ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

Updated On

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଅଦ୍ୟତନ ହୋଇଛି
horoscopeqw

ମେଷ: ଦିନଟି ଉତ୍ସାହଭରା ରହିବ। ସବୁ ଶକ୍ତି ନିଜର ନୂଆ କାମରେ ଲଗାଇବେ। ବ୍ୟବସାୟ‌ କ୍ଷେତ୍ରରେ କିଛି ପରିବର୍ତ୍ତନ ହେବ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ ରହିବ। ‌
ବୃଷ: ଦିନଟି ପୂର୍ବାପେକ୍ଷା ଭଲ ରହିବ। ଅଫିସରେ ପ୍ରତିଦିନ ତୁଳନାରେ ଭଲ କାମ ହେବ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିପାରେ। ସାଥିରେ କାମ କରୁଥିବା ଲୋକ ସାହାଯ୍ୟ କରିବେ।
ମିଥୁନ: ଦିନଟି ପରିବାର ଲାଗି ଖୁସି ନେଇ ଆସିବ। କାହାକୁ କିଛି ବୁଝାଇବାରେ ଆପଣଙ୍କ କଥାର ପ୍ରଭାବ ପଡ଼ିବ। ସରକାରୀ ଚାକିରିଆଙ୍କର ପଦୋନ୍ନତି ପାଇଁ ରାସ୍ତା ଖୋଲିବ।‌
କର୍କଟ: ପୁଞ୍ଜି ବଜାରରେ ନିବେଶ ପୂର୍ବରୁ ବୟୋଜ୍ୟେଷ୍ଠଙ୍କ ପରାମର୍ଶ ନିଅନ୍ତୁ। କୌଣସି ମନୋରଂଜକ ଗତିବିଧିରେ ଅଂଶ ଗ୍ରହଣ କରିବେ। ବିଦେଶ ଯିବାର ସମ୍ଭାବନା ରହିଛି। ‌

ସିଂହ: ଆପଣ କିଛି ନୂଆ କରିବା ପାଇଁ ଭାବିବେ। ଅଫିସରେ କାମର ପ୍ରଶଂସା ହେବ। ଘରକୁ ବନ୍ଧୁ ଆସିବେ। ପରିବାରରେ ଖୁସିର ମାହୋଲ ରହିବ। ରାଜନୀତିରେ ସଫଳତା ପାଇବେ। ‌

କନ୍ୟା: ଅଫିସରେ ବରିଷ୍ଠଙ୍କ ଠାରୁ ସକାରାତ୍ମକ ବ୍ୟବହାର ପାଇବେ। ଜୀବନସାଥୀ ସହ ରାତ୍ରୀଭୋଜନ ପାଇଁ ବାହାରକୁ ଯିବେ। ବିବାହ ପାଇଁ ଲାଗି ରହିଥିବା ବାଧା ଦୂର ହେବ। ‌
ତୁଳା: ରଚନାତ୍ମକ କାର୍ଯ୍ୟରେ ଧ୍ୟାନ ରହିବ। ଧାର ଅର୍ଥ ଫେରିପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ। ବ୍ୟବସାୟରେ ଧନଲାଭ ଯୋଗ ରହିଛି। ଖେଳାଳିଙ୍କ ଲାଗି ଦିନଟି ଭଲ। ‌
ବିଛା: ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ। ଉଚ୍ଚ ଓ ବୌଦ୍ଧିକ ବର୍ଗରେ ସମ୍ମାନ ପାଇବେ। ପ୍ରେମୀମାନେ ନିଜର ସାଥୀଙ୍କୁ ଉପହାର ଦେବେ। ସୁଷମ ଖାଦ୍ୟ ଖାଆନ୍ତୁ। 
ଧନୁ: ନୂଆ ବ୍ୟବସାୟ ଆରମ୍ଭ ଲାଗି ଭଲ ଦିନଟିଏ। ବନ୍ଧୁର ସହଯୋଗ ପାଇବେ। ଅଫିସରେ କାମ ଭଲ ହେବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବରେ ସମାଧାନ କରିପାରିବେ। 
ମକର: ଦିନଟି ଲାଭଦାୟକ ରହିବ। ଆର୍ଥିକ ବିଷୟରେ ମନଲାଖି ସଫଳତା ପାଇବେ। ଗବେଷକ ସୁଫଳ ପାଇବେ। ଉଚ୍ଚପଦସ୍ଥ ବ୍ୟକ୍ତି ଆର୍ଥିକ ସହାୟତା ଦେବେ। ପ୍ରେମ ଜୀବନ ଭଲ ରହିବ। 
କୁମ୍ଭ: ଆଧ୍ୟାତ୍ମିକ ଆଡ଼କୁ ମନ ଢଳିବ। ଜୀବନସାଥୀଙ୍କ ଠାରୁ ଦାମୀ ଉପହାର ପାଇବେ। ବ୍ୟବସାୟ ବଢ଼ାଇବା ଲାଗି ଦିନଟି ଭଲ। ଦାମ୍ପତ୍ୟ ଜୀବନ ଭଲ ରହିବ।  
ମୀନ: ପରିବାର ସହିତ ଅଧିକ ସମୟ ବିତାଇବେ। କୌଣସି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe