ଜାଣନ୍ତି ! ଭେଣ୍ଡିରେ ପାଣି ମିଶାଇ ପିଇଲେ ଓଜନ କମ୍‌ ହୋଇଥାଏ

Advertisment
ଜାଣନ୍ତି ! ଭେଣ୍ଡିରେ ପାଣି ମିଶାଇ ପିଇଲେ ଓଜନ କମ୍‌ ହୋଇଥାଏ

photo-youtube

ଭେଣ୍ଡି ଗୋଟିଏ ଭଲ ପରିବା। ହେଲେ ଭେଣ୍ଡିରେ ପାଣି ମିଶାଇ ପିଇଲେ କେତେକ ରୋଗ ଦୂରେଇ ଯିବ,ଏକଥା କ’ଣ ଆପଣ ଜାଣନ୍ତି!
ଆସନ୍ତୁ ପ୍ରଥମେ ଜାଣିବା କିଭଳି ଭାବେ ଏହାକୁ ପ୍ରସ୍ତୁତ କରିବାକୁ ପଡ଼ିବ। ଏଥିପାଇଁ ଆପଣ ୫-୬ଟି ମଧ୍ୟମ ଆକାରର ଭେଣ୍ଡିକୁ ସଫା କରି ମଝିରୁ କାଟି ଦିଅନ୍ତୁ। ଏହାକୁ ଏକ ପାତ୍ରରେ କିଛି ପାଣି ଦେଇ ଭିଜାଇ ରଖନ୍ତୁ। ରାତି ସାରା ଭେଣ୍ଡିକୁ ପାଣିରେ ଭିଜାଇ ରଖନ୍ତୁ।
ସକାଳୁ ଉଠି ଭେଣ୍ଡି ଖଣ୍ଡଗୁଡ଼ିକୁ ଚିପୁଡ଼ି କରି ବାହାର କରି ନିଅନ୍ତୁ। ସେହି ପାଣିରେ ଆଉ କିଛି ସାଦା ପାଣି ମିଶାଇ ଏକ ଗ୍ଲାସ୍‌ କରନ୍ତୁ। ମନେ ରଖନ୍ତୁ ସକାଳେ ଏହି ପାଣିକୁ ପିଅନ୍ତୁ।
ଏବେ ଜାଣନ୍ତୁ ଏହି ପାଣି ପିଇଲେ କି ଲାଭ ମିଳିଥାଏ। ଏକ ଗ୍ଲାସ ଭେଣ୍ଡି ପାଣିରେ ୬ ଗ୍ରାମ୍‌ କାର୍ବୋହାଇଡ୍ରେଟ୍‌,୮୦ ମାଇକ୍ରୋଗ୍ରାମ୍‌ ଫୋଲେଟ୍‌,୩ ଗ୍ରାମ୍‌ ଫାଇବର୍‌ ଓ ୨ ଗ୍ରାମ୍‌ ପ୍ରୋଟିନ୍‌ ମିଳିଥାଏ। ଏହା ଆଜ୍‌ମା ରୋଗୀଙ୍କ ପାଇଁ ଖୁବ୍‌ ଲାଭପ୍ରଦ। ଏହା ଆମର ରୋଗ ପ୍ରତିରୋଧକ କ୍ଷମତା ମଧ୍ୟ ବଢ଼ାଇବାରେ ସାହାଯ୍ୟ କରିଥାଏ।

publive-image photo-youtube

ଯେଉଁମାନେ ମଧୁମେହ ରୋଗରେ ପୀଡ଼ିତ,ସେମାନଙ୍କ ପାଇଁ ବି ଏହା ବରଦାନ ସଦୃଶ। ଏଥିରେ କୌଣସି ପ୍ରକାରର ପାର୍ଶ୍ୱ ପ୍ରତିକ୍ରିୟା ନ ଥାଏ। ଭେଣ୍ଡି ମିଶା ପାଣି କୋଲେଷ୍ଟ୍ରଲର ସ୍ତରକୁ ବି କମ୍‌ କରିବାରେ ସହାୟକ ହୋଇଥାଏ। ଯଦି ଆପଣ ଓଜନ କମ୍‌ କରିବାକୁ ଚାହାଁନ୍ତି,ତେବେ ଏହାର ସେବନ କରିବା ମଧ୍ୟ ଭଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe