ବିଳମ୍ବିତ ରାତିରେ ଖାଇବା ଅଭ୍ୟାସ କରନ୍ତୁ ନାହିଁ; ଉପୁଜିବ ଏହି ସବୁ ସମସ୍ୟା

Advertisment
ବିଳମ୍ବିତ ରାତିରେ ଖାଇବା ଅଭ୍ୟାସ କରନ୍ତୁ ନାହିଁ; ଉପୁଜିବ ଏହି ସବୁ ସମସ୍ୟା

ମନେରଖନ୍ତୁ ନିଜ ସ୍ବାସ୍ଥ୍ୟ ସବୁବେଳେ ନିଜ ହାତରେ ଥାଏ। ଆପଣ ଆପଣଙ୍କ ଶରୀରର ଯେପରି ଯତ୍ନ ନେବେ ଆପଣଙ୍କ ଶରୀର ବି ସେପରି ଫଳ ଦେବ। ଆପଣ ଯଦି ଆପଣଙ୍କ ଶରୀର ପ୍ରତି ଯତ୍ନଶୂନ୍ୟ ‌ହେବେ ତ, ତାହାର ପରିଣାମ ଆପଣଙ୍କୁ ଭୋଗିବାକୁ ପଡ଼ିବ।

ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ ରାତିରେ ବିଳମ୍ବରେ ଖାଇଥାନ୍ତି। ଏହା ଶରୀର ପାଇଁ ଆଦୌ ବି ଶୁଭଙ୍କର ନୁହେଁ। ଯଦି ଏପରି କେବେ କିପରି ହୋଇଯାଉଛି ତ କୌଣସି ସମସ୍ୟା ନାହିଁ। ମାତ୍ର ଏପରି ଯଦି ବାରମ୍ବାର ହେଉଛି ତ ଆପଣଙ୍କୁ ବଡ଼ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ।

ରାତିରେ ଖାଇବା ଦ୍ବାରା ଆପଣଙ୍କ ହଜମ ପ୍ରକ୍ରିୟା ପ୍ରଭାବିତ ହେବା ସହ ନିଦରେ ବି ବାଧା ଉପୁଜିଥାଏ। ଏଥିପାଇଁ ବିଳମ୍ବିତ ରାତିରେ ଖାଇବାକୁ ନିତିଦିନିଆ ଅଭ୍ୟାସ କରିବା ଅନୁଚିତ।

ରାତି ସମୟରେ ଶରୀରର ମେଟାବଲିଜିମ୍‌ ଧୀ‌ର ହୋଇଯାଏ। ଦିନ ତୁଳନାରେ ରାତିରେ କ୍ୟାଲୋରି ବର୍ଣ୍ଣ କରିବା ବି ମୁସ୍‌କିଲ୍‌ ‌ହୋଇପଡ଼େ। ଏଥିପାଇଁ ବିଳମ୍ବିତ ରାତିରେ ଖାଇଲେ ଆପଣଙ୍କ ଓଜନ ବୃଦ୍ଧି ପାଇବାର ସମ୍ଭାବନା ମଧ୍ୟ ରହିଛି।

ଶାରୀରିକ ଅସୁସ୍ଥତା ସହ ମାନସିକ ଅସୁସ୍ଥତା ବି ଦେଖା ଦେବ ରାତିରେ ବିଳମ୍ବରେ ଖାଦ୍ୟ ଖାଇଲେ। ବିଳମ୍ବିତ ରାତିରେ ଖାଇଲେ ନିଦ ବି ବିଳମ୍ବିତ ରାତିରେ ହିଁ ହେବ। ଯାହାଫଳରେ ଏହା ବ୍ୟକ୍ତିର ମାନସିକ ସ୍ବାସ୍ଥ୍ୟକୁ ପ୍ରଭାବିତ କରିଥ‌ାଏ। ନିୟମିତ ବିଲମ୍ବିତ ରାତିରେ ଖାଇବା ଦ୍ବାରା ବିଶାଦଗ୍ରସ୍ତତ‌ା ପରି ସମସ୍ୟା ସୃଷ୍ଟି ହୋଇପାରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe