ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

rasifalaa

ମେ‌ଷ: ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ସନ୍ଧ୍ୟାରେ କୌଣସି ବନ୍ଧୁ ସହିତ ବସି ଦୀର୍ଘ ସମୟ କଥା ହେବେ। ପୂର୍ବ ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ।
 
ବୃଷ: ଶାନ୍ତ ମନରେ କାମ କଲେ ଯଥେଷ୍ଟ ଲାଭ ପାଇବେ। ଡ଼ାକ୍ତରଙ୍କର ସମାଜରେ ପ୍ରସିଦ୍ଧି ବଢ଼ିବ। ପ୍ରିୟବନ୍ଧୁ ସହ ମିଶିବାରେ ମଉକା ପାଇବେ। ଋଣ ପରିଶୋଧ କରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। 

ମିଥୁନ: ଜୀବନରେ କିଛି ପରିବର୍ତ୍ତନ ଲାଗି ଚିନ୍ତନ ମନ୍ଥନ କରିବେ। ଆପଣଙ୍କ କଂପାନିକୁ କୌଣସି ବଡ଼ କଂପାନି ସହ ଡ଼ିଲ୍ କରିବାର ପ୍ରସ୍ତାବ ମଳିବ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।
 
କର୍କଟ: କୌଣସି ବିଚାରରେ ମଗ୍ନ ରହିବେ। ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। କିଣାବିକାରେ ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ସମ୍ମାନଜନକ ପଦ ମିଳିବ।
 
ସିଂହ: ଅର୍ଥ ମାମଲାରେ ଜୀବନସାଥୀଙ୍କୁ ଆବଶ୍ୟକ ପଡ଼ିପାରେ। ଚାକିରିରେ ବଦଳିର ସୂଚନା ପାଇବେ। ଖାଦ୍ୟପାନୀୟ ପ୍ରତି ସଚେତ ରୁହନ୍ତୁ। କାର୍ ଚାଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। 

କନ୍ୟା: ଆପଣଙ୍କ ବ୍ୟକ୍ତିତ୍ବ କୁସୁମ ଭଳି ଚାରିଆଡ଼େ ପ୍ରସାରିତ ହେବ। ଆମଦାନି ବଢ଼ାଇବା ପାଇଁ କୌଣସି ଯୋଜନା ଆପଣଙ୍କ ମସ୍ତିଷ୍କରେ ଆସିବ। ଛାତ୍ର କୌଣସି କାମ ପୂରା କରିବା ପାଇଁ ଅଭିଭାବକଙ୍କ ସାହାଯ୍ୟ ନେବେ। 

ତୁଳା: ବାଲ୍ୟ ବନ୍ଧୁ ସହ ସାକ୍ଷାତ ହେବ। କ୍ୟାରିୟରରେ କୌଣସି ବଡ଼ ସଫଳତା ପାଇବେ। ବ୍ୟବସାୟରେ ଉନ୍ନତି ହେବ। ଜୀବନସାଥୀ ସହିତ ଭଲରେ ସମୟ ଅତିବାହିତ କରିବେ।
 
ବିଛା: ଅଧୁରା ଥିବା କାମ ପୂରା କରିବାରେ ବ୍ୟସ୍ତ ରହିବେ। ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଦିନଟି ଶୁଭ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ଭାବନାକୁ ସମ୍ମାନ କରିବେ। ବିଦ୍ୟାର୍ଥୀଙ୍କର ମନଲେଖାପଢ଼ାରେ ଲାଗିବ।
 ‌ 
ଧନୁ: ଭାଇ ଭଉଣୀ କୌଣସି କାମରେ ଆପଣଙ୍କୁ ସାହାଯ୍ୟ କରିବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ଚାକିରିଜୀବୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି ପାଖ ଲୋକଙ୍କ ଠାରୁ ଖୁସି ଖବର ପାଇବେ। 

ମକର: ବ୍ୟବସାୟରେ ଧନଲାଭର ଅବସର ପାଇବେ। ଅଫିସରେ କୌଣସି ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ପ୍ରେମ ଜୀବନ ଭଲ ରହିବ।
 
କୁମ୍ଭ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ନୂଆ ଜମି କିଣିବା ଲାଗି ଦିନଟି ଶୁଭ। କୌଣସି ବିଶେଷ ମାମଲାକୁ ନେଇ ଆପଣଙ୍କ ଚିନ୍ତା ବଦଳି ପାରେ। ଛାତ୍ର ପରୀକ୍ଷାରେ ଭଲ କରିବେ।
 
ମୀନ: ଆପଣଙ୍କର କାର୍ଯ୍ୟ ଦକ୍ଷତା ବୃଦ୍ଧି କରିବା ଦରକାର। ଇଂଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ। ପିୟଜନଙ୍କ ଠାରୁ ମନ ପସନ୍ଦର ଉପହାର ପାଇବେ। ଶିକ୍ଷାର୍ଥୀଙ୍କୁ ଶିକ୍ଷକଙ୍କ ତରଫରୁ ମାର୍ଗ ଦର୍ଶନ ମିଳିବ। 

lifestyle | horoscope | ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe