Horoscope 2025 December 05: ଜାଣନ୍ତୁ ଆଜିର ରାଶିଫଳ

Advertisment

ବଡ଼ ଓ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।‌  ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି।

ବଡ଼ ଓ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।‌  ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି।

AJIRA RASIFALA

Horoscope today. Photograph: (sambad.in)

୫ ଡିସେମ୍ବର ୨୦୨୫, ‌ଶୁକ୍ରବାର। ତିଥି: ପୌଷ କୃଷ୍ଣ ପ୍ରତିପଦ। ନକ୍ଷତ୍ର: ରୋହିଣୀ। ଚନ୍ଦ୍ର: ବୃଷ। ସନ୍ଧ୍ୟା ୫ଟା୨୫ରେ ବକ୍ରୀ ବୃହସ୍ପତି କର୍କଟରୁ ମିଥୁନକୁ ଚଳିବେ, ଶ୍ରୀଅରବିନ୍ଦଙ୍କ ମହାପ୍ରୟାଣ ଦିବସ। ସୂର୍ଯ୍ୟୋଦୟ: ୬ଟା୧୧, ସୂର୍ଯ୍ୟାସ୍ତ: ୫ଟା୩। ଘାତଚନ୍ଦ୍ର: ବିଛା‌। ଘାତବାର: ବିଛା, ଧନୁ ଓ ମୀନ। ଶୁଭବେଳା: ପ୍ରାତଃ ୬ଟା୧୧ରୁ ୬ଟା୫୪, ପ୍ରାତଃ ୭ଟା୩୮ରୁ ୮ଟା୫୪, ଦିବା ୧୧ଟା୫୮ରୁ ୨ଟା୫୨, ଦିବା ୩ଟା୩୬ରୁ ୫ଟା୩, ସନ୍ଧ୍ୟା ୫ଟା୫୫ରୁ ୮ଟା୨୦, ରାତ୍ରି ୧୨ଟା୩ରୁ ୧ଟା୪୮ ପର୍ଯ୍ୟନ୍ତ।
ମେଷ: ପରିବାର ଲୋକଙ୍କ ପରାମର୍ଶ ଲାଭପ୍ରଦ ହେବ। ସଫ୍‌ଟୱେର ଇଂଜିନିଅରଙ୍କ ଲାଗି ଦିନଟି ଅନୁକୂଳ ରହିବ। ଆପଣଙ୍କ ମନ ପୂଜାପାଠରେ ଅଧିକ ଲାଗି ରହିବ। 
ବୃଷ: ଜରୁରୀ କାମ ଓ ସମ୍ବନ୍ଧ ବିଷୟରେ ବିଚାର କରିବେ। ଅନ୍ୟମାନଙ୍କ ଭାବନାକୁ ନେଇ ସଂବେଦନଶୀଳ ରହିବେ। ବେପାରରେ ଲାଭ ହେବ।
ମିଥୁନ: କୌଣସି ବନ୍ଧୁ ସହିତ ସାକ୍ଷାତ ପାଇଁ ଘରକୁ ଯାଇପାରନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକଙ୍କ ମାର୍ଗଦର୍ଶନ ମିଳିବ। ନୂଆ ଲୋକଙ୍କ ସହିତ ସଂପର୍କ ଗଢ଼ିବାକୁ ଚେଷ୍ଟା କରିବେ।
କର୍କଟ: ପିତାମାତାଙ୍କ ସହଯୋଗରେ କାମ ପୂରା ହେବ। ଧାର ନେବାଦେବାରୁ ନିବୃତ୍ତ ରହନ୍ତୁ। ଅଜଣା ଲୋକଙ୍କୁ ବିଶ୍ବାସ କରନ୍ତୁ ନାହିଁ। ନବ ବିବାହିତ ଦମ୍ପତି ବାହାରକୁ ବୁଲି ଯିବେ। 

ଆହୁରି ପଢ଼ନ୍ତୁ: Pea Pods Not Useless: ଫୋପାଡି ଦେଉଛନ୍ତି କି ମଟର ଚୋପା: ନୁହେଁ ଏହା ଅଦରକାରୀ

ସିଂହ: ବାଲ୍ୟବନ୍ଧୁ ସହିତ ସାକ୍ଷାତ ହେବ। କୌଣସି ଶୁଭ ଖବର ମିଳିବା ଯୋଗୁଁ ଘରେ ଉତ୍ସବ ଭଳି ବାତାବରଣ ରହିବ। ‌ବେପାରରେ ଉନ୍ନତି ହେବ। 

ଆହୁରି ପଢ଼ନ୍ତୁ: Health Benefits of Coconut: ଜୀବନଚର୍ଯ୍ୟାରେ ନଡ଼ିଆର ବ୍ୟବହାର କରୁଛନ୍ତି କି? ଜାଣନ୍ତୁ ଏହା କେତେ ସ୍ବାସ୍ଥ୍ୟପ୍ରଦ

କନ୍ୟା: ଆପଣ ନିଜର ଦାୟିତ୍ବକୁ ସୁଚାରୁରୂପେ ତୁଲାଇବେ। ଆପଣଙ୍କ ପରାମର୍ଶରେ ଅନ୍ୟମାନଙ୍କର ଲାଭ ହେବ। ପ୍ରତିଟି ମାମଲାରେ ମନୋଭାବ ସକାରାତ୍ମକ ରଖନ୍ତୁ। 
ତୁଳା: ଜୀବନସାଥୀର ଭାବନାକୁ ବୁଝିବେ। ବଡ଼ ଲୋକଙ୍କ ସହିତ ସାକ୍ଷାତର ଯୋଗ ଅଛି। ଅଫିସରେ ସହକର୍ମୀଙ୍କ ସହିତ ସଂପର୍କ ମଜଭୁତ ହେବ। ବ୍ୟବସାୟରେ ଲାଭ ପାଇବେ।
ବିଛା: ବଡ଼ ଓ ଅଭିଜ୍ଞ ବ୍ୟକ୍ତିଙ୍କର ପରାମର୍ଶ ନେଇ ଆଗକୁ ବଢ଼ନ୍ତୁ। ପରିବାରରେ ଶୁଭ କାର୍ଯ୍ୟର ଯୋଜନା ପ୍ରସ୍ତୁତି ହେବ। ସନ୍ତାନ, ପରିଜନ ଓ ବନ୍ଧୁ ସହିତ ସମୟ ଅତିବାହିତ କରିବେ।‌ 
ଧନୁ: ବଦଳି ବା ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ହେବାର ଯୋଗ ଅଛି। ଦାମ୍ପତ୍ୟ ଜୀବନ ସୁଖଦ ରହିବ। ‌ 
ମକର: ଆପଣଙ୍କ ବ୍ୟବହାର ନରମ ରଖନ୍ତୁ। ବଡ଼ ବ୍ୟକ୍ତି ଆପଣଙ୍କୁ ସଠିକ୍ ପରାମର୍ଶ ଦେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। 
କୁମ୍ଭ: ବ୍ୟବସାୟରେ ଲାଭ ହୋଇପାରେ। କୋର୍ଟ କଚେରି ମାମଲାଠୁ ଦୂରରେ ରହନ୍ତୁ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ବିଷୟରେ କଥାବାର୍ତ୍ତ କରିବେ।
ମୀନ: ଆଖପାଖର ଲୋକ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ। କୌଣସି କାମ ପୂରା ହେବା ଯୋଗୁଁ ଖୁସି ହେବେ। ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe