହେବ ବନ୍ଧୁଙ୍କର ସ୍ୱଭାବ କିପରି

spring.org.uk

ଆଖି ହେଉଛି ମନୁଷ୍ୟର ସବୁଠାରୁ ଆର୍କଷଣୀୟ ଅଙ୍ଗ। ବ୍ୟକ୍ତି କେଉଁ ସମୟରେ କ’ଣ ଅନୁଭବ କରିଥାଏ ତାହା ଆଖିରୁ ହିଁ ଜଣାପଡ଼ିଯାଇଥାଏ । କାରଣ ଆଖିର ରଙ୍ଗ ସ୍ୱତଃପ୍ରବୃତ ଭାବେ ମନୁଷ୍ୟର ସ୍ୱଭାବ ସହିତ ଜଡ଼ିତ। ତେବେ ଆପଣ କେବେ ଭାବିଛନ୍ତି କି ଆଖି ଡୋଳାର ରଙ୍ଗ ଦ୍ୱାରା ଜଣଙ୍କର ଚରିତ୍ର ଜଣାପଡେ । ବିଶେଷ କରି ଆମେ ଜାଣିବା ଦରକାର କି ଆମର ବନ୍ଧୁମାନଙ୍କର ସ୍ୱଭାବ କିପରି। ଆସନ୍ତୁ ଜାଣିବା ଆଖି ଡୋଳା କିପରି କହିବ ବନ୍ଧୁଙ୍କର ସ୍ୱଭାବ ....

ନୀଳ ରଙ୍ଗ ଆଖି :

publive-image Desi Beauty Blog

ଆଖିର ରଙ୍ଗ ନୀଳ ହୋଇଥିବା ବ୍ୟକ୍ତିମାନେ ବହୁତ ବୁଦ୍ଧିମାନ ହୋଇଥାନ୍ତି । ନୀଳ ଆଖି ସବୁଠାରୁ ଆର୍କଷଣୀୟ ହୋଇଥାଏ। ଏଣୁ ଏହି ବର୍ଗର ବ୍ୟକ୍ତି ସର୍ବଦା ସମସ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିଥାନ୍ତି । ନୀଳ ଆଖି ଥିବା ବ୍ୟକ୍ତି ସର୍ବଦା ପରୋଉପକାରୀ ହେବା ସହ ଖୁବ ଶୀଘ୍ର ସମସ୍ତଙ୍କର ସହ ମିଶି ଯାଇଥାନ୍ତି ।

ମାଟିଆ ରଙ୍ଗ ଆଖି:

publive-image All About Vision 1

ଏହି ରଙ୍ଗର ଡୋଳା ଥିବା ବ୍ୟକ୍ତି ଭଲ ସ୍ୱଭାବର ହୋଇଥିବା ବେଳେ ସମସ୍ତଙ୍କ ସହ ଭଲ ସଂପର୍କ ସ୍ଥାପନ କରିଥାନ୍ତି । ଏମାନେ ସଂପର୍କ ଅପେକ୍ଷା ଟଙ୍କାକୁ ଅଧିକ ପ୍ରାଧାନ୍ୟ ଦେଇଥାନ୍ତି । ଏହି ବର୍ଗର ବ୍ୟକ୍ତି ଅଧିକ ଆର୍କଷଣୀୟ ହୋଇଥିବା ବେଳେ ତାଙ୍କ ପାଖରେ ଭରପୂର ଆତ୍ମବିଶ୍ୱାସ ରହିଥାଏ।

ଧୂସର ରଙ୍ଗ ଆଖି :

publive-image Sweety High

ଏହି ବର୍ଗର ବ୍ୟକ୍ତିଙ୍କର ହୃଦୟ ସଫା ଥାଏ। ଏମାନଙ୍କ ମନରେ ଯାହା ଥାଏ ସେମାନେ ସଫା ସଫା ପ୍ରକାଶ କରିଦିଅନ୍ତି । ଏମାନେ ବିଶ୍ୱାସଯୋଗ୍ୟ ହେବା ସହ ବୁଦ୍ଧିମାନ ମଧ୍ୟ । ଏହି ବର୍ଗର ବ୍ୟକ୍ତିମାନଙ୍କର ସ୍ୱଭାବ ବହୁତ ଆର୍କଷଣୀୟ ହୋଇଥାଏ।

ସବୁଜ ରଙ୍ଗ ଆଖି :

publive-image All About Vision

ଏହି ଆଖିର ବ୍ୟକ୍ତି ଖୁବ କୌତୁକପୂର୍ଣ୍ଣ ହୋଇଥାନ୍ତି । ଏମାନେ ଜୀବନର ପ୍ରତି ମୂହୂର୍ତ୍ତକୁ ଖୁସିରେ ବିତାଇବାକୁ ପସନ୍ଦ କରିଥାନ୍ତି । ଏହି ବର୍ଗର ବ୍ୟକ୍ତି ବୁଦ୍ଧିମାନ ହେବା ସହ ସମସ୍ତ କାର୍ଯ୍ୟକୁ ଉତ୍ସାହର ସହ କରିବାକୁ ପସନ୍ଦ କରନ୍ତି ।

କଳା ରଙ୍ଗ ଆଖି :

publive-image Community

ଏହି ରଙ୍ଗର ଆଖି ପ୍ରାୟତଃ ସମସ୍ତଙ୍କର ହୋଇଥାଏ । ଏହି ବର୍ଗର ବ୍ୟକ୍ତି ଅଧିକ ରହସ୍ୟମୟ ହେବା ସହ ଅତ୍ୟନ୍ତ ବିଶ୍ୱାସଯୋଗ୍ୟ ହୋଇଥାନ୍ତି । ଏମାନଙ୍କ ଉପରେ ବିଶ୍ୱାସ କରି ଆପଣ କିଛି ମଧ୍ୟ କହିପାରିବେ କାରଣ ଏମାନେ ସମସ୍ତଙ୍କ କଥାକୁ ଗୋପନରେ ରଖିଥାନ୍ତି । ଏମାନେ ଅନ୍ୟ ଉପରେ ଏତେ ସହଜରେ ବିଶ୍ୱାସ କରିପାରନ୍ତି ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe