ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ କିଡ୍‌ନି ଖରାପ ହୋଇପାରେ

Advertisment
ଏହି ସବୁ ଲକ୍ଷଣରୁ ଜାଣନ୍ତୁ ଆପଣଙ୍କ କିଡ୍‌ନି ଖରାପ ହୋଇପାରେ

ଶରୀରର ଏକ ମୁଖ୍ୟ ଅଙ୍ଗ ହେଲା କିଡ୍‌ନି। ଏହା ରକ୍ତକୁ ବିଶୋଧନ କରି ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିଥାଏ। ରକ୍ତକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ପ୍ରତ୍ୟେକ ଦିନ ମନୁଷ୍ୟର ଜୀବନଶୈଳୀରେ ପରିବର୍ତ୍ତନ ଆସୁଛି। ଠିକ୍‌ ସମୟରେ ଖାଦ୍ୟ ଗ୍ରହଣ ନ କରିବା, ପାଣି ଠିକ୍‌ ପରିମାଣରେ ନ ପିଇବା ଆଦି କିଡ୍‌ନିକୁ ପ୍ରଭାବିତ କରିଥାଏ। ଯାହା ଫଳରେ କିଡ୍‌ନି କାମ କରିବା ବନ୍ଦ କରି ଦେଇଥାଏ।

କିଡ୍‌ନି ଜନିତ ସମସ୍ୟା ପ୍ରଥମରୁ ଜଣାପଡେ ନାହିଁ। କିନ୍ତୁ ଏମିତି କିଛି ସଙ୍କେତ ଅଛି, ଯେଉଁଥିରୁ ଆମେ ଜାଣିପାରିବା ଯେ କିଡ୍‌ନିରେ କିଛି ସମସ୍ୟା ରହିଛି। ଆସନ୍ତୁ ସେ ସମସ୍ୟା ବିଷୟରେ ଜାଣିବା।

ପେଟରେ ଯନ୍ତ୍ରଣା ହେବା:

ପେଟର ବାମ କିମ୍ବା ଡାହଣ ଭାଗରେ ଯଦି ଯନ୍ତ୍ରଣା ଅନୁଭୂତ ହେଉଥାଏ, ତା’ହେଲେ ଏହାକୁ ଅବହେଳା ନ କରି ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

publive-image

କମ୍ପ ସହିତ ଜ୍ୱର ଆସିବା:

ଯଦି କାହାକୁ ଥଣ୍ଡା ସହିତ ଅତ୍ୟଧିକ ଜ୍ୱର ହେଉଥାଏ, ତା’ହେଲେ କିଡ୍‌ନିରେ ସମସ୍ୟା ଉପୁଜିିଥିବାର ସମ୍ଭାବନା ରହିଥାଏ।

ମୂତ୍ରରେ ରକ୍ତ:

ଯଦି ପରିସ୍ରା କରିବା ସମୟରେ ଯଦି ରକ୍ତ ପଡୁଥାଏ, ତା’ହେଲେ ତୁରନ୍ତ ଡାକ୍ତରଙ୍କୁ ଦେଖାନ୍ତୁ। ଏମିତି ଲକ୍ଷଣ କିଡ୍‌ନି ଖରାପ ହେବାର ସଙ୍କେତ ଦେଇଥାଏ।

ପେଟ ଯନ୍ତ୍ରଣା ଓ ବାନ୍ତି:

ବାରମ୍ବାର ପେଟ ଯନ୍ତ୍ରଣା ସହ ବାନ୍ତି ଆସିଲେ କିଡ୍‌ନିରେ କିଛି ସମସ୍ୟା ଥାଇପାରେ। ଏହି ପରିସ୍ଥିତିରେ ଆପଣ ଯଦି ନିଜେ କାରଣ ଜାଣିପାରୁନାହାନ୍ତି, ତା’ହେଳେ ଡାକ୍ତରଙ୍କୁ ଦେଖାନ୍ତୁ।

publive-image

କିଡ୍‌ନି ଖରାପ ହେଲେ ଦେହ ସାରା ଫୁଲିଯାଏ। ନିଃଶ୍ୱାସପ୍ରଶ୍ୱାସ ନେବାରେ ମଧ୍ୟ କଷ୍ଟ ହୋଇଥାଏ। ଯଦି ଆପଣଙ୍କ ଆଖି ତଳ ଫୁଲିଯାଇଥାଏ, ତା’ହେଲେ କିଡ୍‌ନି ସମସ୍ୟା ସୃଷ୍ଟି ହୋଇଥାଇପାରେ ବୋଲି ବିଶ୍ୱାସ କରାଯାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe