ଫ୍ରିଜରୁ ଏଭଳି ସଙ୍କେତ ପାଉଛନ୍ତି କି , ତେବେ ସାବଧାନ ହୋଇଯାଆନ୍ତୁ ପଡ଼ି ପାରନ୍ତି ଅସୁବିଧାରେ

Advertisment
ଫ୍ରିଜରୁ ଏଭଳି ସଙ୍କେତ ପାଉଛନ୍ତି କି , ତେବେ ସାବଧାନ ହୋଇଯାଆନ୍ତୁ ପଡ଼ି ପାରନ୍ତି ଅସୁବିଧାରେ

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କ ଘରେ ରେଫ୍ରିଜେରଟର ଅଛି। ତେବେ ସମୟ ସମୟରେ ରେଫ୍ରିଜେରଟର ଯେଭଳି ରହିବା କଥା ସେଭଳି ସାମାନ୍ୟ ରହି ନଥାଏ। ଏଭଳି କ୍ଷେତ୍ରରେ ଯଦି ଆପଣ ଏହି ତ୍ରୁଟିକୁ ନସୁଧାରୁଛନ୍ତି ତେବେ ଅସୁବିଧାରେ ପଡ଼ିବାର ଅନେକ ସମ୍ଭାବନା ରହିଛି।  ଆସନ୍ତୁ ଜାଣିବା ରେଫ୍ରିଜେରଟର ସହିତ ଜଡ଼ିତ ୫ଟି ଗୁରୁତ୍ୱପୂର୍ଣ୍ଣ ସଙ୍କେତ... ଯାହାକୁ ଦେଖିବା ମାତ୍ର ଫ୍ରିଜକୁ ତୁରନ୍ତ ଠିକ୍‌ କରନ୍ତୁ ନଚେତ ନୂଆ ଫ୍ରିଜ ଆଣନ୍ତୁ।

publive-image

୧. ଯଦି ଆପଣଙ୍କ ଫ୍ରିଜ ଭିତରେ ସର୍ବଦା ଆବଶ୍ୟକତାଠାରୁ ଅଧିକ ବରଫ ଜମି ଯାଉଛି , ତେବେ ଜାଣି ରଖନ୍ତୁ ଆପଣଙ୍କ ଫ୍ରିଜ ବଦଳାଇବାର ସମୟ ଆସି ଯାଇଛି।

୨. ସେହିପରି ଫ୍ରିଜରୁ ଯଦି ଲଗାତାର ପାଣି ଲିକ୍‌ ହୋଇ ରବର କୋଟିଙ୍ଗ ଉପରେ ଜମିବାର ଦେଖିବାକୁ ପାଉଛନ୍ତି, ତେବେ ଖୁବ୍‌ ଶୀଘ୍ର ମେକାନିକ୍‌ ଡାକି ଫ୍ରିଜ ଠିକ୍‌ କରାଇ ନିଅନ୍ତୁ।

୩. ସେହିପରି ଆପଣ ଫ୍ରିଜ ଯଦି ପୂର୍ବ ଅପେକ୍ଷା ଅଧିକ ଗରମ ହୋଇଯାଇଛି। ତେବେ ଡେରି ନକରି ତୁରନ୍ତ ଫ୍ରିଜକୁ ବଦଳାଇ ଦିଅନ୍ତୁ।  ନହେଲେ ଅସୁବିଧାରେ ପଡ଼ି ପାରନ୍ତି। କିନ୍ତୁ ମନେରଖନ୍ତୁ ଫ୍ରିଜ ପଛ ପଟ ଗରମ ରହିବା ସାମାନ୍ୟ କଥା।

୪. ଫ୍ରିଜ ଡୋର ଖୋଲିବା ସମୟରେ ଏହା ଭିତରେ ଥିବା ମୋଟର ଚାଲିବା ଶୁଣାଯାଇଥାଏ। ଏହାର କାରଣ ହେଉଛି ମୋଟର ଫ୍ରିଜର ଭିତରର ତାପମାତ୍ରା ଠିକ୍‌ ରଖିବା ପାଇଁ ଚାଲିଥାଏ। ଯଦି ଫ୍ରିଜ ବନ୍ଦ କରିବା ପରେ ବି ଏପରି ଶୁଣାଯାଉଛି ତେବେ ଜାଣି ରଖନ୍ତୁ ମୋଟର ଫ୍ରିଜକୁ ଥଣ୍ଡା ରଖିବା ପାଇଁ ସର୍ବଦା ଚେଷ୍ଟା କରୁଛି। ଏହା ଫ୍ରିଜରେ ତ୍ରୁଟି ଥିବା ନଚେତ ଖରାପ ହେବାର ସଙ୍କେତ ହୋଇଥାଏ।

୫. ସେହିପରି ଫ୍ରିଜ ଚଲାଇବା ଦ୍ୱାରା ଯଦି ପୂର୍ବ ଅପେକ୍ଷା ଅଧିକ ମିଟର ଉଠୁଛି ତେବେ ଫ୍ରିଜରେ ଯାନ୍ତ୍ରିକ ତ୍ରୁଟି ଥିବା ଜାଣି ରଖନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe